ବଡ ଖବର : EPFO ରେ ବାହାରିଲା ୨୮୫୯ ପଦବୀ; ତୁରନ୍ତ କରନ୍ତୁ ଆବେଦନ…….

0

Get real time updates directly on you device, subscribe now.

ଇପ୍ଫୋ ତରଫରୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି, ଇପ୍ଫୋ ତରଫରୁ ୨୮୫୯ ଟି ପଦବୀ ଖାଲି ହୋଇଛି ଏଥିପାଇଁ ଏହିସବୁ ପଦବୀରେ ନିଯୁକ୍ତି କରିବା ପାଇଁ ଇପ୍ଫୋ ନିଜର ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ନିଯୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଚୟନ ପ୍ରକ୍ରିୟା ରହିଛି ଏଥିରେ ପ୍ରାର୍ଥୀଙ୍କ ଯୋଗ୍ୟତା, ମେରିଟ୍‌ ଲିଷ୍ଟରେ ମାନ୍ୟତା ଓ ଡାକ୍ତରୀ ଫିଟ୍‌ନେସ୍‌ର ଆବଶ୍ୟକତା ରହିଥିବା କୁହାଯାଇଛି।

ଏସଏସଏ ଷ୍ଟେନୋଗ୍ରାଫର ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଏହି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଇପ୍ଫୋ କହିଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ epfindia.gov.in ରେ ଇପ୍ଫୋର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଇପ୍ଫୋର ଏହି ନିଯୁକ୍ତି ଡ୍ରାଇଭ୍ ପ୍ରକ୍ରିୟାରେ ୨୮୫୯ ପୋଷ୍ଟ ପୂରଣ ହେବ ବୋଲି କୁହାଯାଇଛି। ଆବେଦନ କରିବାର ଶେଷ ତାରିଖ ୨୦୨୩ ଏପ୍ରିଲ୍ ୨୬ ତାରିଖ ରହିଛି।ଏସଏସଏ ରେ ମୋଟ୍‌ ୨୬୭୪ଟି ପୋଷ୍ଟ ରହିଥିବାବେଳେ ଷ୍ଟେନୋଗ୍ରାଫର ପଦବୀ ପାଇଁ ୧୮୫ଟି ପୋଷ୍ଟ ଖାଲିରହିଛି।

ଏସଏସଏ ବା ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ (ଗ୍ରୁପ୍-ସି) :-

ଏହି ପଦବୀ ପାଇଁ ଆବେଦନ କରିକୁ ହେଲେ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ରହିବା ଅବଶ୍ୟକ। ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟକୁ ସ୍ନାତକ ଡିଗ୍ରୀ ସମାପ୍ତ କରିଥିବେ।

ଷ୍ଟେନୋଗ୍ରାଫର ପଦବୀ (ଗ୍ରୁପ୍‌-ସି):-

ଏହି ପଦବୀ ପାଇଁ ମଧ୍ୟ ଯୋଗ୍ୟତା ସୀମା ସମାନ ରଖାଯାଇଛି। ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ବୋଲି କୁହାଯାଇଥିବାବେଳେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟକୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ପ୍ରାର୍ଥୀ।

ଏସଏସଏ ପାଇଁ ଏମିତି ହେବ ଚୟନ:-

ଏହି ପଦବୀ ପାଇଁ ଚୟନ ହେବାକୁ ହେଲେ ପ୍ରାର୍ଥୀମାନଙ୍କୁ ଦୁଇଟି ପରୀକ୍ଷା ଦେବାକୁ ହେବ। ଏସଏସଏ ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୬୦୦ ମାର୍କର ହେବ । ଏହି ପରୀକ୍ଷା ପାଇଁ ୨ ଘଣ୍ଟା ୩୦ ମିନିଟ୍‌ ଧାର୍ଯ୍ୟ କରାଯାଇଛି, ଏସଏସଏ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ କମ୍ପ୍ୟୁଟର ବେଶିକ୍‌ ଉପରେ ପରୀକ୍ଷା ଦେବେ ଉଚ୍ଛୁକ ପ୍ରାର୍ଥୀ।

ଷ୍ଟେନୋଗ୍ରାଫର ପାଇଁ ଏମତି ହେବ ଚୟନ:-

ଷ୍ଟେନୋଗ୍ରାଫର୍ ପାଇଁ ଉଚ୍ଛୁକ ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟ ୮୦୦ ମାର୍କ ପ୍ରଶ୍ନର ପରୀକ୍ଷା ଦେବେ । ଏହି ପରୀକ୍ଷାର ସମୟସୀମା ୨ଘଣ୍ଟା ୧୦ମିନିଟ୍ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟେନୋଗ୍ରାଫି ପରୀକ୍ଷା ଦେବେ ପ୍ରାର୍ଥୀମାନେ।

ଏଥିପାଇଁ ଆବେଦନ ଶୁକ୍ଳ କେତେ ରହିଛି:-

General/EWS/OBC ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁକ୍ଳ ୭୦୦ଟଙ୍କା ଧାର୍ଯ୍ୟ ରହିଛି । SC / ST * PwBD / ମହିଳା ପ୍ରାର୍ଥୀମାନଙ୍କ ପାଇଁ ଦେୟମୁକ୍ତ ରହିଛି ।

Leave A Reply

Your email address will not be published.