ହେ ଭଗବାନ ….ଏକାବେଳେ ଚାରି ଜଣ ପୁଅଙ୍କ ସହ ଫେରାର ହୋଇଗଲା ଝିଅ,ଏବେ ଲଟେରୀ ବାଛିବ ଝିଅ ପାଇଁ ବର |

0

Get real time updates directly on you device, subscribe now.

ୟୁପିର ଆମ୍ବେଦକର ନଗରରୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ମାମଲା।ଏଠି ଜଣେ ଝିଅ ଜଣଙ୍କ ସହ ନୁହଁ ବରଂ ଚାରି ଜଣ ପୁଅଙ୍କ ସହ ଫେରାର୍‌ ହୋଇଯାଇଛି। କଥାଟି ଅଡ଼ୁଆ ଲାଗିଲେ ବି ପୁରାପୁରି ସତ। ବିବାହକୁ ନେଇ ଗାଁରେ ବସିଛି ପଞ୍ଚାୟତ। ପଞ୍ଚାୟତରେ ଏଭଳି କିଛି ନିଆରା ନିଷ୍ପତି ହୋଇଛି, ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ୟୁପିର କୋତୱାଲି ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପାଞ୍ଚ ଦିନ ତଳେ ଗୋଟେ ଝିଅ 4 ଜଣ ଯୁବକଙ୍କ ସହ ଘରୁ ପଳାଇଥିଲେ। ଚାରି ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହି ଝିଅକୁ ନିଜ ସମ୍ପର୍କୀୟ ଘରେ ଲୁଚାଇ ରଖିଥିଲା। ହେଲେ ଦୁର୍ଭାଗ୍ୟବଶତଃ ସେମାନେ ସବୁ ଧରା ପଡ଼ିଯାଇଥିଲେ।

ଝିଅର ପରିବାରଲୋକ 4 ଜଣ ପୁଅଙ୍କ ନାମରେ ମାମଲା ରୁଜୁ କରିବା ପାଇଁ କହିବାରୁ ପଞ୍ଚାୟତ ପକ୍ଷରୁ ଏହି ମାମଲାର ସମାଧାନ କରାଯିବାର ନିଷ୍ପତ୍ତି ନିଆଗଲା। ତେବେ ପଞ୍ଚାୟତର ନିଷ୍ପତ୍ତି କିଛି ନିଆରା ରୂପରେ ନିଆଗଲା। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ଘରୁ ପଳାଇଥିବା ଯୁବତୀଙ୍କୁ ନିଜ ମତାମତ ପଚାରିବାରୁ ସେ କାହାକୁ ବାହା ହେବେ ତାହା କହିପାରିଲେ ନାହିଁ।

ଏମିତିକି ଚାରି ଜଣ ପୁଅ ମଧ୍ୟ ଯୁବତୀଙ୍କୁ ବିବାହ କରିବା ପାଇଁ ରାଜି ହେଲେ ନାହିଁ। ଶେଷରେ ପଞ୍ଚାୟତ ଲଟେରୀ ମାଧ୍ୟମରେ ପୁଅ ବାଛିଲା। ଅର୍ଥାତ ଲଟେରୀରେ ଯେଉଁ ପୁଅର ନାମ ଆସିବ, ସେ ଯୁବତୀଙ୍କୁ ବିବାହ କରିବ। ତେବେ ଗାଁର ସମସ୍ତ ଲୋକଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଗଲା। ଲଟେରୀ ବକ୍ସରୁ ଜଣେ ଯୁବକଙ୍କୁ ବଛା ଯାଇ ଯୁବତୀଙ୍କ ସହ ବିବାହ କରାଗଲା। ବିବାହଟି ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.