ମୃ-ତ୍ୟୁକୁ ମାତ୍‌ ଦେବ ମଣିଷ ! ୨୦୩୦ ବେଳକୁ ଅମର ପାଲଟିବ ମଣିଷ !

0

Get real time updates directly on you device, subscribe now.

ଭାଗବତରେ ଏକ ବାଣୀ ଅଛି, “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ”, । ଅର୍ଥାତ୍ ପୃଥିବୀରେ ଦେବତା ହୋଇ ଜନ୍ମ ନେଲେ ବି ପାର୍ଥିବ ଶରୀରକୁ ତ୍ୟା-ଗ କରିବାକୁ ପଡିବ । ତଥାପି ଅମର ରହିବାକୁ ଅନେକ ଇଚ୍ଛା ପ୍ରକଟ କରନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅମର ରହିବା ପାଇଁ ସମୁଦ୍ର ମନ୍ଥନ ସମୟରେ ଅମୃତ ସେବନ କରିବାକୁ ଦେବତା ଓ ରାକ୍ଷ-ସଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।

ରାଜା ରାଜୁଡାମାନେ ଅମର ରହିବାକୁ ବହୁ ପ୍ରୟାସ କରନ୍ତି । ହେଲେ ଆଜି ଯାଏଁ କେହି ଜଣେ ଅମର ହୋଇ ପାରିନାହାନ୍ତି, ସମୟ ସୁଅରେ ଦିନେନା ଦିନେ ସମସ୍ତଙ୍କୁ ଧରା ଧାମ ଛାଡି ଯିବାକୁ ପଡିଛି । ଏଥିପାଇଁ ଗୀତାରେ କୁହାଯାଇଛି, “ଜାତସ୍ୟ ହି ଧୃବ ମୃ-ତ୍ୟୁ” । ମାତ୍ର ବିଜ୍ଞାନ ଏହାକୁ ଭୁଲ୍ ପ୍ରମାଣିତ କରିବାକୁ ଯାଉଛି ।

ଆସନ୍ତା ମାତ୍ର ୭ ବର୍ଷ ମଧ୍ୟରେ ହିଁ ଅର୍ଥାତ୍ ୨୦୩୦ ବେଳକୁ ନାନୋରୋବର୍ଟ ମାଧ୍ୟମରେ ମଣିଷ ଅମର ହୋଇଯିବ ବୋଲି ଜଣେ ବୈଜ୍ଞାନିକ ଭବିଷ୍ୟବାଣୀ କରି ଦାବି କରିଛନ୍ତି । ସୂଚନା ଅନୁସାରେ, ଗୁଗୁଲ ପୂର୍ବତନ ବୈଜ୍ଞାନିକ ରେ କୁର୍ଜୱିଲ ଏହି ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ଆଗାମୀ ସାତ ବର୍ଷ ମଧ୍ୟରେ ନାନୋରୋବୋଟ ସାହାଯ୍ୟରେ ମଣିଷ ଅମର ହୋଇଯିବ । ୭୫ ବର୍ଷ ବୟସ୍କ ଏହି କମ୍ପ୍ୟୁଟର ବୈଜ୍ଞାନିକ ଟ୍ରାକ୍ ରେ-କର୍ଡ ସହିତ ସଠିକ୍ ଭବିଷ୍ୟବାଣୀ କରିବାରେ ବିଖ୍ୟାତ । ଏପର୍ଯ୍ୟନ୍ତ, ତାଙ୍କର ୧୪୭ ଭବିଷ୍ୟବାଣୀର ପ୍ରାୟ ୮୬ ପ୍ରତିଶତ ସଠିକ୍ ପ୍ରମାଣିତ ହୋଇଛି ।

ରେ କୁର୍ଜୱିଲ ଟେକ୍ ବ୍ଲଗର୍ ଆଡାଜିଓ ଦ୍ୱାରା ପୋଷ୍ଟ ହୋଇଥିବା ଏକ ୟୁଟ୍ୟୁବ୍ ଭିଡିଓରେ ଏହି ଦାବି କରିଛନ୍ତି । ଏହି ଭିଡିଓରେ ସେ ଜେନେଟିକ୍ସ, ନାନୋଟେକ୍ନୋଲୋଜି, ରୋବୋଟିକ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତାର ବିଷୟରେ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ଗୁଗୁଲ ପୂର୍ବତନ ବୈଜ୍ଞାନିକ ରେ କୁର୍ଜୱିଲ ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ସାତ ବର୍ଷ ମଧ୍ୟରେ ନାନୋରୋବୋଟ ସାହାଯ୍ୟରେ ମଣିଷ ଅମର ହୋଇଯିବ । ୭୫ ବର୍ଷ ବୟସ୍କ ଏହି କମ୍ପ୍ୟୁଟର ବୈଜ୍ଞାନିକ ଟ୍ରାକ୍ ରେକର୍ଡ ସହିତ ସଠିକ୍ ଭବିଷ୍ୟବାଣୀ କରିବାରେ ବିଖ୍ୟାତ ।

ଏପର୍ଯ୍ୟନ୍ତ, ତାଙ୍କର ୧୪୭ ଭବିଷ୍ୟବାଣୀର ପ୍ରାୟ ୮୬ ପ୍ରତିଶତ ସଠିକ୍ ପ୍ରମାଣିତ ହୋଇଛି । କୁର୍ଜୱିଲ ଟେକ୍ ବ୍ଲଗର୍ ଆଡାଜିଓ ଦ୍ୱାରା ପୋଷ୍ଟ ହୋଇଥିବା ଏକ ୟୁଟ୍ୟୁବ୍ ଭିଡିଓରେ ଏହି ଦାବି କରିଛନ୍ତି । ଏହି ଭିଡିଓରେ ସେ ଜେନେଟିକ୍ସ, ନାନୋଟେକ୍ନୋଲୋଜି, ରୋବୋଟିକ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତାର ବିଷୟରେ ଆଲୋଚନା କରିଛନ୍ତି ।

ନ୍ୟୁୟର୍କ ପୋଷ୍ଟ ରି-ପୋର୍ଟ ଅନୁସାରେ ବୈଜ୍ଞାନିକ କୁର୍ଜୱିଲଙ୍କ ସହ ସାକ୍ଷାତକାରର ଦୁଇ ଭାଗ ବିଶିଷ୍ଟ ଭିଡିଓ ପୋଷ୍ଟ କରାଯାଇଛି । ଏହି ସାକ୍ଷାତକାର ସମୟରେ ସେ, ୨୦୦୫ ମସିହାର ପୁସ୍ତକ ‘ଦି ସିଙ୍ଗୁଲାରିଟି ଇଜ୍ ନିଅର୍’ରେ କରିଥିବା ଦାବିକୁ ଦୋହରାଇଛନ୍ତି । ଯେଉଁଠାରେ ସେ ପୂର୍ବାନୁମାନ କରିଥିଲେ କି, ୨୦୩୦ ସୁଦ୍ଧା ଟେକ୍ନୋଲୋଜି ମଣିଷକୁ ସବୁଦିନ ପାଇଁ ଜୀବନକୁ ଉପଭୋଗ କରିବାର ଅନୁମତି ଦେବ । ଅର୍ଥାତ୍ ମଣିଷ ଅମର ହୋଇଯିବ ।

Leave A Reply

Your email address will not be published.