ଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ଭୀଷଣ ବର୍ଷାରେ ୨୧ ଘଣ୍ଟା ଆଣ୍ଠୁ ମାଡ଼ି ବସି ରହିଲେ ଯୁବକ ।

0

Get real time updates directly on you device, subscribe now.

କୁହାଯାଏ କି ଲୋକମାନେ ପ୍ରେମରେ ପଡ଼ିଲେ ନିଜ ପ୍ରେମିକା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ସେ ତାଙ୍କର ବହୁତ କେୟାର କରନ୍ତି ଓ କୌଣସି ଜିନିଷର ଅଭାବ ରଖନ୍ତି ନାହିଁ । ସେ ନିଜ ପ୍ରେମିକା ପାଇଁ ଚାନ୍ଦ, ତାରା ତୋଳି ଆଣିବା ପାଇଁ ମଧ୍ୟ କହିଥାନ୍ତି ।

ପ୍ରେମିକାର ଟିକିଏ ଅସୁବିଧା ବେଳେ ସାହାଯ୍ୟ ପାଇଁ ସାଙ୍ଗେ ସାଙ୍ଗେ ପଳାଇ ଆସନ୍ତି । ସୋସିଆଲ ମିଡିଆରେ ଏପରି ହଜାର ଭିଡିଓ ଅଛି, ଯେଉଁଥିରେ ପ୍ରେମି ନିଜ ପ୍ରେମିକା ପାଇଁ କିଛି ବି କରୁଥିବା ଦେଖିବାକୁ ମିଳିଛି ।

କିନ୍ତୁ ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ନ ତାରିଫ କରି ରହିପାରିବେ ନାହିଁ । ଆଜ୍ଞା ହଁ ଦର୍ଶକବନ୍ଧୁ ଏଠାରେ ଚୀନର ଜଣେ ଯୁବକ ନିଜ  ଗର୍ଲଫ୍ରେଣ୍ଡକୁ ମନେଇ ଆଉଥରେ ନିଜ ଜୀବନକୁ ଫେରି ଆସିବା ପାଇଁ ହାତରେ ଲାଲ୍ ଗୋଲାପ ଧରି ଭୀଷଣ ବର୍ଷାରେ ଓଦା ହୋଇ ପୂରା ରାତି ଅର୍ଥାତ୍ ପ୍ରାୟ ୨୧ ଘଣ୍ଟା ପର୍ଯ୍ୟନ୍ତ ଆଣ୍ଠୁରେ ବସି ରହିଥିଲେ ଗର୍ଲଫ୍ରେଣ୍ଡଙ୍କ କର୍ମକ୍ଷେତ୍ର ବାହାରେ । ବିଶ୍ଵାସ ହେଉ ନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ ସତ୍ୟ ।

ତେବେ ବନ୍ଧୁଗଣ ଆଜିକା ସମୟରେ ପ୍ରେମ ପାଇଁ ଏଭଳି କିଛି କରିବା ବିଶ୍ୱାସ ଯୋଗ୍ୟ ନୁହେଁ । ତେବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଚୀନ୍‌ ସିଆଚେନ୍‌ ପ୍ରାନ୍ତରେ ।

ଆଉ ସେଠାରୁ ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଉକ୍ତ ଯୁବକଙ୍କର ନିଜ ଗର୍ଲଫ୍ରେଣ୍ଡ୍ ସହିତ କୌଣସି କାରଣରୁ ବ୍ରେକଅପ୍ ହୋଇଯାଇଥିଲା । କିନ୍ତୁ ଗର୍ଲଫ୍ରେଣ୍ଡ୍ ବିନା ରହି ନପାରି ଯୁବକ ଜଣକ କ୍ଷମା ମାଗି ଆଉଥରେ ନିଜେ ଜୀବନରେ ନିଜ ପ୍ରେମିକାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲେ ।

ଆଉ ଏଥିପାଇଁ ସେ ହାତରେ ଫୁଲ ଧରି ନିଜ ଗର୍ଲଫ୍ରେଣ୍ଡ୍ ଙ୍କ କାର୍ଯ୍ୟକ୍ଷେତ୍ର ବାହାରେ ଦୁଇ ପହର ୧ ଟାରୁ ତା ପର ଦିନ ୧୦ଟା ପର୍ଯ୍ୟନ୍ତ ସେ ବର୍ଷାରେ ସେପରି ବସି ରହିଥିଲେ । କିନ୍ତୁ ସବୁଠାରୁ ଆଶର୍ଯ୍ୟକର କଥା ହେଉଛି ଯେ ଏତେ ପରେ ମଧ୍ୟ ତାଙ୍କ ପ୍ରେମିକାଙ୍କର କୌଣସି ଦେଖା ନଥିଲା ।

ପୋଲିସ୍‌ ସମେତ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନଙ୍କ ବୁଝା ସୁଝା ପରେ ମଧ୍ୟ ସେ ଶୁଣିନଥିଲେ । ଆଉ ଶେଷରେ ଥଣ୍ଡା ଅସହ୍ୟ ହେବାରୁ ସେ ପର ଦିନ ନିଜ ଘରକୁ ଫେରି ଯାଇଥିଲେ । କିନ୍ତୁ ଏହି ଘଟଣା ବର୍ତ୍ତମାନ୍ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.