କେତେ ଦିନ ପର୍ଯ୍ୟନ୍ତ ନ ଶୋଇ ଆପଣ ରହିପାରିବେ ? ଯଦି ନିଦ ପୂରା ନହୁଏ ତେବେ କଣ ହେବ । ଜାଣନ୍ତୁ ଏହାର ଉତ୍ତର ।

0

Get real time updates directly on you device, subscribe now.

ନିୟମିତ ସଠିକ ସମୟରେ ଶୋଇବା ଆମ ଶରୀର ପାଇଁ ନିହାତି ଆବଶ୍ୟକ । ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀରେ ମଣିଷ ଠିକ୍‌ ସମୟରେ ଶୋଇ ପାରୁନାହିଁ । ଅଳ୍ପ ସମୟ ଶୋଇବା କାରଣରୁ ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହେଉଛି ମଣିଷ ।

ଅନେକ ଡାକ୍ତର ମାନଙ୍କ ମତରେ ଦୁଇ ଚାରି ଦିନ ନ ଖାଇଲେ ଚଳିବ । ଟିକେ ଦୁର୍ବଳ ଲାଗିପାରେ, କିନ୍ତୁ ବିଶେଷ ଅସୁବିଧା ହେବନି । ହେଲେ ଭାବନ୍ତୁ ତ ୪-୫ ଦିନ ଆଦୌ ନଶୋଇଲେ ଅବସ୍ଥା କ’ଣ ହେବ । ପୁରା ପାଗଳ ହୋଇଯିବ ମଣିଷ । ତେଣୁ ଖାଦ୍ୟଠାରୁ ବି ଅଧିକ ଜରୁରୀ ନିଦ୍ରା ।

ରାତିର ଗାଢ଼ ନିଦ ହେଉଛି ସାରା ଦିନର ଶକ୍ତି । ଭଲ ନିଦ ହୋଇଛି ମାନେ ଦିନ ସାରା ଫୂର୍ତ୍ତି ଲାଗିବ । ଆଉ ରାତିରେ ଯଦି ମଣିଷ ଭଲରେ ଶୋଇ ନ ପାରିଲା, ତା ପରଦିନ ପୁରା ବରବାଦ୍ । ହାଲିଆ ଲାଗିବ, କାମ କରିବାକୁ ଇଚ୍ଛା ହେବନି, ଚିଡ୍ ଚିଡ୍ ଲାଗିବ ।

ପୁରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ । ଆଉ ଯଦି ଲଗାତର ଭାବେ ଅନିଦ୍ରା ଲାଗି ରହେ, ତେବେ ସ୍ମୃତିଶକ୍ତି ହ୍ରାସ ହେବା ସହିତ ରକ୍ତଚାପ, ଡାଇବେଟିସ୍ ପରି ରୋଗ ମଧ୍ୟ ହୋଇପାରେ । ତେଣୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଶିଶୁ ଓ ବୟସ୍କ ଲୋକ ଅଧିକ ସମୟ ମଧ୍ୟ ଶୋଇବା କଥା ।

ମିଳିଥିବା ସୂଚନା ଅନୁସାରେ ୧୯୬୩ ମସିହାରେ ଏକ ବିଜ୍ଞାନ ପ୍ରୋଜେକ୍ଟ ସାରିବା ପାଇଁ କାଲିଫର୍ନିଆର ୧୭ ବର୍ଷିୟ ରାଣ୍ଡି ଗାର୍ଡନର୍ ୧୧ ଦିନ ୨୫ ମିନିଟ୍ ପର୍ଯ୍ୟନ୍ତ ନ ଶୋଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଏହାପରେ ୧୯୮୬ରେ, ରୋବର୍ଟ ମ୍ୟାକଡୋନାଲ୍ଡ ୧୮ ଦିନ ଓ ପ୍ରାୟ ୨୨ ଘଣ୍ଟା ଶୋଇ ନଥିଲେ । ଆହୁରି ବହୁତ୍ ଜଣ ମଧ୍ୟ ଏହି ରେକର୍ଡ଼ ଭାଙ୍ଗି ଥିବାର ଦାବି କରିଥିଲେ କିନ୍ତୁ ୧୯୯୭ ମସିହା ଠାରୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡଗୁଡିକ ଏସବୁ ସଫଳତାକୁ ଅନ୍ତର୍ଭୁକ୍ତ କରେ ନାହିଁ । କାରଣ ସେମାନେ ବିଶ୍ୱାସ କରନ୍ତି ଯେ ନିଦ୍ରା ଅଭାବ ଏକ ପ୍ରକାର ରୋଗ ଆଉ ସ୍ବାସ୍ଥ୍ୟ ପାଇଁ ବିପଦ ମଧ୍ୟ ।

କାଲିଫର୍ନିଆ ୟୁନିଭରସିଟିର ଶୋଇବା ବ୍ୟାଧି କେନ୍ଦ୍ରର ମୁଖ୍ୟ ଆଲୋନ୍ ଏଡୱିଙ୍କ ଅନୁସାର ଯେଉଁମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି ସେମାନେ ଜାଗ୍ରତ ଥିବା ପରି ଦେଖାଯାନ୍ତି କିନ୍ତୁ ସେମାନଙ୍କର ମସ୍ତିଷ୍କ ଅଜ୍ଞାତରେ ଏକ ପ୍ରକାର ଅସ୍ୱାଭାବିକ ଶୋଇବାକୁ ଯାଏ ଅର୍ଥାତ୍ ମାଇକ୍ରୋ-ଶୋଇବା ଅବସ୍ଥାରେ ଅଛନ୍ତି ।

ଅନିଦ୍ରା ପ୍ରଭାବରେ ଅସ୍ୱାଭାବିକ ପ୍ରୋଟିନ୍ ସେମାନଙ୍କ ମସ୍ତିଷ୍କରେ ଜମା ହେବା ଆରମ୍ଭ କରେ ଓ ଧୀରେ ଧୀରେ ମସ୍ତିଷ୍କ କୋଷ ଗୁଡ଼ିକୁ ନଷ୍ଟ କରିବା ଆରମ୍ଭ କରେ । ଶରୀର ନଷ୍ଟ ହେବାକୁ ଲାଗେ ଓ ଶେଷରେ ସେମାନେ ମରିଯାଆନ୍ତି । ଏହିପରି ରୋଗରେ ପୀଡିତ ରୋଗୀମାନେ ହାରାହାରି ୧୮ ମାସରୁ ଅଧିକ ବଞ୍ଚିବାକୁ ସକ୍ଷମ ନୁହଁନ୍ତି । ତେଣୁ ବୟସ୍କ ବ୍ୟକ୍ତି ୭ରୁ ୯ ଘଣ୍ଟା ଶୋଇବା ଉଚିତ୍ ଓ ମଧ୍ୟ ବୟସ୍କମାନେ ୭ରୁ ୮ ଘଣ୍ଟା ଶୋଇବା ଉଚିତ୍ ।

Leave A Reply

Your email address will not be published.