IPLରେ କେଉଁ ଖେଳାଳି ନେଇଥିଲେ ପ୍ରଥମ ୱିକେଟ୍? କିଏ ହୋଇଥିଲେ ଆଉଟ୍ ? ର୍ତ୍ତମାନ ଉଭୟ ନେଇ ସାରିଛନ୍ତି ଅବସର………

0

Get real time updates directly on you device, subscribe now.

ଆଇପିଏଲକୁ ଏବେ ଭାରତରେ କ୍ରିକେଟ୍ ମହାପର୍ବ ବା ମହାକୁମ୍ଭ ବୋଲି କୁହାଯାଉଛି କାରଣ ଏହି ପର୍ବ ଅନୁଷ୍ଠିତ ହୋଇଥିବା ସମୟରେ ସମସ୍ତ ଦେଶର ଖେଳାଳି ଏହି ଖେଳରେ ଭାଗ ନେଇଥାନ୍ତି ସେଥିପାଇଁ ଏହା ସମସ୍ତଙ୍କର ଅତି ପ୍ରିୟ ହୋଇଛି। କାରଣ ଜଣଙ୍କର ମନ ପସନ୍ଦର ଖେଳାଳି ଗୋଟିଏ ଟିମରେ ରହିଥାନ୍ତି ଯାହା ପାଇଁ ସମସ୍ତଙ୍କର ମନ ଉତ୍ସାହରେ ଭରି ଉଠୀଥାଏ।

ସେହିପରି ଆଇପିଏଲ ପରି ମହା ପର୍ବରେ ୧୦ଟି ଟିମ୍ ସାମିଲ ହୋଇଥାନ୍ତି ଏବଂ ସେମାନେ ନିଜ ଦଳ ତରଫରୁ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଟ୍ରଫିକୁ ନିଜ ନାମରେ କରିବା ପାଇଁ ଚେଷ୍ଟା କରିଥାନ୍ତି।ଆଇପିଏଲ ୨୦୨୩ ଟୁର୍ଣ୍ଣାମେଣ୍ଟ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ।

ଏଥିପାଇଁ ସମସ୍ତ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଭରିରହିଛି।ଏହି ମ୍ୟାଚର ଗୋଟେ ସପ୍ତାହ ଆଗରୁ ଟିକେଟ ବୁକିଙ୍ଗ ମଧ୍ୟ ସରିଯାଇଛି । ତେବେ ଏଥର ପ୍ରଥମ ୱିକେଟ୍ କିଏ ନେବ ତାହା ଦେଖିବାକୁ ଲୋକଙ୍କ ମନରେ ଉତ୍ସାହ ଏବଂ କୌତୁହ ଲାଗିରହିଛି। କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ ଇତିହାସର ପ୍ରଥମ ମ୍ୟାଚରେ କିଏ ପ୍ରଥମ ୱିକେଟ୍ ନେଇଥିଲା ଓ କେଉଁ ବ୍ୟାଟ୍ସମ୍ୟାନ୍ ପ୍ରଥମେ ଆଉଟ୍ ହୋଇଥିଲେ?

ଆଜି ଆପଣ ମାନଙ୍କୁ ଆମେ ଏହି ବିଷୟରେ କହିବୁ।ବାସ୍ତବରେ କ୍ରିକେଟ୍ ଓ ଆଇପିଏଲ୍ ପ୍ରଶଂସକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ସେମାନେ ଜାଣିବାକୁ ଚାହାଁନ୍ତି ଯେ କେଉଁ ବୋଲର ଆଇପିଏଲରେ ପ୍ରଥମ ୱିକେଟ୍ ପାଇଥିଲେ, କେଉଁ ବ୍ୟାଟ୍ସମ୍ୟାନ୍ ପ୍ରଥମେ ଆଉଟ୍ ହୋଇଥିଲେ, କେଉଁ ବ୍ୟାଟ୍ସମ୍ୟାନ୍ ପ୍ରଥମ ଶତକ ଏବଂ ଅର୍ଦ୍ଧ ଶତକ ମାରିଥିଲେ ,କିଏ ହାଟ୍ରିକ ୱିକେଟ ନେଇଥିଲେ ଏହିଭଳି ଅନେକ ପ୍ରଶ୍ନ ଦର୍ଶକ ମାନଙ୍କ ମନରେ ଉଙ୍କି ମାରୁଥିବ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୌରଭ ଗାଙ୍ଗୁଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ଆଇପିଏଲ୍ ଇତିହାସରେ ପ୍ରଥମେ ଆଉଟ୍ ହୋଇଥିବା ବେଳେ, ପ୍ରଥମ ୱିକେଟ୍ ଜହିର ଖାନ ନେଇଥିଲେ ।ପ୍ରଥମ ହାଇ ସ୍କୋର ବ୍ରେଣ୍ଡନ୍ ମ୍ୟାକକୁଲମ୍ କରିଥିଲେ ଯାହା ପାଇଁ kkr ତାର ପ୍ରଥମ ମ୍ୟାଚରେ rcb ଆଗରେ ୨୨୨ ରନର ଲକ୍ଷ୍ୟ ଦେଇଥିଲା ଯେଉଁଥିରେ ତାଙ୍କର ୧୫୮ ରନର ପାଳି ସାମିଲ ଥିଲା।

ସେହିପରି ପ୍ରଥମ ୱିକେଟ ଜାହିର ଖାଁ ନିଜ ନାମରେ କରିଥିଲେ।ବାସ୍ତବରେ, ଆରସିବି ଦ୍ରୁତ ବୋଲର ଜହିର ଖାନ ଆଇପିଏଲର ପ୍ରଥମ ମ୍ୟାଚରେ କେକେଆର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଆଉଟ୍ କରିଥିଲେ । ସେହି ମ୍ୟାଚ୍‌ରେ ଗାଙ୍ଗୁଲି ଓପନ କରିବାକୁ ଆସି ବ୍ୟକ୍ତିଗତ ୧୦ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ ଓ ସ୍ଲିପ୍ସରେ ଠିଆ ହୋଇଥିବା ଜ୍ୟାକ୍ କଲିସ୍ ତାଙ୍କ କ୍ୟାଚ୍ ଧରିଥିଲେ । ଏହି ମ୍ୟାଚ୍ ବିଷୟରେ ଆସନ୍ତୁ ଜାଣିବା ବିସ୍ତୃତ ଭାବରେ ।

ପ୍ରଥମ ଆଇପିଏଲ୍ ୨୦୦୮ ମସିହାରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଓ ଆରସିବି ଦଳ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୨ ରନ୍ ସ୍କୋର କରିଥିଲା । ବ୍ରେଣ୍ଡନ୍ ମ୍ୟାକକୁଲମ୍ ୧୫୮ ରନର ଏକ ତୁଫାନି ଇନିଂସ ଖେଳି KKR ପାଇଁ ଇତିହାସ ସୃଷ୍ଟି କରିଥିଲେ ।

୨୨୩ ରନର ଲକ୍ଷ୍ୟକୁ ପଛରେ ପକାଇ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋରର ଦଳ ୨୦ ଓଭରରେ ୮୨ ରନ୍ ସ୍କୋର କରିବା ପରେ ଅଲଆଉଟ୍ ହୋଇ ଯାଇଥିଲା । କେକେଆର୍ ଏହି ମ୍ୟାଚ୍କୁ ୧୪୦ ରନ୍ ବ୍ୟବଧାନରେ ଜିତିଥିଲା ​​। ସେହି ସିଜିନରେ କେକେଆର୍ ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି, ବାଙ୍ଗାଲୋର ଦଳର ଅଧିନାୟକ ରାହୁଲ ଦ୍ରାବିଡ ଥିଲେ ।

Leave A Reply

Your email address will not be published.