ଚାଷୀମାନଙ୍କ ପାଇଁ ଆସିଲା ନୂଆ ଯୋଜନା, ସରକାର ଏବେ ଚାଷୀ ମାନଙ୍କୁ ଏକାଥରେ ଦେବେ ୧୫ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ପୂର୍ବରୁ ଚାଷୀମାନଙ୍କ ପାଇଁ ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କାଳିଆ ଯୋଜନା ଏବଂ ପି ଏମ କିଶାନ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି।ଚାଷୀଙ୍କୁ କାଳିଆ ଯୋଜନା ରେ ୫୦୦୦ ଏବଂ ପି ଏମ କିଶାନ୍ ଯୋଜନାରେ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି।ସେହିପରି ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଅନେକ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

ଚାଷୀମାନଙ୍କ ପାଇଁ ଆଜି ସାରା ଦୁନିଆ ଠିକ୍ ସମୟରେ ଖାଦ୍ୟ ଖାଇ ପାରୁଛି।ସେମାନେ ନିଜ ଝାଳ ନାଳ ନିଗାଡି ସମସ୍ତଙ୍କ ପାଇଁ ଆହାର ପ୍ରସ୍ତୁତ କରୁଛନ୍ତି ଏବଂ ଲୋକମାନେ ତାହାର ଉଚିତ୍ ମୂଲ୍ୟଦେଇ ତାହାକୁ କିଣି ନିଜ ପରିବାର ଭରଣ ପୋଷଣ କରୁଛନ୍ତି।

ତେଣୁ କୃଷକମାନଙ୍କ ପାଇଁ ସର୍ବଦା ସରକାର ଅନେକ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି।ପୁଣି ଆଉ ଗୋଟେ ଯୋଜନା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ଯେଉଁଠି ଚାଷୀମାନଙ୍କ ପାଇଁ ସାର ଏବଂ ଔଷଧ କିଣିବାରେ ସୁବିଧା ହେବ।

ଏହି ଯୋଜନା ରେ ଚାଷୀ ମାନଙ୍କୁ ସଂଗଠନ କରିବାକୁ ପଡ଼ିବ ଏବଂ ପ୍ରତ୍ୟେକ ସଙ୍ଗଠନରେ ୧୧ ଜଣ ସଦସ୍ୟ ସାମିଲ ହୋଇପାରିବେ।ଏହି ଯୋଜନା ମୁତାବକ ପ୍ରତ୍ୟେକ ଦଳକୁ ୧୫ ଲକ୍ଷ୍ୟ ଟଙ୍କା ଦିଆଯିବ ଯେଉଁଥିରେ ଚାଷୀ ମାନେ ସାର ଏବଂ ଔଷଧ କିଣିବା ସହ ତାକୁ ଜମିରେ ପ୍ରୟୋଗ କରିପାରିବେ।ଏହି ଯୋଜନାରେ ସାମିଲ ହେବା ପାଇଁ ଚାଷୀ ମାନଙ୍କୁ ନିଜ ନାମ ରେଜିଷ୍ଟର କରିବାକୁ ପଡ଼ିବ,ତାହେଲେ ସେମାନେ ଏହି ଯୋଜନା ରେ ଜଡ଼ିତ ହୋଇପାରିବେ।

ଏହି ଯୋଜନା ରେ ରେଜିଷ୍ଟର କରିବାକୁ ହେଲେ ନିଜ ଠିକଣା ,ବ୍ୟାଙ୍କ୍ ଖାତା ଜେରକ୍ସ ବା ଆକାଉଣ୍ଟ ନମ୍ବର, ଆଇ ଏଫ୍ ସି ନମ୍ବର , ଖାତା ଧାରୀଙ୍କ ନାମ ଏବଂ ବ୍ୟାଙ୍କ୍ ନାମ ଜରୁରୀ ଏବଂ ପ୍ରତ୍ୟେକ ଚାଷୀଙ୍କ ଜମିବାଡ଼ି ପଟ୍ଟା ନିହାତି ଜରୁରୀ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପି ଏମ କିଶନ ପୋର୍ଟାଲକୁ ଯାଇ e – NAM ପୋର୍ଟାଲରେ ନିଜ ନାମରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ , ଯାହା ପରେ ଆପଣ ଏହି ଯୋଜନାରେ ଜଡ଼ିତ ହେବେ ଏବଂ ସଙ୍ଗ ଗଠନ କରିବା ପରେ ୧୫ ଲକ୍ଷ ମଧ୍ୟରୁ ଆପଣ କିଛି ପାଇବାର ହକଦାର ହୋଇପାରିବେ।

Leave A Reply

Your email address will not be published.