ଆସୁଛି ଭୟଙ୍କର ଝଡ଼ ବର୍ଷା,ପାଣିପାଗ ବିଭାଗର ସତର୍କ ସୂଚନା ।

0

Get real time updates directly on you device, subscribe now.

ଆସୁଛି ଆଉ ଦୁଇଟି ପଶ୍ଚିମା ଝଡ଼ । କାଲିଠୁ ଦୁଇ ଦିନ ରାଜ୍ୟରେ ଘଡ଼ ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ପରେ ୩୧ ତାରିଖରେ ସୃଷ୍ଟି ହେବ ଆଉ ଏକ ଶକ୍ତିଶାଳୀ ପଶ୍ଚିମା ଝଡ । ଯାହାର ପ୍ରଭାବ ଏପ୍ରିଲ ୨ ପର୍ଯ୍ୟନ୍ତ ଉପକୂଳ ଓ ଉତର ଓଡ଼ିଶାରେ ପଡ଼ିପାରେ ।

ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିିଠି ଲେଖିଛନ୍ତି ଏସଆରସି । ଆଜ୍ଞା ହଁ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାର କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ।

ଏନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ । ବର୍ତ୍ତମାନ ଦେଶରେ ଉତ୍ତର ତଥା ଉତ୍ତରପଶ୍ଚିମ ଭାଗରୁ ପଶ୍ଚିମାଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ପଞ୍ଜାବ,ଜାମ୍ମୁ-କାଶ୍ମୀର, ଦିଲ୍ଲୀ ତଥା ଲଦାଖର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । ଓଡ଼ିଶାରେ ଆସନ୍ତା ୨୬ ତାରିଖରୁ ପଶ୍ଚିମାଝଡ଼ ର ପ୍ରଭାବ ଦେଖିବାକୁ ମିଳିବ ।

୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡିଶାର ଗଂଜାମ, ଗଜପତି,ଖୋର୍ଦ୍ଧା, ନୟାଗଡ଼, ପୁରୀ ସମେତ ପାର୍ଶ୍ଵବର୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବ ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା । ସେହିପରି ୨୭ ତାରିଖରେ ୧୧ ଜିଲ୍ଲା ରେ ବିଜୁଳି ଘଡ଼ଘଡ଼ି ସମେତ ବର୍ଷା ସମ୍ଭାବନା ।

ଏଥିସହ ପୂର୍ବ ପଶ୍ଚିମାଝଡ଼ର ପ୍ରଭାବ ୧୫ ରୁ ୨୧ ତାରିଖ ଯାଏ ରହିଥିବା ବେଳେ ଆଗାମୀ ପଶ୍ଚିମାଝଡ଼ରେ ପ୍ରଭାବ ଯଥେଷ୍ଟ କମ ରହିବ ବୋଲି ସୁଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ପଶ୍ଚିମାଝଡ଼ ପ୍ରଭାବରେ କିଛି ମାତ୍ରାରେ କମିପାରେ ଦିନ ତାପମାତ୍ରା ।

ତେବେ ଗତ କିଛିଦିନ ହେଲା ରାଜ୍ୟରେ ପଶ୍ଚିମା ଝଡ଼ ଲାଗି ରହିଛି । ଫଳରେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ହୋଇଛି । କେତେକ ସ୍ଥାନରେ ଚାଷ ଉପରେ ବିଶେଷ ପ୍ରଭାବ ପକାଇଛି ପଶ୍ଚିମାଝଡ଼ । ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛି ।

Leave A Reply

Your email address will not be published.