ଚନ୍ଦ୍ରପୃଷ୍ଠରେ ମାଡ଼ ହେଇଥିବା ବିଶାଳ ଉଲକାପିଣ୍ଡର ଦୁର୍ଲଭ ଦୃଶ୍ୟକୁ କ୍ୟାମେରାରେ କଏଦ କଲେ ଜାପାନ ଆଷ୍ଟ୍ରୋନମର

0

Get real time updates directly on you device, subscribe now.

ଚନ୍ଦ୍ର ପୃଷ୍ଠରେ ମାଡ଼ ହେଲା ଉଲକାପିଣ୍ଡ । ଚନ୍ଦ୍ରର ଅନ୍ଧର ଭାଗରେ ଏହି ଉଲକାପିଣ୍ଡ ମାଡ଼ ହୋଇଛି । ଏହାଦ୍ବାରା ଚନ୍ଦ୍ରରେ ବିରାଟ ଗର୍ତ୍ତ ସୃଷ୍ଟି ହେବା ଏହି ଅଂଶ କିଛି ସମୟ ପାଇଁ ଚମକ ଦେଖିବାକୁ ମିଳିଥିଲା । ଆଲୋକିତ ହୋଇଥିଲା ଚନ୍ଦ୍ରର ଅନ୍ଧାର ଭାଗ । ଆଉ ଏହି ଦୃଶ୍ୟକୁ  ଜାପାନର ଜଣେ ଜ୍ୟୋତିଷବିଜ୍ଞାନୀ କ୍ୟାମେରାରେ କଏଦ କରିଛନ୍ତି ।

ଜାପାନ ଆଷ୍ଟ୍ରୋନମରଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ୨୩ ଫେବ୍ରୁଆରୀ ଜାପାନ ସମୟ ରାତି ୮ଟା ୧୪ ମିନିଟରେ ହୋଇଥିଲା । ହିରାସ୍ତୁକା ସିଟି ମ୍ୟୁଜିୟମରେ ଚନ୍ଦ୍ର ଉପରେ ଗବେଷଣା କରିବା ପାଇଁ ଆଷ୍ଟ୍ରୋନମର ଡାଇଚି ଫୁଜି କ୍ୟାମେରା ସେଟ୍ କରିଥିଲେ । ଏହି ସମୟରେ ଏକ ଉଜ୍ଜ୍ବଳ ଉଲକାପିଣ୍ଡ ଚନ୍ଦ୍ରର ଅନ୍ଧାର ଭାଗକୁ ଦ୍ରୁତ ଗତିରେ ଯାଇ ମାଡ଼ ହୋଇଥିଲା ।

ପରେ ଚନ୍ଦ୍ରର ଏହି ଅଂଶରେ ଉଜ୍ଜ୍ବଳ ଆଲୋକ ରଶ୍ମି ଦେଖିବାକୁ ମିଳିଥିଲା । ଏକ ସେକେଣ୍ଡରୁ ଅଧିକ ସମୟ ଆଲୋକିତ ହୋଇଥିଲା ଏହି ଅଂଶ । ସେହିପରି ମେଟରାଇଟ୍ ମାଡ଼ରେ ଚନ୍ଦ୍ରପୃଷ୍ଠରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଜାପାନ ଆଷ୍ଟ୍ରୋନମର କହିଛନ୍ତି ।

ଆଉ ଏହି ଦୁର୍ଲଭ ଦୃଶ୍ୟକୁ ଆଷ୍ଟ୍ରୋନମର ଡାଇଚି ଫୁଜି ମ୍ୟୁଜିୟମରେ ଲାଗିଥିବା କ୍ୟାମେରାରେ କଏଦ କରିଛନ୍ତି । ତେବେ ଫୁଜିଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ଚନ୍ଦ୍ରର  ପିଟିସ୍କସ କ୍ରିଏଟର ଠାରୁ ଉତ୍ତର-ପଶ୍ଚିମରେ ଈଦେଲର ଏଲ୍ କ୍ରିଏଟର ନିକଟରେ ପଡ଼ିଛି । ଚନ୍ଦ୍ରପୃଷ୍ଠରେ ମାଡ଼ ହେବା ବେଳେ ଉଲକାପିଣ୍ଡରେ ଆନୁମାନିକ ବେଗ ଗତି ୪୮, ୨୮୦ ଘଣ୍ଟା ପ୍ରତି କିଲୋମିଟର ରହିଥିଲା ।

ଦ୍ରୁତ ଗତି ଉଲକାପିଣ୍ଡ ମାଡ଼ ହେବା ଫଳରେ ଉଜ୍ଜ୍ବଳତା ଦେଖିବାକୁ ମିଳିଥିବା ବୋଲି ଫୁଜି କହିଛନ୍ତି । ବଡ଼ ବଡ଼ ଉଲକାପିଣ୍ଡ ଚନ୍ଦ୍ରରେ ମାଡ଼ ହେଲେ ଏହା ପୃଥିବୀକୁ ଦେଖାଯାଇଥାଏ । କୃଷ୍ଣପକ୍ଷ ସମୟରେ ଏଭଳି ମେଟରାଇଟ୍ ମାଡ଼ ହେଲେ ଏଥିରୁ ବାହାରୁଥିବା ଉଜ୍ଜ୍ବଳ ରଶ୍ମି ଦେଖିବାକୁ ମିଳିଥାଏ ।

ଆଷ୍ଟ୍ରୋନମର ଫୁଜି କହିଛନ୍ତି, ଉଲକାପିଣ୍ଡ ମାଡ଼ ଫଳରେ ଚନ୍ଦ୍ରର ଅନ୍ଧାର ଭାଗରେ ୩୯ଫିଟ୍ ବ୍ୟାସ ବିଶିଷ୍ଟ ଏକ ଗାର୍ତ୍ତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଏହି ଗାତର ଚିତ୍ର ନାସାର ଲୁନାର ରିକାନ୍ସେସ୍ ଅର୍ବିଟର ଏବଂ ଭାରତ ଚନ୍ଦ୍ରୟାଣ-୨ ଲୁନାର ପ୍ରୋବ୍ ଦ୍ବାରା ଉତ୍ତୋଳନ କରିହେବ ।

Leave A Reply

Your email address will not be published.