ଚନ୍ଦ୍ର ପୃଷ୍ଠରେ ମାଡ଼ ହେଲା ଉଲକାପିଣ୍ଡ । ଚନ୍ଦ୍ରର ଅନ୍ଧର ଭାଗରେ ଏହି ଉଲକାପିଣ୍ଡ ମାଡ଼ ହୋଇଛି । ଏହାଦ୍ବାରା ଚନ୍ଦ୍ରରେ ବିରାଟ ଗର୍ତ୍ତ ସୃଷ୍ଟି ହେବା ଏହି ଅଂଶ କିଛି ସମୟ ପାଇଁ ଚମକ ଦେଖିବାକୁ ମିଳିଥିଲା । ଆଲୋକିତ ହୋଇଥିଲା ଚନ୍ଦ୍ରର ଅନ୍ଧାର ଭାଗ । ଆଉ ଏହି ଦୃଶ୍ୟକୁ ଜାପାନର ଜଣେ ଜ୍ୟୋତିଷବିଜ୍ଞାନୀ କ୍ୟାମେରାରେ କଏଦ କରିଛନ୍ତି ।
ଜାପାନ ଆଷ୍ଟ୍ରୋନମରଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ୨୩ ଫେବ୍ରୁଆରୀ ଜାପାନ ସମୟ ରାତି ୮ଟା ୧୪ ମିନିଟରେ ହୋଇଥିଲା । ହିରାସ୍ତୁକା ସିଟି ମ୍ୟୁଜିୟମରେ ଚନ୍ଦ୍ର ଉପରେ ଗବେଷଣା କରିବା ପାଇଁ ଆଷ୍ଟ୍ରୋନମର ଡାଇଚି ଫୁଜି କ୍ୟାମେରା ସେଟ୍ କରିଥିଲେ । ଏହି ସମୟରେ ଏକ ଉଜ୍ଜ୍ବଳ ଉଲକାପିଣ୍ଡ ଚନ୍ଦ୍ରର ଅନ୍ଧାର ଭାଗକୁ ଦ୍ରୁତ ଗତିରେ ଯାଇ ମାଡ଼ ହୋଇଥିଲା ।
ପରେ ଚନ୍ଦ୍ରର ଏହି ଅଂଶରେ ଉଜ୍ଜ୍ବଳ ଆଲୋକ ରଶ୍ମି ଦେଖିବାକୁ ମିଳିଥିଲା । ଏକ ସେକେଣ୍ଡରୁ ଅଧିକ ସମୟ ଆଲୋକିତ ହୋଇଥିଲା ଏହି ଅଂଶ । ସେହିପରି ମେଟରାଇଟ୍ ମାଡ଼ରେ ଚନ୍ଦ୍ରପୃଷ୍ଠରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଜାପାନ ଆଷ୍ଟ୍ରୋନମର କହିଛନ୍ତି ।
私の観測史上最大の月面衝突閃光を捉えることができました!2023年2月23日20時14分30.8秒に出現した月面衝突閃光を、平塚の自宅から撮影した様子です(実際の速度で再生)。なんと1秒以上も光り続ける巨大閃光でした。月は大気がないため流星や火球は見られず、クレーターができる瞬間に光ります。 pic.twitter.com/Bi2JhQa9Q0
— 藤井大地 (@dfuji1) February 24, 2023
ଆଉ ଏହି ଦୁର୍ଲଭ ଦୃଶ୍ୟକୁ ଆଷ୍ଟ୍ରୋନମର ଡାଇଚି ଫୁଜି ମ୍ୟୁଜିୟମରେ ଲାଗିଥିବା କ୍ୟାମେରାରେ କଏଦ କରିଛନ୍ତି । ତେବେ ଫୁଜିଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ଚନ୍ଦ୍ରର ପିଟିସ୍କସ କ୍ରିଏଟର ଠାରୁ ଉତ୍ତର-ପଶ୍ଚିମରେ ଈଦେଲର ଏଲ୍ କ୍ରିଏଟର ନିକଟରେ ପଡ଼ିଛି । ଚନ୍ଦ୍ରପୃଷ୍ଠରେ ମାଡ଼ ହେବା ବେଳେ ଉଲକାପିଣ୍ଡରେ ଆନୁମାନିକ ବେଗ ଗତି ୪୮, ୨୮୦ ଘଣ୍ଟା ପ୍ରତି କିଲୋମିଟର ରହିଥିଲା ।
ଦ୍ରୁତ ଗତି ଉଲକାପିଣ୍ଡ ମାଡ଼ ହେବା ଫଳରେ ଉଜ୍ଜ୍ବଳତା ଦେଖିବାକୁ ମିଳିଥିବା ବୋଲି ଫୁଜି କହିଛନ୍ତି । ବଡ଼ ବଡ଼ ଉଲକାପିଣ୍ଡ ଚନ୍ଦ୍ରରେ ମାଡ଼ ହେଲେ ଏହା ପୃଥିବୀକୁ ଦେଖାଯାଇଥାଏ । କୃଷ୍ଣପକ୍ଷ ସମୟରେ ଏଭଳି ମେଟରାଇଟ୍ ମାଡ଼ ହେଲେ ଏଥିରୁ ବାହାରୁଥିବା ଉଜ୍ଜ୍ବଳ ରଶ୍ମି ଦେଖିବାକୁ ମିଳିଥାଏ ।
ଆଷ୍ଟ୍ରୋନମର ଫୁଜି କହିଛନ୍ତି, ଉଲକାପିଣ୍ଡ ମାଡ଼ ଫଳରେ ଚନ୍ଦ୍ରର ଅନ୍ଧାର ଭାଗରେ ୩୯ଫିଟ୍ ବ୍ୟାସ ବିଶିଷ୍ଟ ଏକ ଗାର୍ତ୍ତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଏହି ଗାତର ଚିତ୍ର ନାସାର ଲୁନାର ରିକାନ୍ସେସ୍ ଅର୍ବିଟର ଏବଂ ଭାରତ ଚନ୍ଦ୍ରୟାଣ-୨ ଲୁନାର ପ୍ରୋବ୍ ଦ୍ବାରା ଉତ୍ତୋଳନ କରିହେବ ।