ଦଶମ ଶ୍ରେଣୀ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ, ଭାରତୀୟ ଡାକ ସେବାରେ ଚାକିରି,ଦରମା ୬୦ ହଜାର

0

Get real time updates directly on you device, subscribe now.

ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା

କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି ।

ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ ।

ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।ଭାରତୀୟ ଡାକ ସେବା ତାମିଲନାଡୁ ସର୍କଲ୍ ୫୮ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ତାମିଲନାଡୁ ଡାକ ସର୍କଲ ଅନ୍ତର୍ଗତ ଏକାଧିକ ଜୋନ୍ ପାଇଁ ଏହି ପୋଷ୍ଟ ଉପଲବ୍ଧ।

*ଯୋଗ୍ୟତା:

ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ୧୦ମ ଶ୍ରେଣୀ ପାସ୍ କରିଥିବା ଜରୁରୀ।ହାଲୁକା ଏବଂ ଭାରୀ ମୋଟର ଯାନ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ ହାଲୁକା ଏବଂ ଭାରୀ ମୋଟର ଯାନ ଚଳାଇବାରେ ଅତି କମରେ ୩ ବର୍ଷର ଅଭିଜ୍ଞତା।ଗାଡିର ଯାନ୍ତ୍ରିକ ଜ୍ଞାନ ଥିବା ଉଚିତ।

*ପଦବୀ ସଂଖ୍ୟା:

ଷ୍ଟାଫ୍ କାର୍ ଡ୍ରାଇଭର:- ୫୮

*ବୟସ ସୀମା:

ସର୍ବନିମ୍ନ ବୟସ – ୧୮ ବର୍ଷ

ସର୍ବାଧିକ ବୟସ – ୨୭ ବର୍ଷ

*ଦରମା:

ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା

ସର୍ବାଧିକ ଦରମା – ୬୩,୨୦୦ ଟଙ୍କା

*ଜରୁରୀ କାମ:

୩୧ ମାର୍ଚ୍ଚ ୨୦୨୩

ଭାରତୀୟ ଡାକସେବାର ଅଫିସିଆଲ୍ ୱେବସାଇଟ୍ indiapost.gov.in କୁ ଯିବାକୁ ପଡିବ।ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଅତିରିକ୍ତ ଯୋଗ୍ୟତା ସହିତ ୧୦ମ ପାସ୍ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.