SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଯୋଜନାରେ ଟଙ୍କା ବିନିଯୋଗ କଲେ ପାଇବେ ଖାଲି ଲାଭ ହିଁ ଲାଭ

0

Get real time updates directly on you device, subscribe now.

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାରର ଅପସନ୍ ମହଜୁଦ ରହିଛି, କିଛି ଲୋକ ବ୍ୟାଙ୍କ ଫିକ୍ସ ଡିପୋଜିଟରେ ନିବେଶ କରିବାକୁ ପସନ୍ଦ କରି ଥାଆନ୍ତି ଆଉ କିଛି ଲୋକ ଇନ୍ସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍ ପଲିସି ଆଦିରେ ନିବେଶ କରିବା ପାଇଁ ପସନ୍ଦ କରନ୍ତି, ଆଉ କିଛି ଲୋକ ସେୟାର୍‌ ମାର୍କେଟ ଏବଂ ମ୍ୟୁଚାଲ୍ ଫଣ୍ଡରେ ମଧ୍ୟ ନିବେଶ କରିବାକୁ ପସନ୍ଦ କରିଥାନ୍ତି।ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ କି ପୋଷ୍ଟ ଅଫିସର ଖାସ୍ ସ୍କିମରେ ନିବେଶ କରିବାକୁ ଅଧିକ ଫାଇଦା ପୂର୍ଣ୍ଣ ବୋଲି ଭାବନ୍ତି।

ପୋଷ୍ଟ ଅଫିସରେ ନିବେଶ କରିବା ଦ୍ଵାରା ସବୁଠୁ ସୁରକ୍ଷିତ ହୋଇଥାଏ, ଏଥିପାଇଁ ପ୍ରତ୍ୟେକ ଲୋକ ଅନ୍ୟ ଅପେକ୍ଷା ପୋଷ୍ଟ ଅଫିସକୁ ଅଧିକ ପସନ୍ଦ କରି ଥାଆନ୍ତି। କେନ୍ଦ୍ର ସରକାରଙ୍କ ଅଧିନସ୍ଥ କାର୍ଯ୍ୟ କରୁଥିବା ଏହି ବିଭାଗ ସେଫ୍ଟି ସହିତ ଭଲ ରିକର୍ଣ୍ଣ ରାଶି ପ୍ରଦାନ କରିଥାଏ, ତେବେ ଏହା ବ୍ୟତୀତ ଗ୍ରାହକ ମାନେ ଏସବିଆଇ ବ୍ୟାଙ୍କକୁ ମଧ୍ୟ ବିଶ୍ଵାସ କରି ଥାଆନ୍ତି। ଏସବିଆଇ ନିଜ ଗ୍ରାହକ ମାନଙ୍କୁ ତାର ଥିବା ଆର୍ଡି ସ୍କିମ୍ ଉପରେ ଭଲ ରିଟର୍ଣ୍ଣ ରାଶି ପ୍ରଦାନ କରୁଛି।

ବ୍ୟାଙ୍କର ଅଫିସିଆଲ୍ ୱେବସାଇଟର ସୂଚନା ଅନୁଯାୟୀ ଏହା ଗ୍ରାହକଙ୍କୁ ବାରମ୍ବାର ଜମା ଉପରେ ଡାର୍ଷିକ ୬.୭୫ ରୁ ୭.୨୫ ପ୍ରତିଶତ ସୁଧ ଦେଉଛି। ଏଥିସହିତ ଏସବିଆଇ ପୂନରାବୃତ୍ତି ଜମା ଯୋଜନାରେ ବିନିଯୋଗ କରିବା ସମୟରେ ବରିଷ୍ଠ ନାଗରିକ ଯଥା ସାଧାରଣ ଗ୍ରାହକଙ୍କ ଅପେକ୍ଷା ଅଧିକ ସୁଧ ଦେଉଛନ୍ତି।ଯଦି କେହି ଏସବିଆଇ ସିନିୟର୍ ସିଟିଜନ୍ ଆରଡିଆଇ ଯୋଜନାରେ ବିନିଯୋଗ କରନ୍ତି ତେବେ ସେମାନଙ୍କୁ ୬.୭୫ ପ୍ରତିଶତ ରୁ ୭.୨୫ ପ୍ରତିଶତ ହାରରେ ସୁଧ ମିଳିବ।

ଏସବିଆଇ ଏହାର ଗ୍ରାହକଙ୍କ ପାଇଁ ୧୨ ମାସରୁ ୧୨୦ ମାସ ଅର୍ଥାତ୍ ୧ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଆର୍ଡି ସ୍କିମ୍ ଚଳାଇଥାଏ, ଯେଉଁଥିରେ ଆପଣମାନେ ମାସକୁ ସର୍ବନିମ୍ନ ୧୦୦ ଟଙ୍କା ଜମା କରି ପାରିବେ ଯଦି ଆପଣ ୧୨୦ ମାସ ପାଇଁ ପ୍ରତି ମାସରେ କେବଳ ୧୦୦୦ ଟଙ୍କା ଜମା କରନ୍ତି ଅର୍ଥାତ୍ ଏସବିଆଇର ରିକ୍ୱଆରିଙ୍ଗ୍ ଡିପୋଜିଟ୍ ସ୍କିମରେ ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବେ ତେବେ ଆପଣ ବ୍ୟାଙ୍କ ଦ୍ୱାରା ଦିଆ ଯାଉଥିବା ସୁଧକୁ ପାଇ ପାରିବେ।

Leave A Reply

Your email address will not be published.