ବିବାହିତ ଲୋକଙ୍କୁ ଲାଗିଲା ଶକ୍ତ ଝଟକା, ସରକାର ବନ୍ଦ କରିଦେଲେ ଏହି ସ୍କିମ

0

Get real time updates directly on you device, subscribe now.

ସରକାର ଛୋଟ ପିଲାଙ୍କ ସମେତ ସିନିୟର ସିଟିଜେନ ମାନଙ୍କ ପାଇଁ ମଧ୍ୟ କେତେକ ସ୍କିମ ଲଞ୍ଚ କରିଛନ୍ତି ଯେଉଁଥିରେ ସେମାନଙ୍କ ଲାଭ ହେଉଛି। ସରକାର ମଧ୍ୟ ଚାହାଁନ୍ତି ଦେଶର ସିନିୟର ସିଟିଜେନ ମାନଙ୍କର ଏହି ସ୍କିମ ଜରିଆରେ କିଛି ଲାଭ ହୋଇଯାଉ।

ଏମିତି ଏକ ସରକାରଙ୍କ ଗୋଟିଏ ସ୍କିମ ଚାଲୁଥିଲା ଯେଉଁଠାରେ ପ୍ରତିମାସରେ 18,500 ଟଙ୍କା ସିନିୟର ସିଟିଜେନ ମାନଙ୍କୁ ମିଳୁଥିଲା, ଏବେ ସୂଚନା ଆସୁଛି କି ଏହି ସ୍କିମ ସରକାର ବନ୍ଦ କରିବାକୁ ଯାଉଛନ୍ତି।

ଏପ୍ରିଲ 1 ପରଠାରୁ ବନ୍ଦ ହେବ ଏହି ଯୋଜନା:-

ସରକାରଙ୍କର ଏହି ଯୋଜନାର ନାମ ଅଟେ ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା। ଏହି ଯୋଜନାର ଲାଭ ଆପଣ ଏପ୍ରିଲ 1 ତାରିଖ ପର୍ଯ୍ୟନ୍ତ ଉଠାଇ ପାରିବେ। ସରକାରଙ୍କ ଏହି ଯୋଜନାରେ 7.4 ପ୍ରତିଶତ ସୁଧ ମିଳୁଥିଲା।

କଣ ଅଟେ ଏହି ଯୋଜନା?:-

ସରକାରଙ୍କ ଏହି ଯୋଜନା ଖାଆସ କରି ସିନିୟର ସିଟିଜେନ ମାନଙ୍କ ପାଇଁ ରହିଛି। ଏଥିରେ ଆପଣ ଅଧିକତମ 15 ଲକ୍ଷ ଟଙ୍କାର ରାଶି ରଖିପାରିବେ ଓ ଏହାର ମ୍ୟାଚୁରିଟି ପିରିୟଡ଼ 10 ବର୍ଷ ଅଟେ। ଏହି ଯୋଜନା 1 ଏପ୍ରିଲ 2023 ରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବାକୁ ଯାଉଛି। ଆପଣଙ୍କ ରାଶି ଏହି ଯୋଜନାରେ ସମ୍ପୂର୍ଣ୍ଣ ଭାବରେ ସେଭ ରୁହେ ଓ ମ୍ୟାଚୁରିଟି ବନ୍ଦ ହେବାପୂର୍ବରୁ ହିଁ ଆପଣ ଏହାକୁ ବନ୍ଦ କରିପାରିବେ

କେମିତି ମିଳିବ 18,500 ଟଙ୍କା:-

ଯଦି କୌଣସି ସ୍ୱାମୀ ଓ ସ୍ତ୍ରୀ ଏହି ଯୋଜନାରେ 15 ଲକ୍ଷ ଟଙ୍କା ରଖନ୍ତି ମାନେ ଉଭୟ 30 ଲକ୍ଷ ଟଙ୍କା ରଖନ୍ତି ତାହେଲେ ବାର୍ଷିକ ସୁଧ ହିସାବରେ ଆପଣଙ୍କୁ 222000 ଟଙ୍କା ମୂଳରାଶି ଉପରେ ମିଳିଥାଏ। ଏହାର ଅର୍ଥ ପ୍ରତିମାସରେ 18,500 ଟଙ୍କା ଆପଣଙ୍କ ଖାତାକୁ ଆସିଥାଏ

ଆପଣ ମଧ୍ୟ ଲଗାଇ ପାରିବେ ପଇସା:-

ଯଦି କୌଣସି ଜଣେ ବ୍ୟକ୍ତି ଏଥିରେ ନିବେଶ କରିବାକୁ ଚାହାଁନ୍ତି ତାହେଲେ ଅଧିକତମ ସେ 15 ଲକ୍ଷ ଟଙ୍କା ନିବେଶ କରିପାରିବେ ଯାହାଉପରେ ଆପଣଙ୍କୁ ବାର୍ଷିକ 111000 ଟଙ୍କା ମିଳିଥାଏ, ଆପଣଙ୍କ ଖାତାକୁ ପ୍ରତିମାସରେ 9250 ଟଙ୍କା ଆସିଥାଏ।

10 ବର୍ଷ ପରେ ମିଳିଥାଏ ପଇସା:-

ଏହି ଯୋଜନାର ମ୍ୟାଚୁରିଟି ପିରିୟଡ଼ 10 ବର୍ଷ ଅଟେ। ଯଦି ଆପଣ 10 ବର୍ଷ ପଇସା ଲଗାନ୍ତି ତାହେଲେ ଆପଣଙ୍କୁ 10 ବର୍ଷ ପରେ ଆପଣଙ୍କ ମୂଳରାଶି ଫେରାଇ ଦିଆଯାଇଥାଏ।

Leave A Reply

Your email address will not be published.