ପ୍ରେତାତ୍ମା ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣି ଧନୀ ହେଇଗଲେ ଯୁବକ,ଜାଣନ୍ତୁ କେମିତି କେମିତି ଆଣୁଛନ୍ତି ?

0

Get real time updates directly on you device, subscribe now.

ପ୍ରେତାତ୍ମା ଦେଉଛି ଟଙ୍କା, ତାହା ପୁଣି ମୋଟା ଅଙ୍କର ଟଙ୍କା, ହଜାର ହଜାର ଟଙ୍କା ପାଇଛନ୍ତି ଆଉ ଖ୍ୟାତି ଅର୍ଜନ କରିଛନ୍ତି ଯୁବକ। ଏହିଭଳି ଅଜବ ଦାବି କରିଛନ୍ତି ବିହାରର ଜଣେ ଯୁବକ, ସେ କହିଛନ୍ତି ଭୂତ ପ୍ରେତ ମାନଙ୍କ ପାଇଁ ସେ ଆଜି ସେ ହଜାର ହଜାର ଟଙ୍କା ପାଇବା ସହ ସଂସଦ ଖ୍ୟାତି ଏବଂ ପ୍ରତିଷ୍ଠା ଅର୍ଜନ କରି ପାରିଛନ୍ତି। ତେବେ ଭୂତ ପ୍ରେତ କଥା ଯେତେବେଳେ ସାମ୍ନାକୁ ଆସେ ସେତେବେଳେ ଲୋମ ମୂଳ ଟାଙ୍କୁରି ଉଠେ।

କିନ୍ତୁ କେବେ ଭାବିଛନ୍ତି କି ଏହି ଭୂତ କେବଳ ଭ-ୟ ନୁହେଁ ବରଂ ଟଙ୍କା ବି ଦେଇ ପାରନ୍ତି। ଏହି କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ତେବେ ଚାଲନ୍ତୁ ପୂରା ଘ-ଟଣା ଚିହ୍ନିବା। ବିହାରର ଏକ ମଧ୍ୟବିତ୍ତ ପରିବାରର ଯୁବକ ହେଲେ ଅମିତ ପାଣ୍ଡେ, ପରିବାର ଲୋକଙ୍କ ଆଶା ଥିଲା ପୁଅ ସରକାରୀ ଚାକିରି କରିବ କିନ୍ତୁ ବିଧାତା କିଛି ଅଲଗା ଲେଖିଥିଲା ଅମିତଙ୍କ ଭାଗ୍ୟରେ।

ବନ୍ଧୁଙ୍କୁ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରି ରୋଜଗାର କରୁଥିବାର ଦେଖି ଅମିତ ନିଜର ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଦେଲେ।ଭ-ୟାନକ ଜଙ୍ଗଲ,ମଶାଣି, ଶୂନଶାନ ସ୍ଥାନ ଖାଲି ପଡିଥିବା ବଙ୍ଗଳା ଭଳି ଏକାନ୍ତ ସ୍ଥାନକୁ ଯାଇ ସେ ଭିଡିଓ କରୁଥିଲେ, ଆଉ ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ଼ କରି ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି ଅମିତ।

ତେବେ ବିଳମ୍ବିତ ରାତିରେ ସୁଟିଂ କରି ସେ ଅପଲୋଡ଼ କରିବାରୁ ଖୁବ୍ ଶୀଘ୍ର ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମୋନିଟାଇଜ୍ ହୋଇ ଯାଇଥିଲା। ଏହାପରେ ଅମିତଙ୍କ ପାଇଁ ରୋଜଗାରର ପନ୍ଥା ଖୋଲି ଯାଇଥିଲା, ତେବେ ଅମିତଙ୍କର ପ୍ରଥମ ରୋଜଗାର ଥିଲା ୨୫ ହଜାର ଟଙ୍କା।

ଅମିତ ଅନେକ ପରିଶ୍ରମ ଏବଂ ପରୀକ୍ଷା ଦେବା ପରେ ମଧ୍ୟ ସରକାରୀ ଚାକିରି ଖଣ୍ଡେ ନପାଇବାରୁ ସିଲଭର୍ ସ୍କ୍ରିନର ଆଶା ନେଇ ମୁମ୍ବାଇ ଚାଲି ଆସିଥିଲେ। ମାୟା ନଗରୀରେ ପହଁଚିବା ପରେ ତାଙ୍କ ପାଖରେ ମାତ୍ର ୧୩୦୦ ଟଙ୍କା ଥିଲା, ଅନେକ ଥର ଅଡିସନ୍ ଦେବା ପରେ ଏକ ଜୁନିଅର ଆର୍ଟିଷ୍ଟ ଭାବେ ତାଙ୍କୁ କାମ ମିଳିଥିବା କିନ୍ତୁ ପରିବାର ଲୋକଙ୍କ ଦୁଃ-ଖ କଷ୍ଟ ତାଙ୍କୁ ପୁଣିଥରେ ଘରକୁ ଫେରାଇ ଆଣିଲା।

ଏହିଭଳି ଗୋଟିଏ ପରେ ଗୋଟିଏ ଭ-ୟାନକ ଜାଗାରେ ଭିଡିଓ କରିବା ସହ ବର୍ତମାନ ଭୂ-ତ ପ୍ରେତ ଏବଂ ଅତୃପ୍ତ ଆତ୍ମା ରହୁଥିବା ସ୍ଥାନ ପାଲଟି ଯାଇଛି ଅମିତଙ୍କ ଅଫିସ୍।

Leave A Reply

Your email address will not be published.