Ind vs Aus: ଲ-ଜ୍ୟାଜ-ନକ ପରାସ୍ତ ପରେ ଅଷ୍ଟ୍ରେଲିଆର ଅଧା ଖେଳାଳି ପଳାଇଲେ ନିଜ ଦେଶକୁ,ଜାଣନ୍ତୁ କିଏ କିଏ ?

0

Get real time updates directly on you device, subscribe now.

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡ଼ର- ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟିମକୁ ଲ-ଜ୍ୟାଜ-ନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ନାଗପୁର ଟେଷ୍ଟରେ 132 ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିବା ବେଳେ ଦିଲ୍ଲୀ ଟେଷ୍ଟରେ ଦଳକୁ 6 ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ସୂଚନା ଅନୁସାରେ, ଇନ୍ଦୋର ଟେଷ୍ଟର 8 ଦିନ ପୂର୍ବରୁ ଅଷ୍ଟ୍ରେଲିଆ କେତେକ ବଡ଼ ବଡ଼ ଖେଳାଳି ନିଜ ଦେଶକୁ ଚାଲିଯାଉଛନ୍ତି। ସେମାନଙ୍କ ମଧ୍ୟରେ ଡେଭିଡ଼ ୱାର୍ନର, ମ୍ୟାଟ ରେନସ, ପ୍ୟାଟ କମିନ୍ସ, ଜୋଶ ହେଜଲଉଡ଼, ତଡ ମରଫି, ଲାନ୍ସ ମୋରିସ, ଏଷ୍ଟନ ଅଗର।

କାହିଁକି ଫେରିଯାଉଛନ୍ତି ଅଷ୍ଟ୍ରେଲିଆର ଖେଳାଳି?:-

ଇଂସାଇଡ଼ ସ୍ପୋର୍ଟସ ରି-ପୋର୍ଟ ଅନୁସାରେ ଅଧିନାୟକ ପ୍ୟାଟ କମିନ୍ସ ପାରିବାରିକ ଚିକିତ୍ସା କାରଣ ଯୋଗୁଁ ଦେଶକୁ ଫେରୁଛନ୍ତି। ସେହିପରି।ଡେଭିଡ଼ ୱାର୍ନର କହୁଣୀ ଆହ-ତକୁ ନେଇ ଫେରିଯାଉଛନ୍ତି। ଜୋଶ ହେଜଲଉଡ଼ ମଧ୍ୟ ଇଂଜୁରୀ ଯୋଗୁଁ ଚାଲିଯାଉଛନ୍ତି। ସେହିପରି ଏଷ୍ଟନ ଅଗର ଏଥିପାଇଁ ଚାଲିଯାଉଛନ୍ତି କାରଣ ଟିମ ପ୍ରବନ୍ଧନ ପାଖରେ ତାଙ୍କ ପାଇଁ କୌଣସି ପ୍ଲାନ ନାହିଁ। ସେପଟେ ମିଚେଲ ଷ୍ଟାର୍କ ଓ କାମେରନ ଗ୍ରୀନ ଖେଳିବାକୁ ପ୍ରସ୍ତୁତ ଅଛନ୍ତି।

Leave A Reply

Your email address will not be published.