ଭାରତୀୟ ଦଳ ପାଇଁ ଅମୃତକାଳ: ତିନୋଟି ଯାକ ଫାର୍ମାଟରେ ଏକ ନମ୍ବର ହେଲା ଭାରତୀୟ ଟିମ, ଖେଳାଳି ମାନଙ୍କ ରାଙ୍କିଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି ଉନ୍ନତି

0

Get real time updates directly on you device, subscribe now.

ଦେଶ ଏବେ ନିଜର 75ତମ ସ୍ୱାଧୀନତା ଦିବସ ପାଳନ କରିସାରିଛି ଓ ଏହାକୁ ଅମୃତକାଳ ରୂପରେ ସେଲିବ୍ରେସନ କରାଯାଉଛି। ଏହାସହ ଭାରତୀୟ କ୍ରିକେଟ ଟିମ ପାଇଁ ମଧ୍ୟ ଅମୃତକାଳ ଚାଲିଛି କାରଣ ଇତିହାସରେ ପ୍ରଥମଥର ଭାରତୀୟ ଟିମ ତିନୋଟି କ୍ରିକେଟ ଫର୍ମାଟରେ 2 ନମ୍ବର ସ୍ଥାନ ହାସଲ କରିଛି ସେହିପରି ଭାରତୀୟ ଖେଳାଳି ମାନେ ମଧ୍ୟ କ୍ରିକେଟ ର ତିନୋଟି ଯାକ ଫର୍ମାଟରେ ନିଜର ଦବଦବା ଜାହିର କରି ଟପ 10 ପୋଜିଶନ ଭିତରେ ରହୁଛନ୍ତି।

ଲମ୍ଫ ମାରିଲା ଟିମ ଇଣ୍ଡିଆ:-

ଫେବ୍ରୁଆରୀ 15 ତାରିଖରେ ପ୍ରକାଶ ପାଇଥିବା ଶେଷ ଆଇସିସି ରାଙ୍କିଂ ଲିଷ୍ଟରେ ଟିମ ଇଣ୍ଡିଆ 267 ରେଟିଂ ପାଇ t20 ରେ ଏକ ନମ୍ବର, 114 ରେଟିଂ ପାଇ ଦିନିକିଆରେ ଏକ ନମ୍ବର, 115 ରେଟିଂ ପାଇ ଟେଷ୍ଟରେ ଏକ ନମ୍ବର ସ୍ଥାନ ହାସଲ କରିଛି।

ପୂର୍ବରୁ ଭାରତୀୟ ଟିମ t20 ଓ ଦିନିକିଆରେ ଏକ ନମ୍ବର ସ୍ଥାନରେ ଥିଲା କିନ୍ତୁ ଟେଷ୍ଟରେ ଦ୍ଵିତୀୟ ସ୍ଥାନରେ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟକୁ ଜିତିବାପରେ ଦଳ ଟେଷ୍ଟ ରାଙ୍କିଂରେ ମଧ୍ୟ ଏକ ନମ୍ବର ସ୍ଥାନରେ ପହଞ୍ଚିଛି।

ଟିମ ଇଣ୍ଡିଆ ଏହାପୂର୍ବରୁ ମଧ୍ୟ କେତେଥର ତିନିଟି ଫର୍ମାଟରେ ଏକ ନମ୍ବର ସ୍ଥାନରେ ରହିଆସିଛି। କିନ୍ତୁ ପୂର୍ବରୁ ଏମିତି କେବେ ହୋଇନାହିଁ ଯେ ଭାରତୀୟ ଟିମ ଏକାବେଳକେ ସମସ୍ତ ଫର୍ମାଟରେ ଏକ ନମ୍ବର ରହିଆସିଛି। ଯଦି ଭାରତୀୟ ଟିମ ଟେଷ୍ଟରେ ଏକ ନମ୍ବର ସ୍ଥାନରେ ରୁହେ ତାହେଲେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ପହଞ୍ଚି ପାରନ୍ତି।

ରୋହିତ ଶର୍ମା ଅଧିନାୟକ ହେବାପରେ ଦଳ ପାଇଁ ଏକ ଶାନଦାର ମୌକା ଆସିଛି। ରୋହିତ ଶର୍ମା ବର୍ତ୍ତମାନ ତିନୋଟି ଫର୍ମାଟରେ ରେଗୁଲାର ଅଧିନାୟକତା କରୁଛନ୍ତି। ହୁଏତ ଏବେ ସେ t20 ରେ ଉପସ୍ଥିତ ରହୁନାହାନ୍ତି ଓ ହାର୍ଦିକ ପାଣ୍ଡ୍ୟା ହିଁ ଏହାକୁ ସମ୍ଭାଳୁଛନ୍ତି। ଏମିତିରେ ଆଇସିସି ରାଙ୍କିଂରେ ନମ୍ବର 1 ହେବାର କ୍ରେଡ଼ିଟ ଏହି ଦୁଇ ଅଧିନାୟକଙ୍କୁ ଯାଉଛି।

ଖେଳାଳି ମାନଙ୍କ ଜଲୱା:-

ଯଦି ଖେଳାଳିଙ୍କ ରାଙ୍କିଂ କଥା କହିବାକୁ ଯିବା ତ କ୍ରିକେଟ ର ସବୁ ତିନୋଟି ଫର୍ମାଟରେ ଭାରତୀୟ ଟିମର କେହି କେହି ଖେଳାଳି କୌଣସି ଫର୍ମାଟରେ ଏକ ନମ୍ବର ରହିଛନ୍ତି। t20 କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ଟପ ବ୍ୟାଟ୍ସମ୍ୟାନ ଅଟନ୍ତି। ଦିନିକିଆରେ ମହମ୍ମଦ ସିରାଜ ଟପ ବୋଲର ଅଛନ୍ତି ଓ ରବୀନ୍ଦ୍ର ଜାଡେଜା ଟେଷ୍ଟରେ ଟପ ଅଲରାଉଣ୍ଡର ରହିଛନ୍ତି। ଏହି ଖେଳାଳିଙ୍କ ବ୍ୟତୀତ ଆଉକିଛି ଖେଳାଳି ଅଛନ୍ତି ଯିଏକି ଟପ 10 ରେ ଅଛନ୍ତି।

T20 ରାଙ୍କିଂ:-

ସୂର୍ଯ୍ୟକୁମାର ଯାଦବ- ନମ୍ବର 1 ବ୍ୟାଟ୍ସମ୍ୟାନ

ହାର୍ଦିକ ପାଣ୍ଡ୍ୟା- ନମ୍ବର 2, ଅଲରାଉଣ୍ଡର

ଦିନିକିଆ ରାଙ୍କିଂ:-

ଶୁବମାନ ଗିଲ- ନମ୍ବର 6 ବ୍ୟାଟ୍ସମ୍ୟାନ

ବିରାଟ କୋହଲି- ନମ୍ବର 7 ବ୍ୟାଟ୍ସମ୍ୟାନ

ରୋହିତ ଶର୍ମା- ନମ୍ବର 9 ବ୍ୟାଟ୍ସମ୍ୟାନ

ମହମ୍ମଦ ସିରାଜ- ନମ୍ବର 1 ବୋଲର

ଟେଷ୍ଟ ରାଙ୍କିଂ:-

ଋଷଭ ପନ୍ତ – ନମ୍ବର -7, ବ୍ୟାଟ୍ସମ୍ୟାନ୍

ରୋହିତ ଶର୍ମା – ନମ୍ବର-8, ବ୍ୟାଟ୍ସମ୍ୟାନ୍

ରବିଚନ୍ଦ୍ରନ୍ ଅଶ୍ୱିନ୍ – ନମ୍ବର-2, ବୋଲର

ଜସପ୍ରୀତ ବୁମ୍ରା – ନମ୍ବର-5, ବୋଲର

ରବିନ୍ଦ୍ର ଜାଡେଜା – ନମ୍ବର -1, ଅଲରାଉଣ୍ଡର

ରବିଚନ୍ଦ୍ରନ୍ ଅଶ୍ୱିନ୍ – ନମ୍ବର-2, ଅଲରାଉଣ୍ଡର

ଅକ୍ଷର ପଟେଲ -ନମ୍ବର -7, ଅଲରାଉଣ୍ଡର

Leave A Reply

Your email address will not be published.