କଣ ଆପଣ ଜାଣିଛନ୍ତି କି ? କାହିଁକି ଥାଳିରେ ଏକାବେଳେ ୩ଟି ରୁଟି ଖାଇବାକୁ ଦିଆଯାଇ ନଥାଏ ?

0

Get real time updates directly on you device, subscribe now.

କାହାକୁ ଅସଲ କାରଣ ଜଣାଥାଉ କିମ୍ବା ନଥାଉ କିନ୍ତୁ ଭାରତୀୟ ଲୋକଙ୍କୁ ଜଣାଅଛି ଥାଳିରେ ତିନୋଟି ରୁଟି ପରସିବା ଉଚିତ ନୁହେଁ। ମାଆ ଯଦି ଦେଖୁଛନ୍ତି ତାଙ୍କ ପିଲା ଥାଳିରେ ତିନୋଟି ରୁଟି ବା ତିନୋଟି ପରଟା ନେଉଛନ୍ତି ତାହେଲେ ତୁରନ୍ତ ଏହାକୁ ବାରଣ କରିଥାଆନ୍ତି। ତିନୋଟି ରୁଟି ପରସିବାକୁ ନେଇ ବହୁତସାରା ମାନ୍ୟତା ରହିଛି ଆସନ୍ତୁ ସେସବୁକୁ ଜାଣିବା।

ତିନୋଟି ରୁଟି ନ ପରସିବାର କାରଣ:-

ଜ୍ୟୋତିଷ ସଂଖ୍ୟାରେ ଧାର୍ମିକ କାର୍ଯ୍ୟରେ ତିନି ସଂଖ୍ୟା ଉଚିତ ମାନାଯାଏ ନାହିଁ। ଏହାସହ କୌଣସି ପୂଜାପାଠ ବା ସାଧାରଣ ଜୀବନରେ ଏହାର ଖରାପ ପ୍ରଭାବ ଦେଖା ଦେଇଥାଏ।

ଏହା ମାନାଯାଏ ମୃତକଙ୍କ ନାମରେ ଲଗାଯାଉଥିବା ଥାଳିରେ ତିନୋଟି ରୁଟି ଦିଆଯାଇଥାଏ। ଯାହାଦ୍ୱାରା ଆପଣ ଜୀବିତଙ୍କ ଥାଳିରେ ଏହି ଖାଦ୍ୟ ରଖିବାକୁ ଅଶୁଭ ମାନାଯାଇଥାଏ। ସେଥିପାଇଁ ପରିବାର ଲୋକେ ଗୋଟିଏ ପ୍ଲେଟରେ ଯେତେ ରୁଟି ପରସୁ ଥାଆନ୍ତୁ ନା କାହିଁକି କିନ୍ତୁ 3ଟି ରୁଟି ପରସନ୍ତି ନାହିଁ।

ଏହା ମାନାଯାଇଥାଏ ଶରୀରର ଓଜନ ବାଲାନ୍ସ ରଖିବାପାଇଁ ଆପଣଙ୍କୁ ଗୋଟେ ପାତ୍ରରେ ଡାଲି, 50 ଗ୍ରାମ ଚାଉଳ ଓ ଦୁଇଟି ରୁଟି ଖାଇବା ଉଚିତ।

ଦେଖାଯାଏ ଯେ, ସମ୍ପୂର୍ଣ୍ଣ ଭାରତୀୟ ପରିବାରରେ ତିନୋଟି ରୁଟି ଖାଇବାକୁ ନେଇ ବାରଣ ରହିଛି। ଏହାପରେ ଏହାକୁ ବୈଜ୍ଞାନିକ ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ସମ୍ପୂର୍ଣ୍ଣ ରୂପରେ ଗ୍ରହଣୀୟ ନୁହେଁ। ଏମିତି କଥାର ପାଳନ କରନ୍ତୁ ଯାହାର ଠୋସ ପ୍ରମାଣ ଆପଣଙ୍କ ପାଖରେ ରହିଥିବ।

Leave A Reply

Your email address will not be published.