ଜିଓ ର ଲଞ୍ଚ ହେଲା ଦମଦାର ପ୍ଲାନ: ରିଚାର୍ଜ କରିବା ପୂର୍ବରୁ ଥରେ ଦେଖିନିଅନ୍ତୁ

0

Get real time updates directly on you device, subscribe now.

ଦେଶର ଶୀର୍ଷ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ବର୍ତ୍ତମାନ ଦେଶରେ 5ଜି ସର୍ଭିସ ପ୍ରଦାନ କରୁଛି। ଜିଓ ର ମାଲିକ ମୁକେଶ ଅମ୍ବାନୀ 2023 ବର୍ଷ ଶେଷ ସୁଦ୍ଧା ସାରା ଭାରତରେ 5ଜି ସେବା ଦେବାପାଇଁ କାମ କରୁଛନ୍ତି। ଏହାମଧ୍ୟରେ ଜିଓ ନିଜର ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ରିପେଡ ରିଚାର୍ଜ ପ୍ଲାନ ଲଞ୍ଚ କରିସାରିଛି।

ଜିଓ ନିଜର ଏହି ପ୍ଲାନର ମୂଲ୍ୟ 349 ଓ 899 ରଖିଛି। ଏହି ଦୁଇଟି ପ୍ଲାନ୍ସରେ ଜିଓ ସବସକ୍ରାଇବରଙ୍କୁ ପ୍ରତିଦିନ 2.5 ଜିବି ଡାଟା ମିଳିବ କିନ୍ତୁ ଭାଲିଡ଼ିଟି ଏଥିରେ ଅଲଗା ଅଲଗା ରହିବ। ଜିଓ ର ଏହି ପ୍ଲାନ୍ସରେ ୟୁଜର୍ସଙ୍କୁ କଲିଂ ଓ ଡାଟା ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ଼ ଆଦିର ଆକସେସ ମିଳିବ। ଆସନ୍ତୁ ଏହି ପ୍ଲାନ ବିଷୟରେ ଜାଣିବା

Reliance jio 349 ଟଙ୍କିଆ ପ୍ରିପେଡ଼ ପ୍ୟାକ:-

ଜିଓ ର ଏହି 349 ଟଙ୍କିଆ ରିଚାର୍ଜ ପ୍ଲାନ 30 ଦିନର ଭାଲିଡ଼ିଟି ସହିତ ଆସିଥାଏ। ଜିଓ ୟୁଜର୍ସଙ୍କୁ ଏହି ପ୍ଲାନ ପ୍ରତ୍ୟେକ ଦିନ 2.5 ଜିବି ଡାଟା ଦେଇଥାଏ। ଏହିପରି ଭାବରେ ଦେଖିବାକୁ ଗଲେ ଏହି ପ୍ଲାନରେ ୟୁଜର୍ସଙ୍କୁ ମୋଟ 75 ଜିବି ଡାଟା ମିଳିବ।

ଏହାସହ ଏହି ପ୍ଲାନରେ ଅନଲିମିଟେଡ଼ ଭଏସ କଲିଂ ବ୍ୟତୀତ ପ୍ରତିଦିନ 100 ଫ୍ରି ଏସଏମଏସ ସୁବିଧା ମିଳିଥାଏ। ଏହାସହ ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ଼ ବେନିଫିଟ ଆପଣଙ୍କୁ ମିଳିବ। ଏହାସହ ଯୋଗ୍ୟ ୟୁଜର୍ସଙ୍କୁ ଅନଲିମିଟେଡ଼ 5G ଡାଟା ମିଳିବ।

Reliance jio 899 ଟଙ୍କିଆ ପ୍ରିପେଡ଼ ପ୍ୟାକ:-

ଜିଓର 899 ଟଙ୍କିଆ ରିଚାର୍ଜ ପ୍ଲାନ 90 ଦିନର ଭାଲିଡ଼ିଟି ସହିତ ଆସିଥାଏ। ଏହି ପ୍ଲାନରେ ଜିଓ ୟୁଜର୍ସଙ୍କୁ ପ୍ରତିଦିନ 2.5 ଜିବି ଡାଟା ମିଳିଥାଏ। ଏହାସହ ସମ୍ପୂର୍ଣ୍ଣ ଭାଲିଡିଟି ସମୟରେ ଜିଓ ୟୁଜର୍ସଙ୍କୁ 225ଜିବି ଡାଟା ମିଳିଥାଏ।

ଏଥିରେ ଅନଲିମିଟେଡ଼ ଭଏସ କଲିଂ ବ୍ୟତୀତ 100 ଏସଏମଏସ ସୁବିଧା ମିଳିଥାଏ। ଏହାସହ ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ଼ ଭଳି ବେନିଫିଟ ମିଳିଥାଏ। ଏହାସହ ଯୋଗ୍ୟ ୟୁଜର୍ସଙ୍କୁ ଅନଲିମିଟେଡ଼ 5Gଡାଟା ଅଫର କରାଯାଇଥାଏ।

Leave A Reply

Your email address will not be published.