ରୋହିତ ଓ କୋହଲିଙ୍କ ଦରମା ବଢ଼ାଇଲା ବିସିସିଆଇ, 7 କୋଟି ବଦଳରେ ନେବେ ଏତିକି ଟଙ୍କା…

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ବୋର୍ଡ଼କୁ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ଼ ଭାବରେ ମାନାଯାଏ। ଟିମ ଇଣ୍ଡିଆର ଖେଳାଳିଙ୍କୁ ବାର୍ଷିକ ରୂପରେ କୋଟି କୋଟି ଟଙ୍କାର ରାଶି ଦିଆଯାଏ।

ବର୍ତ୍ତମାନ ଆଇପିଏଲରେ ନୂଆ ଟିମ ଓ ମିଡ଼ିଆ ରାଇଟ୍ସରେ ହୋଇଥିବା ଫାଇଦାକୁ ଆଖି ଆଗରେ ରଖି ବିସିସିଆଇ ଖେଳାଳିଙ୍କ ଦରମାକୁ ନିଶ୍ଚିତ ରୂପରେ ବଢାଇବ। ମିଡ଼ିଆ ରିପୋର୍ଟସ ଅନୁସାରେ ଭାରତୀୟ ଖେଳାଳିଙ୍କ ଦରମା 15 ରୁ 20 ପ୍ରତିଶତ ବୃଦ୍ଧି ପାଇପାରେ। ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କୁ କେତେ ଟଙ୍କା ମିଳିପାରେ।

ରୋହିତ ଓ କୋହଲିଙ୍କୁ ମିଳିବ 10-10 କୋଟି ଟଙ୍କା:-

ବୋର୍ଡ଼ ଅଫ କ୍ରିକେଟ କଣ୍ଟ୍ରୋଲ ତରଫରୁ ଯାହା ଶୁଣିବାକୁ ମିଳୁଛି ଖେଳାଳିଙ୍କ ଦରମାରେ 20 ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଛି। ଇଂସାଇଡ଼ର ରିପୋର୍ଟ ଅନୁସାରେ ବିସିସିଆଇ ଫେବୃଆରୀ ମାସରେ ହିଁ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିବ।

ବିସିସିଆଇ ତରଫରୁ ଆସୁଥିବା ବୟାନକୁ ଦେଖିବାକୁ ଗଲେ, କଣ୍ଟ୍ରାକ୍ଟରେ ଥିବା ଭାରତୀୟ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ 7 କୋଟି ବଦଳରେ 10 କୋଟି ଦିଆଯିବ।

ଆଉ କେଉଁ ଖେଳାଳି ହେବେ ମାଲାମାଲ?:-

ଇଂସାଇଡ଼ର ସ୍ପୋର୍ଟସ ମୁତାବିକ, ଭାରତୀୟ ଖେଳାଳିଙ୍କ ଚାରି ଗ୍ରେଡରେ ଥିବା ଖେଳାଳିଙ୍କ ସାଲାରୀ 10 ରୁ 20 ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ। ଏମିତିରେ ବର୍ତ୍ତମାନ ଭାରତୀୟ ଟିମ ଉପରେ ନଜର ପକାଇଲେ ଲମ୍ବା ସମୟ ଧରି ଟିମରୁ ବାହାରେ ରହିଥିବା ଇଶାନ୍ତ ଶର୍ମା, ଆଜିଙ୍କ୍ୟ ରାହାଣେ ଓ ଋଦ୍ଧିମାନ ଶାହଙ୍କୁ କଣ୍ଟ୍ରାକ୍ଟ ଲିଷ୍ଟରୁ ହଟାଇ ଦିଆଯାଇପାରେ।

ସେହିପରି t20 କଥା କହିବାକୁ ଗଲେ ନମ୍ବର ୱାନ ଖେଳାଳି ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଶୁବମାନ ଗିଲ ଓ ଶ୍ରେୟାସ ଆୟରଙ୍କ ଭଳି ଖେଳାଳିଙ୍କ ପ୍ରମୋଶନ ହୋଇପାରେ। ଆଶା କରାଯାଉଛି ଏହି ଖେଳାଳିଙ୍କ ବାର୍ଷିକ ଆୟରେ 2 ରୁ 3 କୋଟି ବଢ଼ିପାରେ।

ପ୍ଲେୟାର କଣ୍ଟ୍ରାକ୍ଟ ଲିଷ୍ଟ:-

ଗ୍ରେଡ଼ ଏ+:- ବିରାଟ କୋହଲି, ଯଶପ୍ରୀତ ବୁମରା, ରୋହିତ ଶର୍ମା।

ଗ୍ରେଡ଼ ଏ:- ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଋଷଭ ପନ୍ତ, କେଏଲ ରାହୁଲ, ମହମ୍ମଦ ଶାମି।

ଗ୍ରେଡ଼ ବି:- ଚେତେଶ୍ୱର ପୂଜାରା, ଅକ୍ଷର ପଟେଲ, ଶର୍ଦୁଲ ଠାକୁର, ଶ୍ରେୟାସ ଆୟର,ମହମ୍ମଦ ସିରାଜ, ହାର୍ଦିକ ପାଣ୍ଡ୍ୟା।

ଗ୍ରେଡ଼ ସି:- ଶିଖର ଧାବନ, ଉମେଶ ଯାଦବ, ଭୁବନେଶ୍ୱର କୁମାର, ୱାଶିଂଟନ ସୁନ୍ଦର, ଦୀପକ ଚାହାର, ଶୁବମାନ ଗିଲ, ହନୁମା ବିହାରୀ, ଯୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ମୟଙ୍କ ଅଗ୍ରୱାଲ।

Leave A Reply

Your email address will not be published.