T20 ଦଳରୁ ରୋହିତ ଓ କୋହଲିଙ୍କୁ ବାହାର କରିଦେଲେ, ଭାରତ ବିଲକୁଲ ବି ଜିତି ପାରିବନାହିଁ 2024 ବିଶ୍ୱକପ

0

Get real time updates directly on you device, subscribe now.

ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତାରେ ଟିମ ଇଣ୍ଡିଆ t20 କ୍ରିକେଟରେ ନୂଆ ରାସ୍ତା ଆରମ୍ଭ କରିଛି। 2007 ମସିହା ପରେ ଭାରତ ଗୋଟିଏ ବି t20 ଟ୍ରଫି ଜିତିନାହିଁ। ବର୍ତ୍ତମାନ ଫ୍ୟାନ୍ସ ମାନଙ୍କୁ ଭରସା ରହିଛି ଯେ, ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତାରେ ଦଳ ଚମ୍ପିୟାନ ହୋଇପାରିବ। ଏହାକୁ ନେଇ ଏବେ ପାକିସ୍ତାନର ପୂର୍ବ ଅଧିନାୟକ ରସିଦ ଲତିଫ ବଡ଼ ବୟାନ ଦେଇଛନ୍ତି।

ପାକିସ୍ତାନର ପୂର୍ବ ଅଧିନାୟକ ରସିଦ ଲତିଫ କହିଲେ ଏହିକଥା:-

ବର୍ତ୍ତମାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରୁ ବାହାର ରଖାଯାଉଛି। ତାଙ୍କର ଭବିଷ୍ୟତକୁ ନେଇ ଚିନ୍ତା ଜାହିର କରି ପୂର୍ବ ଅଧିନାୟକ ରସିଦ ଲତିଫ କହିଛନ୍ତି ଯେ, କେଏଲ ରାହୁଲଙ୍କ ରିପ୍ଲେସମେଣ୍ଟ ଆପଣ ବହୁତ ସହଜରେ ଖୋଜିପାରିବେ କିନ୍ତୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରିପ୍ଲେସମେଣ୍ଟ ଆପଣ ପାଇବେନାହିଁ।

କୋଚ୍ ଦ୍ରାବିଡ଼ଙ୍କୁ ଦେଲେ ଉପଦେଶ:-

ଟିମ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ଉପଦେଶ ଦେଇ ରସିଦ କହିଥିଲେ କି, ଶୁବମାନ ଗିଲ, ପୃଥ୍ୱୀ ସ ଓ ଇଶାନ କିଶାନ ଏହାର ରିପ୍ଲେସମେଣ୍ଟ ହୋଇପାରିବେ। କିନ୍ତୁ ଆଗକୁ ଆସୁଥିବା t20 ବିଶ୍ୱକପରେ ଏହି ଦୁଇ ଖେଳାଳିଙ୍କୁ ବାହାରେ ରଖିବା ଏକ ଭୁଲ ନିଷ୍ପତ୍ତି ହେବ। କାରଣ ଦୁହେଁ ଅନୁଭବୀ ଖେଳାଳି ଅଟନ୍ତି ଓ ଯାହାର ଫାଇଦା ଭାରତକୁ ହୋଇପାରେ।

ଏହାପରେ ସେ କହିଥିଲେ ଏହି ଯୁବା ତାରକାଙ୍କ ପାଖରେ ପ୍ରତିଭା ରହିଛି କିନ୍ତୁ ସେମାନେ ଏକଲା ଦଳକୁ ଫାଇନାଲ ଯାଏଁ ନେଇ ପାରିବେନାହିଁ।

Leave A Reply

Your email address will not be published.