LICର ବୁଡିଗଲା ୧୮ ହଜାର କୋଟିରୁ ଅଧିକ ଟଙ୍କା, ମୁଣ୍ଡରେ ହାତ ଦେଇଦେଲେ LIC ମାଲିକ। ଏବେ LIC ଉପଭୋକ୍ତା ମାନଙ୍କର ବଡ ଚିନ୍ତା, ତାଙ୍କ ଟଙ୍କା ବୁଡି ଯିବନି ତ ?

0

Get real time updates directly on you device, subscribe now.

ହିଣ୍ଡେନ୍ ବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଦୁଇ ଦିନରେ ଆଦାନି ସମୂହର ପ୍ରାୟ ୪୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇ ସାରିଲାଣି। ନିବେଶକ ମାନେ ସେମାନଙ୍କର ଟଙ୍କା ଆଦାନି ସମୂହରୁ କାଢ଼ି ନେଉଛନ୍ତି। ଏହାରି ମଧ୍ୟରେ ଦେଶରେ ବୃହତ୍ତମ ନିବେଶକ ତଥା ଜୀବନ ବୀମା ନିଗମ ଏଲାଇସି ମଧ୍ୟ ପ୍ରଭାବିତ ନିବେଶକ ମାନଙ୍କ ମଧ୍ୟରୁ ଅନ୍ୟତମ।

ଆଦାନି ଗ୍ରୁପ୍ ସେୟାରରେ ଏଲାଇସିର ମିଳିତ ନିବେଶ ୨୭ ଜାନୁଆରୀ ୨୦୨୩ ରେ ୬୨ ହଜାର ୬୨୧ କୋଟି ଟଙ୍କାକୁ ଖସି ଆସିଛି। ୨୪ ଜାନୁଆରୀ ୨୦୨୩ରେ ଏହା ୮୧ ହଜାର ୨୬୧ କୋଟି ଟଙ୍କା ଥିଲା, ଅର୍ଥାତ୍ ଦୁଇଟି ବାଣିଜ୍ୟ ଦିବସରେ ଏଲାଇସି ୧୮ ହଜାର ୬୪୭ କୋଟି ଟଙ୍କା କ୍ଷତି ସହିଛି।

ଏସ୍ଇକ୍ୟୁଟି ପାଖରେ ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଡିସେମ୍ବର ୩୧ ୨୦୨୨ ସୁଦ୍ଧା ଏଲାଇସି ଆଦାନି ଏଣ୍ଟରପ୍ରାଇଜେସ୍, ଆଦିନି ଗ୍ରୀନ୍ ଏନେର୍ଜି, ଆଦାନି ପୋଟ୍, ଆଦାନି ପୋଟାଲ୍ ଗ୍ରାସ୍, ଆଦାନି ଟ୍ରାନ୍ସମିଶନ୍, ଏବଂ ନିକଟରେ ଅଧିଗ୍ରହଣ ହୋଇଥିବା ସିମେଣ୍ଟ ପ୍ରମୁଖ ଅମ୍ବୁଜା ସିମେଣ୍ଟ ଏବଂ ଏସିସିରେ ଏକ ପ୍ରତିଶତରୁ ଅଧିକ ଅଂଶ ଧନ ରହିଛି।ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ଏହି କମ୍ପାନୀ ଗୁଡିକର ଅଂଶ ଧନ ୧୯ ପ୍ରତିଶତରୁ ୨୭ ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି।

ଆମେରିକୀୟ ଫାର୍ମ ହିଣ୍ଡେନ୍ ବର୍ଗ ରିସର୍ଚ୍ଚର ଏକ ରିପୋର୍ଟ ପରେ ଆଦାନି ଗ୍ରୁପ୍ କମ୍ପାନୀ ଗୁଡିକର ସେୟାରରେ ବହୁତ ହ୍ରାସ ଘଟିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନି ଗ୍ରୁପର ୭ଟି ପ୍ରମୁଖ ତାଲିକା ଭୁକ୍ତ କମ୍ପାନୀ ଗୁଡିକୁ ୮୫ ପ୍ରତିଶତରୁ ଅଧିକ ମୂଲ୍ୟ ଦିଆଯାଇଛି

ତେବେ ଏହି ସମୂହକୁ ଖଣ୍ଡନ କରିଛି ଆଦାନି ସମୂହ, କମ୍ପାନୀର ପ୍ରବକ୍ତା ଜଗସିନ୍ଦର ସିଂ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ରିପୋର୍ଟ ଭିତ୍ତିହୀନ ଏବଂ କମ୍ପାନୀକୁ ବଦନାମ କରିବା ଉଦ୍ଧେଶ୍ୟରେ ଉଦ୍ଦେଶ୍ୟମୂଳକ ଅଟେ, ଆଉ ଏହି ରିପୋର୍ଟରେ ଅନେକ ଭୁଲ୍ କଥା କୁହାଯାଇଛି।

Leave A Reply

Your email address will not be published.