ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ T20 ପୂର୍ବରୁ ଦଳରୁ ବାଦ ପଡିପାରନ୍ତି ଏହି ଦୁଇ ଖେଳାଳି ! ଦଳ ପାଇଁ ଏମାନେ ହୋଇଛନ୍ତି ମୁଣ୍ଡ ବିନ୍ଧାର କାରଣ !

0

Get real time updates directly on you device, subscribe now.

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ t20 ମ୍ୟାଚ ରବିବାର ଦିନ ଲକ୍ନୌ ଷ୍ଟାଡିୟମରେ ଖେଳାଯିବାକୁ ରହିଛି। ପ୍ରଥମ ମ୍ୟାଚରେ 21 ରନରେ ହାରିବାପରେ, ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଉପୁଜାଇଛି। ଏହି ମ୍ୟାଚ ଆଜି ସନ୍ଧ୍ୟା ଭାରତୀୟ ସମୟାନୁସାରେ 7 ଘଟିକାରେ ଆରମ୍ଭ ହେବ।

ଭାରତୀୟ ଦଳ ପାଇଁ ସବୁଠାରୁ ମହତ୍ଵ ହେଉଛି ଇଶାନ ଓ ଦୀପକଙ୍କ ଫର୍ମ। ଓପନିଂରେ ଖେଳୁଥିବା ଇଶାନ କିଶାନ ବାଂଲାଦେଶ ବିପକ୍ଷରେ ଦ୍ଵିଶତକ ମାରିବାପରେ ଆଉଟ ଅଫ ଫର୍ମ ଚାଲୁଛନ୍ତି। ଦିନିକିଆ ଓ t20 କୁ ମିଶାଇଲେ ଇଶାନ ନିଜର ପଛ 7ଟି ପାଳିରୁ 37,2,1,5,8,17 ଓ 4 ରହିଛି।

ଇଶାନ ଗତବର୍ଷ ଜୁନ ମାସରେ ମାରିଥିଲେ ହାଫ ସେଞ୍ଚୁରୀ:-

ଯଦି ଇଶାନଙ୍କ ଶେଷ ଅର୍ଧଶତକ କଥା କହିବାକୁ ଯିବା ତାହେଲେ ସେ ଜୁନ14, 2022 ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ। ସେପଟେ ଦୀପକ ହୁଡ଼ାଙ୍କ କଥା କହିଲେ ସେ ଲୋୟର ମିଡ଼ିଲ ଅର୍ଡରରେ ଫେଲ ମାରୁଛନ୍ତି। ଶେଷ 13ଟି ପାଳିରୁ ତାଙ୍କର ଆଭରେଜ ସ୍କୋର 17. 88 ରହିଛି। ଏଥିରେ ଶ୍ରୀଲଙ୍କା ବିପକ୍ଷରେ ୱାଙ୍ଖଡେ ଷ୍ଟାଡିୟମରେ ବନାଇଥିବା 41 ରନ ମଧ୍ୟ ସାମିଲ ରହିଛି।

ଶୁକ୍ରବାର ଦିନ ଖେଳାଯାଇଥିବା ମ୍ୟାଚରେ ଦୀପକ 100 ଷ୍ଟ୍ରାଇକ ରେଟରେ 10 ଟି ବଲରୁ 10 ରନ କରିଥିଲେ। ଏମିତିରେ ଦୀପକଙ୍କ ଷ୍ଟ୍ରାଇକରେଟ ଯାଞ୍ଚ ପରିପ୍ରେକ୍ଷୀରେ ଆସିଛି। ଭାରତୀୟ ଟିମ ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ପୃଥ୍ୱୀ ସ ଓ ଜିତେଶ ଶର୍ମାଙ୍କୁ ସାମିଲ କରିପାରେ।

ପ୍ରଥମ t20 ରେ ହାରିବା ସତ୍ତ୍ୱେ ମଧ୍ୟ ୱାଶିଂଟନ ସୁନ୍ଦରଙ୍କ ପ୍ରଦର୍ଶନ ଭାରତୀୟ ଟିମ ପାଇଁ ପଜିଟିଭ ଥିଲା। ସୁନ୍ଦର ପ୍ରଥମରୁ ଦୁଇଟି ଉଇକେଟ ନେଇଥିଲେ ଏହାପରେ 6 ନମ୍ବରରେ ବ୍ୟାଟିଂ ଆସି 28 ବଲରୁ 50 ରନ ବନାଇ ଦଳର ଟପ ସ୍କୋରର ବନିଥିଲେ। ସେପଟେ ଆଜି ଯେଉଁ ଗ୍ରାଉଣ୍ଡରେ ମ୍ୟାଚ ହେବାର ରହିଛି ସେଠାରେ ଗ୍ରାଉଣ୍ଡ ବହୁତ ବଡ଼ ଅଟେ ଓ ଖେଳାଳିଙ୍କୁ ମାପିଚୁପି ଶର୍ଟ ଖେଳିବାକୁ ହେବ। ନ୍ୟୁଜିଲାଣ୍ଡ ଟିମ ଦ୍ଵିତୀୟ ମ୍ୟାଚକୁ ଜିତି ସିରିଜ ଉପରେ କବଜା କରିବାକୁ ଚାହିଁବ।

ଭାରତୀୟ t20 ଟିମ: ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ଶୁବମାନ ଗିଲ, ପୃଥ୍ୱୀ ସ, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, କୂଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ସଦୀପ ସିଂହ, ଉମରାନ ମଲ୍ଲିକ, ଶିବମ ମାଭି, ମୁକେଶ କୁମାର।

ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାନ୍ତନର, ଫିନ ଆଲେନ, ଡେଭନ କନୱେ, ଗ୍ଲେନ ଫିଲିଫ, ଡେନ କ୍ଲିବର, ମାର୍କ ଚାପମାନ, ମାଇକେଲ ବ୍ରେସୱେଲ, ଡେରିଲ ମିଚେଲ, ମାଇକେଲ ରିପନ, ଲକି ଫର୍ଗୁସନ, ଇସ ଶୋଧି, ବ୍ଲେୟର ଟିକନର, ଜ୍ୟାକବ ଡ଼ଫି, ହେନେରୀ ଶିପଲି ଓ ବେନ ଲିଷ୍ଟର।

Leave A Reply

Your email address will not be published.