କିଏ ଏହି ମାଇକେଲ ବ୍ରେସୱେଲ, ଯିଏକି 12 ଚୌକା ଓ 10 ଛକା ମାରି କୋଟି କୋଟି ଭାରତୀୟ ଫ୍ୟାନ୍ସ ମାନଙ୍କ ନିଦ ହଜାଇଲା:-

0

Get real time updates directly on you device, subscribe now.

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନୋଟି ଦିନିକିଆ ସିରିଜର ପ୍ରଥମ ଦିନିକିଆ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିଲା। ଗତକାଲିର ମ୍ୟାଚରେ ଷ୍ଟାଡିୟମରେ ଖାଲି ଛକା ଓ ଚୌକା ବର୍ଷା ହେବାର ଦେଖିବାକୁ ମିଳିଥିଲା। ଭାରତର ପ୍ରଥମ ପାଳିରେ ଶୁବମନ ଗିଲ ଶାନଦାର 208 ରନର ପାଳି ଖେଳି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷଣ କରିଥିଲେ।

ଏହାପରେ ନ୍ୟୁଜିଲାଣ୍ଡ ପାଳି ଆରମ୍ଭ ହେଲା ଓ ଧୀମା ପ୍ରାରମ୍ଭ ଆଉ କିଛି ଉଇକେଟ ପଡିଯିବା ପରେ ଲାଗୁଥିଲା ଭାରତ ଏହି ମ୍ୟାଚକୁ ବଡ଼ ବ୍ୟବଧାନରେ ଅତି ସହଜରେ ଜିତିନେବ। କିନ୍ତୁ ଏହାପରେ ଯାହାହେଲା ସବୁ ଆଶ୍ଚର୍ଯ୍ୟ ହୋଇ ରହିଗଲେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ମାଇକେଲ ବ୍ରେସୱେଲ ଏକ ଚମତ୍କାର ଶତକୀୟ ପାଳି ଖେଳିଲେ ଯାହାଦ୍ୱାରା ଭାରତ ତ ମାତ୍ର 12 ରନରେ ମ୍ୟାଚ ଜିତିଲା କିନ୍ତୁ ଭାରତୀୟ ଫ୍ୟାନ୍ସମାନେ ଏହି ପାଳି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

କିଏ ଏହି ବ୍ରେସୱେଲ?:-

ମାଇକେଲ ବ୍ରେସୱେଲ ବହୁତ ବିଳମ୍ବରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ ସତ କିନ୍ତୁ ତାଙ୍କର ପ୍ରତିଭା ଆକଳନ କରିବା ସମ୍ଭବ ନୁହେଁ। ଗତକାଲି ଏହା ତାଙ୍କର 17 ତମ ଦିନିକିଆ କ୍ରିକେଟ ମ୍ୟାଚ ଥିଲା, ସେ ମାତ୍ର 78 ବଲରେ 140 ରନର ପାଳି ଖେଳିଥିଲେ ଯେଉଁଥିରେ 12ଟି ଚୌକା ଓ 10ଟି ଛକା ସାମିଲ ଥିଲା।

ବ୍ରେସୱେଲ ୱେଲିଙ୍ଗଟନ ପାଇଁ କ୍ରିକେଟ ଖେଳନ୍ତି ଓ ତାଙ୍କର ଜନ୍ମ ଫେବୃଆରୀ 14 ତାରିଖ 1991 ମସିହାରେ ହୋଇଥିଲା। ସେ ପୂର୍ବ ଟେଷ୍ଟ ଖେଳାଳି ବ୍ରେଣ୍ଡନ ୱ ଜନ ବ୍ରେସୱେଲଙ୍କ ଭଣଜା ଅଟନ୍ତି। ବ୍ରେସୱେଲ ବିଗତବର୍ଷ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ।

ଚର୍ଚ୍ଚାକୁ ଆସିଲେ:-

ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଚାଲୁଥିବା ଏକ ଦିନିକିଆ ମ୍ୟାଚ ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହି ମ୍ୟାଚରେ ଆୟରଲାଣ୍ଡ 300 ରନ କରିଥିଲା ଓ ଶେଷ ଓଭରରେ ନ୍ୟୁଜିଲାଣ୍ଡକୁ ଜିତିବାପାଇଁ 20 ରନର ଆବଶ୍ୟକତା ଥିବାବେଳେ ସେ ଗୋଟିଏ ବଲ ବଳକା ଥାଇ ଦଳକୁ ବିଜୟୀ କରାଇଥିଲେ। ଏହି ମ୍ୟାଚରେ ସେ ନଟଆଉଟ 127 ରନର ପାଳି ଖେଳିଥିଲେ।

ହ୍ୟାଟ୍ରିକ ନେଇ ରଚିଲେ ଇତିହାସ:-

ଜୁଲାଇ ମାସ 2022 ରେ ଆୟରଲାଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଏକ t20 ମ୍ୟାଚରେ ଆୟରଲାଣ୍ଡକୁ ଜିତିବାପାଇଁ 42 ବଲରୁ 94 ରନ ଥିବାବେଳେ ନ୍ୟୁଜିଲାଣ୍ଡକୁ ଜିତିବାପାଇଁ ଆଉ ତିନୋଟି ଉଇକେଟ ଦରକାର ଥିଲା।

ଏହି ସମୟରେ ମାଇକେଲ ବ୍ରେସୱେଲ ବୋଲିଂ କରିବାକୁ ଆସିଥିଲେ ଓ ତାଙ୍କର ପ୍ରଥମ ବଲ ଚୌକା ହୋଇଯାଇଥିଲା, ଦ୍ଵିତୀୟ ବଲରେ ଏକ ରନ ହୋଇଥିଲା ଓ ଏହାର ପରବର୍ତ୍ତୀ ତିନୋଟି ବଲରେ ସେ ତିନୋଟି ଉଇକେଟ ନେଇ ଦଳକୁ ମ୍ୟାଚ ଜିତାଇଥିଲେ ଓ ରେକର୍ଡ ସୃଷ୍ଟି କରିଥିଲେ।

ଭାରତର ହାଲତ ଖରାପ କରିଦେଇଥିଲେ:-

ପୁଣିଥରେ ବ୍ରେସୱେଲ ଏମିତି ଏକ ପାଳି ଖେଳିଛନ୍ତି। ଯେଉଁଠି ଦଳର ଧୁରନ୍ଧର ବ୍ୟାଟ୍ସମ୍ୟାନ ସବୁ ଆଉଟ ହୋଇ ପାଭିଲିୟନ ଫେରୁଥିଲେ ସେଠାରେ ଏକମାତ୍ର ବ୍ରେସୱେଲ ମ୍ୟାଚକୁ ବଦଳାଇବା ପାଇଁ ଚେଷ୍ଟା କରିଥିଲେ।

ଶେଷ ଓଭରରେ ଦଳକୁ ଜିତିବାପାଇଁ 5 ବଲରେ 13 ରନ ଆବଶ୍ୟକ ଥିବାବେଳେ ଏମିତି ଲାଗିଲା ଆୟରଲାଣ୍ଡ ଭଳି ସେ ମଧ୍ୟ ଏହି ମ୍ୟାଚକୁ ନିଜ ହାତକୁ ନେଇଯିବେ କିନ୍ତୁ ଶାର୍ଦୁଲ ଠାକୁରଙ୍କ ବଲରେ ସେ ଏଲବିଡ଼ବ୍ଲ୍ୟୁ ହୋଇଥିଲେ। ଯାହାଦ୍ୱାରା ନ୍ୟୁଜିଲାଣ୍ଡ 337 ରନରେ ଅଲ ଆଉଟ ହୋଇଥିଲେ।

Leave A Reply

Your email address will not be published.