ଘରେ ଗିଜର ଲାଗିଥିଲେ ସାବଧାନ! ଆପଣଙ୍କ ଜୀବନ ମଧ୍ୟ ଏଥିରେ ଯାଇପାରେ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର:-

0

Get real time updates directly on you device, subscribe now.

ବର୍ତ୍ତମାନ ଦେଶର ବହୁତସାରା ଅଞ୍ଚଳରେ ଥଣ୍ଡାର ମାତ୍ରା ଭାରି ଜୋରରେ ପଡ଼ୁଛି। ଥଣ୍ଡା ଏତେ ମାତ୍ରାରେ ପଡ଼ୁଛି ଯେ, ଲୋକମାନେ ଗାଧୋଇବାକୁ ମଧ୍ୟ ହେଳା କରୁଛନ୍ତି। ଶେଷରେ ଯଦି ବା ଗାଧୋଉଛନ୍ତି ସେମାନେ ଉଷୁମ ପାଣିକୁ ପ୍ରାଧାନ୍ୟ ଦେଉଛନ୍ତି।

ପାଣି ଗରମ କରିବାପାଇଁ କେହି ଚୁଲିର ବ୍ୟବହାର କରୁଥିବା ବେଳେ କିଛିଲୋକ ଗ୍ୟାସ ବ୍ୟବହାର କରୁଛନ୍ତି। ଏହାସହ କିଛିଲୋକ ଗୀଜର ଦ୍ୱାରା ମଧ୍ୟ ପାଣିକୁ ଗରମ କରିଥାନ୍ତି। ଯଦି ଆପଣ ବି ପାଣି ଗୀଜର ଦ୍ୱାରା ଗରମ କରନ୍ତି ତାହେଲେ ଏହିସବୁ କଥା ନିହାତି ଧ୍ୟାନରେ ରଖନ୍ତୁ ନଚେତ ବହୁତ ବଡ଼ ଅସୁବିଧାରେ ପଡ଼ିପାରନ୍ତି।

ଯଦି ଆପଣ ଗୀଜର ବ୍ୟବହାର କରୁଛନ୍ତି ତାହେଲେ ଏହିସବୁ କଥାର ଧ୍ୟାନ ନିହାତି ରୂପରେ ରଖନ୍ତୁ। ଯଦି ଆପଣ ଦୋକାନ କିମ୍ବା ଶୋ ରୁମ ଯାଉଛନ୍ତି ତାହେଲେ ISI ହଲମାର୍କ ଥିବା ଗୀଜର ଆଣନ୍ତୁ ଯାହାକି ଆପଣଙ୍କୁ ଉଚିତ ଗୁଣବତ୍ତା ଦେଇଥାଏ।

ଗୀଜର କୁ କିଣିବାପରେ ଏହାକୁ ଘର ଭିତରେ ଲଗାଇବା ପାଇଁ କୌଣସି ଏକ୍ସପର୍ଟଙ୍କୁ ପରାମର୍ଶ କରନ୍ତୁ ଯାହାଦ୍ୱାରା ଭବିଷ୍ୟତରେ ଯେମତି କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ନପଡ଼େ।

ଏଗଜଷ୍ଟ ଫ୍ୟାନ:-

ଗୀଜର ଲଗାଇବା ପରେ ଏହାର ଗ୍ୟାସକୁ ବାହାରକୁ ବାହାର କରିବାପାଇଁ ଏକ ଏଗଜଷ୍ଟ ଫ୍ୟାନ ଲଗାନ୍ତୁ ନଚେତ ଏହାର ଗ୍ୟାସ ଆପଣଙ୍କ ଜୀବନ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ସଠିକ ସମୟରେ ବନ୍ଦ କରନ୍ତୁ:-

ଗୀଜର କୁ ଚାଲୁ କରିବାପରେ ଏହାକୁ ଉଚିତ ସମୟରେ ବନ୍ଦ କରିଦିଅନ୍ତୁ ଯାହାଦ୍ୱାରା ଆପଣଙ୍କ ଗୀଜର ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିପାରିବ।

ଗୀଜରର ହାଇଟ ଉପରେ ମଧ୍ୟ ଧ୍ୟାନ ରଖନ୍ତୁ:-

ଶେଷରେ ଆପଣଙ୍କୁ ଧ୍ୟାନରେ ରଖିବାକୁ ହେବ କି, ଗୀଜରକୁ ଆପଣ ସଠିକ ଉଚ୍ଚତାରେ ଲଗାଇଛନ୍ତି କି ନାହିଁ। ଗୀଜରକୁ ସଠିକ ଉଚ୍ଚତାରେ ଲଗାଇବା ଦ୍ୱାରା ଏହା ଛୋଟ ପିଲାଙ୍କ ଆୟତ୍ତରେ ଆସିନଥାଏ ଓ କୌଣସି ଅସୁବିଧାର ସମ୍ମୁଖୀନ ମଧ୍ୟ ଆପଣଙ୍କୁ ହେବାକୁ ପଡିନଥାଏ।

Leave A Reply

Your email address will not be published.