ଭାରତ ଏବଂ ଶ୍ରୀଲଙ୍କା ଟି-୨୦ ସିରିଜ୍ କ୍ରିକେଟ୍ ମ୍ୟାଚରେ ହୋଇଛି ୨୦୦ କୋଟି ଟଙ୍କାର କ୍ଷତି ଯାହାକି ବଢ଼ାଇଲା ଟେନସନ୍।

0

Get real time updates directly on you device, subscribe now.

ନୂତନ ବର୍ଷ ଆରମ୍ଭ ହେବା ମାତ୍ରେ ଟିମ୍ ଇଣ୍ଡିଆ ନିଜର ନୂତନ ମିଶନ ଆରମ୍ଭ କରିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଜାନୁଆରୀ ୩ରୁ ଆରମ୍ଭ ହୋଇସାରିଛି । ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ମିଶନରେ ଲାଗିଛନ୍ତି ।

ଭାରତ ଓ ଶ୍ରୀଲଙ୍କା ଟି-୨୦ ସିରିଜରେ ସିନିୟର ଖେଳାଳି ମାନଙ୍କୁ ବିଶ୍ରାମ ଦିଆଯାଇଛି । ପ୍ରଶଂସକମାନଙ୍କୁ ନୂଆ ଟିମ୍ ଇଣ୍ଡିଆ ଦେଖିବାରେ ହୁଏତ ତ ଲାଗି ଥାଇପାରେ କିନ୍ତୁ ବ୍ରୋଡକାଷ୍ଟର୍ସ ପାଇଁ ଏହା ଏକ କଷ୍ଟକର ସମୟ ।

ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଷ୍ଟାର ସ୍ପୋର୍ଟସରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍ ପାଇଁ ମାତ୍ର ୨ରୁ ୩ ବିଜ୍ଞାପନଦାତା ରହିଛନ୍ତି । ଟିଭି ବ୍ୟତୀତ ଷ୍ଟାର୍ ସ୍ପୋର୍ଟସ୍ ଡିଜିଟାଲ୍ ପ୍ଲାଟଫର୍ମରେ ବିଜ୍ଞାପନଦାତାଙ୍କୁ ମଧ୍ୟ ପାଇପାରୁ ନାହିଁ ।

ଯାହା ଫଳରେ ତାକୁ ଚଳିତ ସିରିଜରେ କ୍ଷତି ସହିବାକୁ ପଡ଼ୁଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବ୍ରୋଡକାଷ୍ଟର୍ସ ଦ୍ୱାରା ପ୍ରତ୍ୟେକ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇକୁ ୬୦.୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

କିନ୍ତୁ ଏହି ସିରିଜରେ ସେ ଏହାର ପ୍ରାୟ ୩୦-୪୦ ପ୍ରତିଶତ ରୋଜଗାର କରିବାକୁ ସକ୍ଷମ ହୋଇପାରିଛି । ତେଣୁ ଷ୍ଟାର ସ୍ପୋର୍ଟସ୍ ବହୁ କ୍ଷତିର ସମ୍ମୁଖୀନ ହେଉଛି । ରିପୋର୍ଟରେ କୁହାଯାଇଛି ଯେ ଏହି ସିରିଜ ଯୋଗୁଁ ବ୍ରୋଡକାଷ୍ଟର୍ସକୁ ପ୍ରାୟ ୨୦୦ କୋଟି କ୍ଷତି ସହିବାକୁ ପଡ଼ୁଛି ।

ଜଣେ ଷ୍ଟାର ସ୍ପୋର୍ଟସ ଅଧିକାରୀଙ୍କ ଅନୁଯାୟୀ, ନୂଆ ବର୍ଷ ପରେ ତୁରନ୍ତ ପ୍ରସାରିତ ହେଉଥିବା କୌଣସି ସିରିଜ୍ ଆଶା କରା ଯାଉଥିବା ଠାରୁ କମ୍ ଦେଖାଯାଉଛି । ବଡ଼ କମ୍ପାନୀ ଗୁଡିକ ବିଜ୍ଞାପନ ଦେବାରେ ଦୂରତା ରକ୍ଷା କରୁଛନ୍ତି, କିନ୍ତୁ ଏଥର ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

ଡିଜିଟାଲରେ ହଟଷ୍ଟାର ପାଖରେ କୌଣସି ବିଜ୍ଞାପନ ନଥିଲା ।ସୂଚନାଯୋଗ୍ୟ, ଚଳିତ ଭାରତ ଓ ଶ୍ରୀଲଙ୍କା ଟି-୨୦ ସିରିଜରେ ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲଙ୍କ ଭଳି ବଡ଼ ନାମ ମଧ୍ୟ ଖେଳୁନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ଶ୍ରୀଲଙ୍କାକୁ ଟକ୍କର ଦେଉଛି । ପ୍ରଥମ ଟି-୨୦ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା ଓ ଟିମ୍ ଇଣ୍ଡିଆ ଏହାକୁ ୨ ରନରେ ଜିତିଥିଲା ।​

Leave A Reply

Your email address will not be published.