ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

0

Get real time updates directly on you device, subscribe now.

କରୋନା ମହାମାରୀର ଭୟାବହତା କିଛି ମାତ୍ରାରେ କମିଯାଇଥିଲେ ବି ଏହା ସମ୍ପୂର୍ଣ୍ଣ ରୂପେ ଲୋକ ମାନଙ୍କର ପିଛା ଛାଡି ନାହିଁ। କିଛି ସମୟର ବ୍ୟବଧାନ ପରେ ପୁଣିଥରେ ଚୀନ୍ ରେ ଏହାର ଭୟାବହତା ଦେଖିବାକୁ ମିଳିଛି

ଏହାର ନୂଆ ନୂଆ ସବଭାରିଆଣ୍ଟ ଚୀନ୍ ରେ ନିଜର ତାଣ୍ଡବ ରଚାଇ ସାରିଲାଣି, ଆଉ ବାହାର ଦେଶରୁ ଆସୁଥିବା ଲୋକମାନଙ୍କ ଦ୍ୱାରା ଆମ ଦେଶରେ ବି ଏହା ଧିରେ ଧିରେ ବ୍ୟାପିବାରେ ଲାଗିଲାଣି। ଆମ ଦେଶରେ ଏହାର ଅଧିକ ମାତ୍ରା ନଥିଲେ ବି ଯଦି ଅଳ୍ପ ସମୟରୁ ଏହାକୁ ରୋକା ନଯାଏ।

ତେବେ ଏହା ନିଜର ତାଣ୍ଡବ ଦ୍ୱାରା ପୁଣିଥରେ ସବୁଆଡେ ହାହାକାର ରଚାଇ ଦେବ। ମାର୍ଚ୍ଚ ମାସରେ ଆଗକୁ ଏହାର ଚତୁର୍ଥ ଲହର ଆସୁଥିବାର ସରକାର କହି ସାରିଲେଣି, ଏଥିପାଇଁ ଅଧିକ ଚିନ୍ତା ରହିଛି ଆମ ରାଜ୍ୟ ପାଇଁ।

ଆମ ରାଜ୍ୟରେ ଏବେ ହକିର ବିଶ୍ୱକପ୍ ଆୟୋଜନ ହେଉଥିବା ବେଳେ ବାହାର ଦେଶରୁ ଆସୁଥିବା ଖେଳାଳି ତଥା ପର୍ଯ୍ୟଟକଙ୍କ ଦ୍ୱାରା କରୋନା ଅଧିକ ବ୍ୟାପିବାର ସମ୍ଭାବନା ରହିଛି। ଆମ ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ XBB 1.5 ଚିହ୍ନଟ ହୋଇ ସାରିଥିବା ବେଳେ, ଚୀନ୍ ରେ ଆତଙ୍କ ଖେଳାଥିବା BF.7 ଓମିକ୍ରନ୍ ସବ୍ ଭାରିଆଣ୍ଟ ବି ଦେଶ ତଥା ରାଜ୍ୟରେ ସଂକ୍ରମଣକୁ ଉପରମୁହାଁ କରିପାରେ।

ଏମିତିରେ ବି ଏବେ ଦେଶର ସକ୍ରିୟ କୋଭିଡ୍ ରୋଗୀ ସଂଖ୍ୟାରେ ପଞ୍ଚମ ସ୍ଥାନରେ ଅଛି ଓଡ଼ିଶା । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ ପରେ ଓଡ଼ିଶାରେ ସର୍ବାଧିକ ୮୬ ଜଣ ସକ୍ରିୟ ରୋଗୀ ଅଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅନ୍ୟ ଦେଶରେ ସଂକ୍ରମଣ ବଢ଼ୁଛି, ଆମ ଦେଶରେ ବି ବଢ଼ିବାର ସମ୍ଭାବନା ଅଛି । ତେଣୁ ମୁକାବିଲା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ। ଗତ କିଛି ଦିନ ହେଲାଣି ରାଜ୍ୟରେ ଦୈନିକ ମାତ୍ର ଗୋଟିଏ ଦୁଇଟି ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

ତେବେ ଗୋଟିଏ ନୂଆ ଅତ୍ୟଧିକ ସଂକ୍ରାମକ ମ୍ୟୁଟାଣ୍ଟ ବି ବିପଦ ଆଣିପାରେ ।ତେଣୁ କୋଭିଡ୍ କଟକଣାରେ ସାମାନ୍ୟ ଢିଲା ରାଜ୍ୟରେ ଜାନୁୟାରୀ ମାସରେ ବି ଚତୁର୍ଥ ଲହର ଆଣିଦେବାର ସମ୍ଭାବନାକୁ ଏଡ଼ାଇ ଦେଇ ପାରିବନି ବୋଲି କହିଛନ୍ତି ବିଶେଷଜ୍ଞ।

ମାର୍ଚ୍ଚରେ ଚତୁର୍ଥ ଲହରର ଆଶଙ୍କା ଭିତରେ ହକି ବିଶ୍ୱକପ ଲାଗି ରାଜ୍ୟକୁ ବିଦେଶୀ ଖେଳାଳିଙ୍କ ଆସିବା ଆରମ୍ଭ ହୋଇଗଲାଣି। ଏଭଳି ସ୍ଥିତିରେ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସରକାର କିଭଳି ସମର୍ଥ ହେଉଛନ୍ତି, ତା ଉପରେ ନଜର।

Leave A Reply

Your email address will not be published.