ସରକାରଙ୍କ ବଡ଼ ଅଫର୍ । ରାଜଧାନୀ ଛାଡ଼ିଲେ ମିଳିବ ମୁଣ୍ଡ ପିଛା ୬ ଲକ୍ଷ ୫୦ ହଜାର ଟଙ୍କା । କେଉଁ ଦେଶରେ ଏହି ସ୍କିମ୍ ଲାଗୁ ହୋଇଛି ଜାଣନ୍ତୁ ।

0

Get real time updates directly on you device, subscribe now.

ଜାପାନର ରାଜଧାନୀ ଟୋକିଓ ଅତ୍ୟଧିକ ଜନବହୁଳ ହୋଇ ପଡ଼ିଥିବାରୁ ଅନେକ ସମସ୍ୟା ଉପୁଜୁଛି । ଏଭଳି ସ୍ଥିତିରେ ସରକାର ଏକ ନୂଆ ସ୍କିମ୍‌ ଘୋଷଣା କରିଛନ୍ତି ।

ଏହି ନୂତନ ପ୍ରସ୍ତାବ ଅନୁସାରେ ରାଜଧାନୀ ଟୋକିଓ ଛାଡ଼ି ଲୋକମାନେ ଗ୍ରାମରେ ବାସ କଲେ ସେମାନଙ୍କ ପିଲା ପିଛା ୭,୭୦୦ ଡଲାର ଅର୍ଥାତ୍ ୬ ଲକ୍ଷ ୫୦ ହଜାର ଟଙ୍କା ମିଳିବ ବୋଲି କୁହାଯାଇଛି । କମ୍‌ ଲୋକ ରହୁଥିବା ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ଏହି ସୁବିଧା ମିଳିବ । ପିଲାମାନଙ୍କୁ ୧୮ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ ।

ସରକାର ଆହୁରି କହିଛନ୍ତି ଯେ ଯୁବ ବର୍ଗର ପିତାମାତା ଟୋକିଓ ଛାଡ଼ି ଅନ୍ୟଠାରେ ରହିଲେ, ସେମାନଙ୍କୁ ଅନ୍ୟ ସୁବିଧା ବି ଯୋଗାଇ ଦିଆଯିବ ।

୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ ୨୦୨୭ ସୁଦ୍ଧା ରାଜଧାନୀରୁ ପ୍ରାୟ ୧୦,୦୦୦ ଲୋକ ଗ୍ରାମାଞ୍ଚଳରେ ବସବାସ କରିବେ ବୋଲି ସରକାର ଆଶା ରଖିଛନ୍ତି ।

ଗତବର୍ଷ ଏହି ଯୋଜନାରେ ସରକାର ୧,୧୮୪ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ୨୦୨୦ରେ ୨୯୦ ଓ ୨୦୧୯ରେ ୭୧ଟି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଟୋକିଓର ଜନସଂଖ୍ୟା କମାଇବା ପାଇଁ ଜାପାନ ସରକାର ପ୍ରଥମ ଥର ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । କିନ୍ତୁ ଏହାଯୋଗୁ ସହରର ଜନସଂଖ୍ୟା ଏତେ କମିବା ସମ୍ଭାବନା ନ ଥିବା କୁହାଯାଉଛି । କାରଣ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ କାମ ମିଳୁ ନ ଥିବାରୁ ଲୋକମାନେ ସହରମୁହାଁ ହେଉଛନ୍ତି ।

ସହରରେ ବିଳାସପୂର୍ଣ୍ଣ ଚାକଚକ୍ୟ ଜୀବନ ଅତିବାହିତ କରୁଛନ୍ତି । ଏହି କାରଣରୁ ହିଁ ଟୋକିଓ ସମେତ ପ୍ରମୁଖ ସହରର ଜନସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି । ତେବେ ସରକାର ଯେଉଁ ୬ ଲକ୍ଷ ଦେବେ ତାହା ଶେଷ ହେଲା ପରେ ଲୋକମାନେ ପୁଣି  ରାଜଧାନୀ ଟୋକିଓ ମୁହାଁ ହୋଇପାରନ୍ତି ।

ତେଣୁ ,ଏହି ଆର୍ଥକ ଯୋଜନା ଘୋଷଣା ଲୋକମାନଙ୍କୁ ଗାଁରେ ସହର ଭଳି ସୁଖ ଏବଂ ଚାକଚକ୍ୟ ଜୀବନ ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି । ସାଢ଼େ ୬ ଲକ୍ଷ ଟଙ୍କା ସରିବା ପରେ ଲୋକେ ପୁଣି ଟୋକିଓ ମୁହାଁ ହୋଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି

ତେଣୁ, ଗ୍ରେଟର୍‌ ଟୋକିଓ ଅଞ୍ଚଳରେ ସ୍ଥାନ ସଙ୍କଟ ଓ ସାଧାରଣ ସେବା ଯୋଗାଇବାରେ ସରକାର ଯେଉଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତାହାକୁ ହ୍ରାସ କରାଇବାରେ ଏହି ଯୋଜନା ସହାୟକ ହେବ ବୋଲି ସରକାରୀ କର୍ମଚାରୀମାନଙ୍କର ଆଶା ।

Leave A Reply

Your email address will not be published.