ସମ୍ନାକୁ ଆସିଲା ନୂଆ ଟେକ୍ନୋଲୋଜି । ଏଣିକି ମଦ ପିଇ ଗାଡ଼ି ଚଲାଇବାକୁ ଗଲେ ଷ୍ଟାର୍ଟ ହେବନି ଗାଡ଼ି ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆଜିକାଲି ଆପଣମାନେ ନ୍ୟୁଜ୍ କିମ୍ଵା ଖବର କାଗଜରେ ପଢ଼ୁଥିବେ ଏବଂ ଜାଣୁଥିବେ ଯେ ଦିନକୁ ଦିନ ସଡକ ଦୁର୍ଘଟଣା ଭଳି ମାମଲା ବଢି ବଢି ଚାଲିଛି । ଆଉ ଅଧିକାଂଶ ଦୁର୍ଘଟଣା ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ହିଁ ଘଟୁଛି ।

ଆଉ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ମଧ୍ଯ ନେଉଛନ୍ତି ସରକାର । ସଡକ ଦୁର୍ଘଟଣାର ହାର ପୂର୍ବ ଅପେକ୍ଷା କମି ଯାଉ ସେ ନେଇ ସରକାର ଟ୍ରାଫିକ ନିୟମକୁ ବେଶ୍ କଡା କଡ଼ି କରି ଦେଇଛନ୍ତି । ଲୋକଙ୍କୁ ବାର୍ତ୍ତା ମାଧ୍ୟମରେ ସଚେତନ ମଧ୍ୟ କରାଉଛି । ଟ୍ରାଫିକ ନିୟମ ନ ପାଳନ କଲେ ଜୋରିମାନା ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି ।

ମଦ ପିଇ ଗାଡ଼ି ଚଳାଇବା ବେଳେ ପୋଲିସ ହାତରେ ଧରା ପଡିଲେ ଜୋରିମାନା ରାଶି ଆଗରୁ ୨୦୦୦ ଟଙ୍କା ଥିବା ବେଳେ ତାହା ବୃଦ୍ଧି ପାଇ ଏବେ ୧୦୦୦୦ ହୋଇଯାଇଛି । ସମଗ୍ର ଦେଶରେ ମୋଟର ଯାନ ନିୟମ ବଦଳିବା ପରେ ୨୦୧୯ ପରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା ତ ଲାଗୁ ହେଉଛି ତା ସହିତ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ।

ତେବେ ସରକାରଙ୍କ ଚିନ୍ତା ବଢ଼ାଇଛି ଏହି ବର୍ଦ୍ଧିତ ସଡ଼କ ଦୁର୍ଘଟଣା । ଏବେ କିନ୍ତୁ ମଦ ପିଇଲେ ଷ୍ଟାର୍ଟ ହେବନି ଗାଡ଼ି । ହଁ ଆଜ୍ଞା ଦର୍ଶକବନ୍ଧୁ ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଚକିତ ହେଉଥିଲେ ମଧ୍ଯ ଖବର ସମ୍ପୂର୍ଣ ଭାବରେ ସତ ।

ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ରୋକିବାକୁ ଆରମ୍ଭ ହେଇଛି ନୂଆ ପ୍ରୟାସ । ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଏକ ନୂଆ ଟେକ୍ନୋଲୋଜି ଆରମ୍ଭ କରିଛି ଯେଉଁ ହିସାବରେ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ବିକଶିତ କରାଯାଇଛି । ଯାହାକୁ କୁହାଯାଉଛି “ଇଗ୍ନିଶନ ଇଣ୍ଟରଲକ୍‌ ସିଷ୍ଟମ” । ଏହା ଆଗାମୀ ଭବିଷ୍ୟତରେ ମଦୁଆଙ୍କୁ ଧରିବାରେ ପୋଲିସର କାମକୁ ଆହୁରି ସହଜ କରିଦେବ ।

ମାନେ ଇଗ୍ନିଶନ ଇଣ୍ଟରଲକ୍‌ ସିଷ୍ଟମ ଟେକ୍ନୋଲୋଜିର କାମ ଅନୁସାରେ ଡ୍ରାଇଭର ଯେତେବେଳେ ଗାଡ଼ିରେ ବସିବ ସେତେବେଳେ ଷ୍ଟାର୍ଟ କରିବା ପାଇଁ ଏକ ବ୍ରେଥ୍‌ ଆନାଲାଇଜର ପାଇପ୍‌ରେ ଫୁଙ୍କିବାକୁ ପଡ଼ିବ ।

ଯଦି ଡ୍ରାଇଭର ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଆଲୋକହଲ ଗ୍ରହଣ କରିଥିବ ତେବେ ଗାଡ଼ି ଷ୍ଟାର୍ଟ ହେବ ନାହିଁ । ଏଥିରେ ଏକ କ୍ୟାମେରା ମଧ୍ୟ ଲାଗିଛି । ଯେଉଁଥିରେ ଡ୍ରାଇଭର ଜଣକ ଫୁଙ୍କିବାର ଫଟୋ ମଧ୍ୟ ଉତ୍ତୋଳନ ହେବ । ଯାହା ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌ ସଂଖ୍ୟା ଅନେକାଂଶରେ କମେଇଦେବ ।

Leave A Reply

Your email address will not be published.