ଆପଣଙ୍କ ଗ୍ୟାସ ସିଲିଣ୍ଡର କେତେ ଦିନରେ ହେବ ଖାଲି, ପତ୍ତା ଲଗାଇବା ପାଇଁ ଜାଣି ରଖନ୍ତୁ ଏହି ଉପାୟ ।

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତ୍ତମାନ ଘରୋଇ ଗ୍ଯାସ ଦର ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଗୋଟେ ଗ୍ଯାସକୁ ମାସେ ବ୍ୟବହାର କରିବା ଅସମ୍ଭବ ହୋଇ ପଡୁଛି । ଆଜିକା ଡେଟରେ ବ୍ୟକ୍ତି ଧନୀ ହେଉ ବା ଗରିବ ହେଉ ସମସ୍ତେ ଚାହାନ୍ତି ଯେ କେମିତି ଗୋଟେ ଗ୍ଯାସ ସିଲିଣ୍ଡର ମାସରୁ ଅଧିକ ଦିନ ଯାଉ ।

ଏମିତି ଭାବେ ଏହା ଜାଣିବା ସହଜ ନୁହେଁ ଯେ ଗ୍ଯାସ ସିଲିଣ୍ଡର କେତେ ଦିନରେ ସରିଯିବ । ଆଜି ଆମେ ଆପଣ ମାନଙ୍କୁ ଗ୍ଯାସ ସିଲିଣ୍ଡର କେତେ ଦିନରେ ସରିବ ତାହା କେମିତି ଜାଣିବେ ସେହି ବିଷୟରେ କହିବାକୁ ଯାଉଛି ।

ଯଦି ଆପଣ ଏହି ଟ୍ରିକ ବିଷୟରେ ଭଲ ଭାବେ ଜାଣି ପାରିବେ ତେବେ ଗ୍ଯାସ କିପରି ବ୍ୟବହାର କରିବେ ତାହା ଜାଣି ପାରିବେ । ଏହି ଟ୍ରିକ ଆପଣେଇବା ଦ୍ଵାରା ଆପଣ ଅଧିକ ଦିନ ଯାଏଁ ଗ୍ଯାସର ବ୍ୟବହାର କରି ନିଜ ଘର ଚଳାଇ ପାରିବେ ।

କିଛି ସମୟରେ ଲୋକ ମାନେ ଏମିତି କିଛି ଭୁଲ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କୁ ପରବର୍ତ୍ତୀ ସମୟରେ ହଇରାଣ ହରକତ ହେବାକୁ ପଡିଥାଏ । କିଛି ଲୋକମାନେ ସିଲିଣ୍ଡରରେ ଗ୍ଯାସ ଅଛି କି ନାହି ତାହା ଜାଣିବା ପାଇଁ ସିଲିଣ୍ଡର ହଲାଇ ଦେଖିଥାନ୍ତି । ଯଦି ସିଲିଣ୍ଡର ହାଲକା ଲାଗେ ତେବେ ଭାବନ୍ତି କି ଗ୍ଯାସ ସରିଯାଇଛି ।

ଏହାପରେ ଲୋକମାନେ ଗ୍ଯାସ ବୁକିଙ୍ଗ କରିଥାନ୍ତି । ଏହି ଉପାୟଟି ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ଏପରି କରିବା ଦ୍ଵାରା ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଘରେ ଯେତେବେଳେ ନୂଆ ସିଲିଣ୍ଡର ଲାଗିଥାଏ ତାହା ଭଲ ଭାବେ ଚାଲିଥାଏ ।

କିନ୍ତୁ ଯେବେ ଚୁଲାରେ ନିଆଁ କମ ହେବାରେ ଲାଗିଥାଏ ତେବେ ଲୋକ ମାନେ ଭାବନ୍ତି କି ଗ୍ଯାସ ସରି ଆସିଲାଣି ।ସେଥିପାଇଁ କିଛି ଲୋକ ଗ୍ଯାସ ହଲାଇ ଦେଖିଥାନ୍ତି । କିନ୍ତୁ ଏପରି କରିବା ଠିକ ନୁହେଁ । ଅକରଣ ଏହା ଦ୍ଵାରା ଆପଣଙ୍କର ହିଁ କ୍ଷତି ହୋଇଥାଏ ।

କାରଣ ସିଲିଣ୍ଡର ରେ ଯେଉଁ ବଳକା ଗ୍ଯାସ ରହିଥାଏ ତାହାରା ବ୍ୟବହାର ଆପଣ ମାନେ କରି ପାରନ୍ତି ନାହି । ସିଲିଣ୍ଡରରେ ଗ୍ଯାସ କେତେ ଅଛି ତାହା ଜାଣିବା ପାଇଁ ଆପଣ ଏକ ଓଦା କପଡା ନେଇ ସିଲିଣ୍ଡର ରେ ଘୋଡାଇ ଦିଅନ୍ତୁ । ଏହା ପରେ ଆପଣ ଦେଖିବେ ସିଲିଣ୍ଡରର କେତେ ଭାଗ ଓଦା ଦେଖା ଯାଉଛି ଓ ଆଉ କେତେ ଭାଗ ଶୁଖିଲା ଦେଖା ଯାଉଛି ।

ଯେତେ ଭାଗ ସିଲିଣ୍ଡରରେ ଶୁଖିଲା ଦେଖା ଯାଉଛି ସେତେ ଗ୍ଯାସ ସଋ ଯାଇଛି ବୋଲି ଜଣା ପଡିବ । ଅନ୍ୟ କ୍ଷେତ୍ରରେ ଯେତେ ଭାଗ ଓଦା ଦେଖା ଯାଉଛି ସେତିକି ଯାଏଁ ଗ୍ଯାସ ରହିଛି ବୋଲି ଜଣା ପଡିବ । ଏହି ଉପାୟ ଦ୍ଵାରା ଆପଣ ସିଲିଣ୍ଡରରେ କେତେ ଗ୍ଯାସ ରହିଛି ତାହା ଜାଣି ପାରିବେ । ଏହା ସହ ଆପଣ ଏହାର ସଦୁପୋଯୋଗ ମଧ୍ୟ କରି ପାରିବେ ।

Leave A Reply

Your email address will not be published.