EPFO ଜାରି କଲା ନୂଆ ନିୟମ।ଏଣିକି କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ୍।

0

Get real time updates directly on you device, subscribe now.

ବନ୍ଧୁଗଣ EPFO(EMPLOYEES’ PROVIDENT FUND ORGANISATION) ଜାରି କରିଛି ନୂଆ ନିୟମ।ଯେଉଁଥିରେ ରହିଛି ହାଇ ପେନସନର ନିୟମ।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ର କହିବା କଥା ହେଲା ଯେଉଁ ସଦସ୍ୟ ୫ହାଜର କିମ୍ବା ୬ହାଜର୫୦୦ ର ବେତନ ସୀମାରୁ ଅଧିକ ବେତନରେ ପେନସନ ପାଇଁ ଯୋଗଦାନ କରିଥିଲେ ଓ ଉଚ୍ଚ ପେନସନ ର ବିକଳ୍ପ ବଛିଥିଲେ,ସେମାନଙ୍କୁ ଏହି ଲାଭ ମିଳିବ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ବିସ୍ତାରରେ।

EPFO ସବସ୍କ୍ରାଇବର୍ ଙ୍କ ପାଇଁ ଏବେ ଗୋଟେ ଖୁସି ଖବର ଆସିଛି।ଏଣିକି ଆପଣଙ୍କ ଖାତାକୁ ଆସିବ ବହୁତ୍ ପଇସା।କଥାଟି ଏପରି,କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଯୋଗ୍ୟ କର୍ମଚାରୀଙ୍କ ପାଇଁ ଏକ ସର୍କୁଲର ଜାରି କରିଛି

ଯେଉଁଠାରେ କର୍ମଚାରୀଙ୍କୁ ଉଚ୍ଚ ପେନସନ ମିଳିବା ନିୟମ ରହିଛି ଓ ଏହାକୁ ସ୍ଥାନୀୟ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।କର୍ମଚାରୀ ମାନେ ଏହା ପାଇଁ ଅନଲାଇନ୍ ଆବେଦନ କରିପାରିବେ।

*କେଉଁ କେଉଁ କର୍ମଚାରୀଙ୍କୁ ମିଳିବ ଏହି ସୁବିଧା:-

EPFO ୨୯ ଡିସେମ୍ବର ରେ ସୁପ୍ରିମକୋର୍ଟକୁ ଏକ ସର୍କୁଲାର୍ ଜାରି କରିଥିଲା, ଯେଉଁଥିରେ କୁହାଯାଇଛି କି “ଯେଉଁ କର୍ମଚାରୀ ଭବିଷ୍ୟ ନିଧି ଯୋଜନାରେ ବାଧ୍ୟତାମୂଳକ ଭାବରେ ଉଚ୍ଚ ପେନସନରେ ଯୋଗଦାନ କରିଥିଲେ ଓ ରିଟାୟାରରମେଣ୍ଟ ପୂର୍ବରୁ ଉଚ୍ଚ ପେନସନ ର ଅପ୍ସନ୍ ବାଛିଥିଲେ,କିନ୍ତୁ ତାଙ୍କର ଏହି ଅନୁରୋଧକୁ EPFO ପ୍ରତ୍ୟାଖାନ କରିଥିଲା,ସେମାନେ ଏବେ ପେନସନ ପାଇବେ।ଏଥିପାଇଁ କେଉଁମାନେ ଯୋଗ୍ୟ ଜାଣନ୍ତୁ ,

1. EPFO ଯୋଜନା ଧାରା,୨୬(୬)ଦ୍ବାରା ବିକଳ୍ପ ପ୍ରମାଣ।

2. ନିଯୁକ୍ତଙ୍କ ତରଫରୁ ଜାରି ହୋଇଥିବା ଧାରା ୧୧(୩) ର ପ୍ରମାଣ।

3. ଜମା ରାଶିର ପ୍ରମାଣ।

4. ୫୦୦୦ ରୁ ୬ହାଜର୫୦୦ ଟଙ୍କା ସୀମାରୁ ଅଧିକ ବେତନର ପେନସନ ଫଣ୍ଡରେ ଜମା ରାଶିର ପ୍ରମାଣ।

5.APFC ର ପ୍ରମାଣ।

*କିପରି କରିବେ ଆବେଦନ:-

ଏଥିପାଇଁ ଆପଣଙ୍କୁ ସ୍ଥାନୀୟ କାର୍ଯ୍ୟାଳୟକୁ ଯାଇ ପେନସନ ପାଇଁ ଆବେଦନ କରନ୍ତୁ।ଆବେଦନ ଫର୍ମ ପୂରଣ କରିବା ପରେ ସଂପୃକ୍ତ ଡକ୍ୟୁମେଣ୍ଟ ଆପଣ ନେଇଯାଆନ୍ତୁ।କମିଶନର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ ଫର୍ମକୁ ପୂରଣ କରନ୍ତୁ।ଯଦି ଯାଞ୍ଚରେ କୌଣସି ତ୍ରୁଟି ମିଳେ ତେବେ ଆବେଦନ ବାତିଲ ମଧ୍ୟ ହୋଇପାରେ।

Leave A Reply

Your email address will not be published.