” ଭାଇ ମତେ ଗାଳି କରୁଥିବ ନହେଲେ ବଲ୍ ମାରିକି ହଜେଇ ଦେବି।”ଭାରତ ବନାମ ବାଂଲାଦେଶ ମ୍ୟାଚରେ ବିରାଟଙ୍କୁ କାହିଁକି ଏମିତି କହିଲେ ଇଶାନ।
ଭାରତ ବନାମ ବାଂଲାଦେଶ ମ୍ୟାଚ୍ ରେ ଯୁବ କ୍ରିକେଟର ଇଶାନ କିଶନ ଦ୍ରୁତତମ ଦ୍ୱିଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ତେବେ ସେ ଏହି ଦ୍ରୁତତମ ଇନିଂସ ଖେଳୁଥିବା ବେଳେ ଏଭଳି ସମୟ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା।
ଏହି ଦ୍ରୁତତମ ଇନିଂସ ଖେଳୁଥିବା ସମୟରେ ବିରାଟ ତାଙ୍କୁ ବାଧା ଦେଉଥିବା ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିକୁ ଦେଖିଲେ ୧୯୦ ରନ ସମୟରେ ଇଶାନ ନର୍ଭସ ଥିବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ବିରାଟଙ୍କୁ ଇଶାନ ଗୋଟିଏ କଥା ବାରମ୍ବାର ଦୋହରାଇବାକୁ କାହିଁକି କହୁଥିଲେ।
ବିରାଟ ଓ ଇଶାନ ଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ଚାଲିଥିଲା ଏହାର ଖୁଲାସା କରିଛନ୍ତି ଇଶାନ କିସାନ।ବାଂଲାଦେଶ ବିପକ୍ଷରେ ଦ୍ୱିଶତକ ହାସଲ କରି ଇଶାନ କିଶନ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଇନିଂସ ମଝିରେ ଏକ ସମୟ ମଧ୍ୟ ଆସିଥିଲା
ଯେତେବେଳେ ତାଙ୍କୁ ବିରାଟ କୋହଲିଙ୍କୁ କହିବାକୁ ପଡିଲା ଯେ ବିରାଟ ଭାଇ ମୋତେ ବାଧା ଦେଉଥିବ, ନଚେତ୍ ମୁଁ ବଲ୍ କୁ ମାରି ହଜାଇଦେବି।ନିଜେ ଏକ ଝଡ଼ତୋଫାନ ଇନିଂସ ଖେଳିଥିବା ଇଶାନ କିଶନ ଏକ ବିଶେଷ ସାକ୍ଷାତକାରରେ ସାଥୀ ଖେଳାଳି ଶୁଭମାନ ଗିଲ୍ ଙ୍କୁ ଏହା ପ୍ରକାଶ କରିଛନ୍ତି।
ତେବେ ଏଠାରେ ଆମେ କହି ରଖୁଛୁ କି କ୍ରିଶ ଗେଲ,ବିରେନ୍ଦର ସେହୱାଗ ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦ୍ରୁତତମ ଦ୍ୱିଶତକ ହାସଲ କରିବାରେ ଇଶାନ କିଶନ ସର୍ବକନିଷ୍ଠ ଖେଳାଳି ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ବିଷୟରେ ଶୁଭମନ ଗିଲ ତାଙ୍କୁ ସାକ୍ଷାତକାର ଦେଇଛନ୍ତି।ତେବେ ଖେଳ ସମୟରେ ବିରାଟଙ୍କ ସହିତ କଣ ସବୁ କଥା ହେଉଥିଲ ବୋଲି ଶୁଭମନ ଗିଲ ପ୍ରଶ୍ନ କରିଥିଲେ।
ଯେତେବେଳେ ବାଂଲାଦେଶ ବିପକ୍ଷ ତୃତୀୟ ମ୍ୟାଚରେ ଇଶାନ କିଶନଙ୍କୁ ସୁଯୋଗ ମିଳିଲା, ସେ ମ୍ୟାଚ ଆରମ୍ଭ ପୂର୍ବରୁ ମଧ୍ୟ ଅଭ୍ୟାସ ପାଇଁ ପହଞ୍ଚିଥିଲେ ଓ ସେ ନେଟ ରେ ବହୁତ୍ ଅଭ୍ୟାସ କରିଥଲେ।ଇଶାନ କହିଥିଲେ କି ଯେତେବେଳେ ମୁଁ ଦ୍ୱିତୀୟ ଶତକର ନିକଟତର ହୋଇଥିଲି ସେତେବେଳେ ମୋ ମନ କହୁଥିଲା କୁ କେବଳ ଛକା ମାରି ସଙ୍ଗେ ସଙ୍ଗେ ଦ୍ୱିଶତକ ପୂରଣ କରିଦେବି।
ତେଣୁ ମୁଁ ବିରାଟ ଭାଇଙ୍କୁ କହିଥିଲି କି ଭାଇ ମୋତେ ଟିକେ ଗାଳି କରୁଥିବ ସିଙ୍ଗଲ ରନ ପାଇଁ। ନହେଲେ ମୁଁ ବଲକୁ ମାରି ଉଡ଼ାଇ ଦେବି ବୋଲି ସେ କହିଥିଲେ। ଏକଥା ଶୁଣିବା ପରେ ମଧ୍ୟ ବିରାଟ ଭାଇ ନନ୍ ଷ୍ଟ୍ରାଇକ ସାଇଟରୁ ସିଙ୍ଗଲ ନେବାକୁ କହୁଥିଲେ। ତାଙ୍କ କଥା ମାନି କରି ମୁଁ ସିଙ୍ଗଲ ନେଇ ଦ୍ୱିଶତକ ପୁରଣ କରିଥିଲି।