ଅର୍ଚ୍ଚନା ନାଗଙ୍କ ପରି ସ୍ଵାମୀଙ୍କ ସହ ମିଶି ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି ନାମ୍ରା

0

Get real time updates directly on you device, subscribe now.

ବର୍ତ୍ତମାନ ଅର୍ଚ୍ଚନା ନାଗଙ୍କ ପରି ଆଉ ଜଣେ ସୁନ୍ଦରୀ ସାମ୍ନାକୁ ଆସିଛନ୍ତି । ଆଉ ତାଙ୍କ ନାମ ହେଉଛି ନାମ୍ରା । ସେ ୟୁଟ୍ୟୁବରେ ଭିଡିଓ କରିବା ସହ ଇନ୍ଷ୍ଟାଗ୍ରାମରେ ମଧ୍ୟ ଭିଡିଓ କରନ୍ତି । ତାଙ୍କର ଅନେକ ଫୋଲୋର୍ସ ରହିଛନ୍ତି । କିନ୍ତୁ ଏବେ ଅର୍ଚ୍ଚନା ନାଗ ଓ ଜଗା ପରି ସ୍ବାମୀ ସ୍ତ୍ରୀ ମିଶି ଜଣେ ବିଜନେସ ମ୍ୟାନଙ୍କୁ ଠକିଛନ୍ତି । ଯେଉଁଠାରେ କି 80 ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ବିଜନେସ ମ୍ୟାନ ସହ ରାତି କାଟିଲେ ଏବଂ ସ୍ବାମୀ ମଧ୍ୟ ପାଖାପାଖି ରହିଥିଲେ । ଆଉ ସକାଳୁ ଉଠିବା ପରେ କହିଲେ ତୁମ ନାଁରେ ରେପ କେସ ଦେବୁ । ଆଉ ତାପରେ 80 ଲକ୍ଷ ଟଙ୍କା ଲୁଟି ନେଲେ । ଯାହାକୁ ନେଇ ଏବେ ତିନିଦିନ ତଳେ ସୁନ୍ଦରୀ ନାମ୍ରା ଗିରଫ ହୋଇଛନ୍ତି । ତାଙ୍କ ୟୁଟ୍ୟୁବରେ 6 ଲକ୍ଷରୁ ଉର୍ଦ୍ଧ୍ବ ସବସକ୍ରାଇବର୍ ଅଛନ୍ତି । ତା ସହିତ ଇନ୍ଷ୍ଟାଗ୍ରାମରେ ମଧ୍ୟ 2 ଲକ୍ଷରୁ ଉର୍ଦ୍ଧ୍ବ ଫୋଲୋର୍ସ ରହିଛନ୍ତି ।

ସେ ଦେଖିବାକୁ ଯେମିତି ସୁନ୍ଦରୀ, ସେମିତି ଆଖି ଠାଣି ଏବଂ ସେତିକି ପପୂଲାରିଟି ଅଛି । ସେ ଜଣେ ବିଜନେସ ମ୍ୟାନଙ୍କୁ ଠକି 80 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତାଙ୍କ ସ୍ବାମୀଙ୍କ ନାମ ହେଉଛି ବିରାଟ ।

ସେମାନେ ଦୁହେଁ ମିଶି ୟୁଟ୍ୟୁବ ଏବଂ ଇନ୍ଷ୍ଟାଗ୍ରାମରେ ବହୁତ୍ ଫନି ଭିଡିଓ ମଧ୍ୟ ପ୍ରସ୍ତୁତ କରନ୍ତି ଏବଂ ଅପଲୋଡ଼ କରୁଥାନ୍ତି । କିନ୍ତୁ ସୁନ୍ଦରୀ ନାମ୍ରା ଅନ୍ୟମାନଙ୍କୁ ଠକିବାରେ ବି ପଛରେ ନାହାନ୍ତି । ଯେମିତି ଆମ ରାଜ୍ୟରେ ଅର୍ଚ୍ଚନା ଓ ଜଗା କରୁଥିଲେ, ସେମିତି ଏହି ସ୍ବାମୀ ସ୍ତ୍ରୀ ମିଶି ଦିଲ୍ଲୀରେ କଳା କାରନାମା ଚଳାଇଥିଲେ । ଯେଉଁଥିପାଇଁ ଏବେ ସେମାନେ ତିନିଦିନ ତଳେ ଧରାପଡ଼ି ଜେଲ ଯାଇଛନ୍ତି ।

ତେବେ ସେ ସୁନ୍ଦର୍ ଚେହେରାକୁ ବ୍ୟବହାର କରି ବଡ ବଡ଼ିଆଙ୍କୁ ନାମ୍ରା ଏଭଳି ଠକୁଥିଲେ । କିନ୍ତୁ ସେମାନେ ଯେଉଁ ବିଜନେସ ମ୍ୟାନକୁ 80 ଲକ୍ଷ ଟଙ୍କା ଠକିଥିଲେ, ସେ ଏମାନଙ୍କୁ ଛାଡ଼ିଲେନି । ତାଙ୍କୁ ଡରାଯାଇଥିଲା ଏବଂ ଧମକ ଦିଆଯାଇଥିଲା, ତଥାପି ସେ ଅଭିଯୋଗ କଲେ ଏବଂ ପୋଲିସ ନାମ୍ରାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.