ଗଣମାଧ୍ୟମରେ ଗର୍ଜିଥିଲେ । କିନ୍ତୁ ଇଡି ସମ୍ମୁଖରେ ମୁହଁ ଖୋଲୁନାହାନ୍ତି ଅର୍ଚ୍ଚନା ନାଗ । କାହିଁକି ଇଡି ପ୍ରଶ୍ନରେ ଅର୍ଚ୍ଚନା ଚୁପ୍ ଅଛନ୍ତି ସେ ନେଇ ଉଠୁଛି ପ୍ରଶ୍ନ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଯେମିତି ଜାଣିଥିବେ ଯେ ନିକଟରେ ଲେଡ଼ି ବ୍ଲା-କମେ-ଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ନେଇ ତ-ଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଚ୍ଚନାଙ୍କୁ ରିମା-ଣ୍ଡରେ ଆଣି ଜେରା କରୁଥିବା ବେଳେ ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲୁ ନଥିବା ସୂଚନା ମିଳିଛି ।

ତେବେ କାହିଁକି ଅର୍ଚ୍ଚନା ଚୁପ ଅଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଡବଲ ଗେମ ଖେଳୁଛନ୍ତି ଲେଡି ବ୍ଲା-କମେ-ଲର ଅର୍ଚ୍ଚନା । କିଛିଦିନ ତଳେ ଗଣମାଧ୍ୟମ ଆଗରେ ବେଶ୍ ଗର୍ଜିଥିଲେ, ହେଲେ ଇଡି ଆଗରେ ପୂରା ନରମି ଯାଇଛନ୍ତି ଅର୍ଚ୍ଚନା ।  କଳାଧନର କଳା କାହାଣୀ କହିବାକୁ ଅମଙ୍ଗ ହେଉଛନ୍ତି ଅର୍ଚ୍ଚନା ।

ଲେଡି ବ୍ଲା-କମେ-ଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରକୁ ନେଇ ତ-ଦନ୍ତ କରୁଥିବା ଇଡି ଏବେ ଅଡ଼ୁଆରେ । କାରଣ ରିମା-ଣ୍ଡରେ ଥିବା ଅର୍ଚ୍ଚନା ନାଗ ଇଡିକୁ ତଦ-ନ୍ତରେ ସହଯୋଗ କରୁ ନାହାନ୍ତି ।

ସେପଟେ, କୋର୍ଟଙ୍କ ନି-ର୍ଦ୍ଦେଶ ପରେ ଅର୍ଚ୍ଚନାଙ୍କ ଘରେ ରେଡ଼ ସମୟରେ ଯେଉଁ ସବୁ ତଥ୍ୟ ପୋ-ଲିସକୁ ମିଳିଥିଲେ ତାହା ଇଡିକୁ ହସ୍ତାନ୍ତର କରିଛି ଖଣ୍ଡଗିରି ପୋ-ଲିସ୍ । ଅକ୍ଟୋବର ୪ ତାରିଖରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ରେଡ଼ କରିଥିଲା ଇଡି ।

ରେଡ଼ ବେଳେ ଅର୍ଚ୍ଚନାଙ୍କ ୪ଟି ମୋବାଇଲ, ଦୁଇଟି ଟାବଲେଟ, ଗୋଟିଏ ପେନ୍ ଡ୍ରାଇଭ ଓ ଗୋଟିଏ ଲାପଟପ ଜବ-ତ ହୋଇଥିଲା । ଆଉ ଏସବୁ ତଥ୍ୟକୁ ଏବେ କୋର୍ଟ ଅନୁମତି ପରେ ନିଜ ହେପା-ଜାତକୁ ନେଇଛି ଇଡି ।  ସବୁଥିରେ ତଥ୍ୟ ରହିଛି କି ନାହିଁ ତାହା ଏକ୍ସପର୍ଟ ଟିମ ସହାୟତାରେ ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ ।

ସେପଟେ ପୂର୍ବତନ ପୋ-ଲିସ ଡ଼ିଜି କହିଛନ୍ତି ଯେ, “ବଡ଼ ବଡ଼ିଆଙ୍କ ସୁରାକ ପାଇବା ଇଡି ପାଇଁ ଏତେ ସହଜ ହେବ ନାହିଁ । କାରଣ ଅର୍ଚ୍ଚନା ଯଦି କୌଣସି ହାଇପ୍ରୋଫାଇଲଙ୍କ ନାଁ ବି ଇଡି ଆଗରେ କହିବେ ତେବେ ସେଥିପାଇଁ ପ୍ରମାଣ ମଧ୍ୟ ଦେବାକୁ ପଡିବ” ।  ସେପଟେ ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂ ଅର୍ଚ୍ଚନା ତଦ-ନ୍ତକାରୀ ଅଧିକାରୀଙ୍କୁ ସମ୍ପୂର୍ଣ ସହଯୋଗ କରୁଥିବା କଥା କହିଛନ୍ତି ।

ଲେଡି ବ୍ଲା-କମେ-ଲର ଅର୍ଚ୍ଚନା ନାଗଙ୍କ ବେଆ-ଇନ ଆର୍ଥିକ କାରାବର ଲିଙ୍କ ନେଇ ଖୋଳତାଡ଼ ଜାରି ରଖିଛି ଇଡି। ଏଥିପାଇଁ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମା-ଣ୍ଡରେ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ହେଉଛି ରିମା-ଣ୍ଡର ପଞ୍ଚମ ଦିନ । ସୋମବାର ରି-ମାଣ୍ଡ ସରୁଥିବାରୁ ଦ୍ୱିତୀୟ ପର୍ଯାୟ ରି-ମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ସେପଟେ  ସୋମବର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.