ତିନି ପିଲାର ମାଆ 19 ବର୍ଷୀୟ ସାନ ପିଲାକୁ ଭଲପାଇ ବସିଲେ, ସବୁଦିନ ପାଇଁ ନିଜର କରିନେଲେ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ତିନି ପିଲାଙ୍କର ମା ନିଜ ଠାରୁ 19 ବର୍ଷୀୟ ଛୋଟ ଯୁବକଙ୍କୁ ଭଲପାଇ ବସିଲେ । ମହିଳାଙ୍କ ବୟସ 45 ବର୍ଷ ଅଟେ ଏବଂ ଯୁବକଙ୍କ ବୟସ 26 ବର୍ଷ ଅଟେ । ଦୁହିଁଙ୍କ ସମ୍ପର୍କକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ପରିବାର ବିରୋଧ କଲେ, କିନ୍ତୁ ତାପରେ ମଧ୍ୟ ସେମାନେ ଏକାଠି ରହିବାକୁ ଜିଦ୍ କରି ବସିଲେ । ମାମଲା ଥାନାରେ ପହଞ୍ଚିଲା, ଯେଉଁଠାରେ ପୋଲିସ ମହିଳାଙ୍କର ତାଙ୍କ ପ୍ରେମିକ ସହ ବିବାହ କରାଇଦେଲା । ଥାନାରେ ହୋଇଥିବା ଏହି ବିବାହରେ ପୋଲିସ କର୍ମଚାରୀ ହିଁ ବରପକ୍ଷ ଏବଂ କନ୍ୟାପକ୍ଷ ହୋଇଥିଲେ।

ମହିଳାଙ୍କର ଅଛନ୍ତି ତିନୋଟି ପିଲା, ସ୍ବାମୀଙ୍କର ହୋଇଥିଲା ମୃତ୍ୟୁ :-

ମାମଲାଟି ଲକ୍ଷ୍ନୌର ରହିମାବାଦ ଥାନା ଅଞ୍ଚଳର ଅଟେ । ଏଠାରେ ରହୁଥିବା ମହିଳାଙ୍କ ସ୍ବାମୀଙ୍କର 15 ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା । ମହିଳାଙ୍କ ତିନୋଟି ପିଲା ଅଛନ୍ତି । ବଡ ଝିଅ 23 ବର୍ଷ, ଗୋଟେ ପୁଅ 18 ବର୍ଷ ଏବଂ ସବୁଠାରୁ ସାନ ପୁଅ 14 ବର୍ଷର ଅଟେ ।

ଥାନାରେ କରାଗଲା ମହିଳାଙ୍କ ବିବାହ :-

କୁହାଯାଇଛି ଯେ ମହିଳା 26 ବର୍ଷୀୟ ଯୁବକଙ୍କ ବିରୋଧରେ ଯୌନ ଶୋଷଣର ଆରୋପ ଲଗାଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଲେ । ଲଗାତାର ଦୁଇ ତିନି ଦିନ ପର୍ଯ୍ୟନ୍ତ ପଞ୍ଚାୟତ କରାଗଲା । ତାପରେ ଶେଷରେ ରଜାମନ୍ଦି ନେଇ ମହିଳା ଓ ଯୁବକଙ୍କ ବିବାହ କରାଇ ଦିଆଗଲା ।

ପୋଲିସ କର୍ମଚାରୀ ହେଲେ ବରପକ୍ଷ ଏବଂ କନ୍ୟାପକ୍ଷ ଏବଂ ଥାନା ଅଧିକାରୀ ଦେଲେ ଭୋଜି :-

ଥାନାରେ ଥିବା ମନ୍ଦିରରେ ମହିଳାଙ୍କର ତାଙ୍କ ପ୍ରେମିକ ସହିତ ହିନ୍ଦୁ ରୀତିନୀତି ସହ ବିବାହ କରାଗଲା । ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିବାହ ହେଲା । କେବଳ ଏତିକି ନୁହେଁ, ଥାନା ଅଧିକାରୀଙ୍କ ତରଫରୁ ଲୋକଙ୍କୁ ଭୋଜି ମଧ୍ୟ ଦିଆଗଲା ।

ଏଡିସିପି ପଶ୍ଚିମୀ ଜୋନ ଚିରଞ୍ଜିବୀ ନାଥ ସିହ୍ନା କହିଛନ୍ତି ଯେ ମହିଳା ଏବଂ ପୁରୁଷଙ୍କ ସହମତି ଥିଲା । ଦୁହେଁ ପରସ୍ପର ସହ ବିବାହ କରିବାକୁ ଚାହୁଁଥିଲେ । ତେବେ ପ୍ରଥମେ ପରିବାରର ବିରୋଧ ଥିଲା, କିନ୍ତୁ ଥାନାରେ ବସି ପରସ୍ପର ମଧ୍ୟରେ ବୁଝାମଣା ହୋଇଗଲା । ଏହାପରେ ସେମାନଙ୍କର ବିବାହ କରି ଦିଆଗଲା । ଏହି ମାମଲାରେ କୌଣସି ଅଭିଯୋଗ ପଞ୍ଜୀକୃତ ହୋଇନାହିଁ ।

Leave A Reply

Your email address will not be published.