ସୁନ୍ଦରୀ ଅର୍ଚ୍ଚନା ପାଇଁ ଆସିଲା ନୂଆ ଗଦି ଆଉ ତକିଆ । ଇଡି ଅଫିସରେ ରାଣୀ ଅର୍ଚନାଙ୍କ ରହଣୀ ବ୍ୟବସ୍ଥା ପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପ୍ରସ୍ତୁତି ।

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିନକୁ ଦିନ ଅର୍ଚ୍ଚନା ନାଗଙ୍କ ମାମଲାରେ ନୂଆ ନୂଆ ତଥ୍ଯ ଦେଖିବାକୁ ମିଳିଛି । ଇଡି ଏବେ ଅର୍ଚ୍ଚନା ନାଗଙ୍କ ତଦନ୍ତ ଜାରି ରଖିଛି । ଆଉ ଏବେ ଯାହା ଦେଖିବାକୁ ମିଳିଛି ଯେ ଅର୍ଚ୍ଚନା ପାଇଁ ନୂଆ ଗଦି ଏବଂ ତକିଆ କିଣା ହୋଇ ନିଆ ଯାଉଛି

ଆଉ ଏହାର ଭିଜୁଆଲ ଏବେ ଖୁବ୍ ଭାଇରାଲ୍ ହେବା ପାଇଁ ଲାଗୁଛି । ଯେଉଁ ଭିଜୁଆଲରେ ଜଣେ ବାବୁ ଗଦି ତକିଆ ଓ ସପକୁ ନେଉଛନ୍ତି । ଏବଂ ବ୍ୟକ୍ତି ଜଣକ ଏସବୁ ଇଡି କାର୍ଯ୍ୟାଳୟ ଭିତରକୁ ନେଇ ଯାଉଛନ୍ତି । ଏହି ଭିଡିଓକୁ ଦେଖିବା ପରେ ସମସ୍ତେ କହିଛନ୍ତି କି ଏସବୁ ଯାଉଛି ସୁନ୍ଦରୀ ଅର୍ଚ୍ଚନାଙ୍କ ପାଇଁ ।

ଯେ ଦିନ ଥିଲା ହାତୀ ଦାନ୍ତ ପଲଙ୍କରେ ସୋଉଥିଲା ସେ ଏବେ କିଭଳି ଭାବରେ ଏହି ସସ୍ଥା ଗଦିରେ ଶୋଇବ। ଏବେ କେବଳ ସେଠାରେ ସୋଇ ସମୟ ଗଣିବା ସହ ଆଉ ଅନ୍ୟ କିଛି ଉପାୟ ନାହିଁ । ଯେ ଦିନ ଥିଲା ରୂପା ଚାମଚରେ ଖାଉଥିଲା ତାର ଆଜି ଠିକଣା ବଦଳି ଯାଇଛି । କେବେ ଜେଲରେ ତ କେବେ ଇଡି ଅଫିସରେ । ସେଥିପାଇଁ ତାର ଶୋଇବା ପାଇଁ ଆଜି ଗଦି ଏବଂ ତକିଆ ଅଣାଯାଇଛି ।

ବନ୍ଧୁଗଣ ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ । ତାଙ୍କ ନାଗ ପେଡ଼ି ଖୋଲିବା ପାଇଁ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଚ୍ଚନାଙ୍କୁ ଆଜିଠାରୁ ନେଇଛି ଇଡି । ସେଥିପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପ୍ରସ୍ତୁତି ।

ଇଡି କାର୍ଯ୍ୟାଳୟରେ ରହଣୀ ପାଇଁ ଆସିଛି ଗଦି, ତକିଆ ଓ କମ୍ୱଳ । ନୂଆ ଫ୍ୟାନ୍‌ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି । ଅର୍ଚ୍ଚନାଙ୍କ ପାଇଁ ଇଡି କାର୍ଯ୍ୟାଳୟରେ ଏ ସବୁ ବ୍ୟବସ୍ଥା କରାଯାଇଥିବା ଆଲୋଚନା ହେଉଛି । ଅନ୍ୟପଟେ ବ୍ଲାକମେଲିଂ, ହନିଟ୍ରାପ୍‌, ଅର୍ଥ କାରବାର ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା ।

ଅର୍ଥ କାରବାର ମାମଲା ସାମ୍ନାକୁ ଆସିବା ପରେ ଇଡି ତଦନ୍ତ କରିଥିଲା । ଇଡି ପ୍ରଥମେ ଅର୍ଚ୍ଚନାଙ୍କ ବିଜନେସ୍‌ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ କରିଥିଲା । ତା’ପରେ ଶ୍ରଦ୍ଧାଞ୍ଜଳି ସହ ଖଗେଶ୍ୱର, ଡ୍ରାଇଭର ଚନ୍ଦନ, ବ୍ୟବସାୟୀ, ପ୍ରଯୋଜକଙ୍କୁ ଜେରା କରିସାରିଥିଲା ଇଡ଼ି

ସେମାନଙ୍କ ତଥ୍ୟ ଆଧାରରେ ଆଜିଠାରୁ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନିଆ ଯାଇଛି । ତାପୂର୍ବରୁ ମେଡିକାଲ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା ଅର୍ଚ୍ଚନାଙ୍କୁ । ସେପଟେ ଇଡ଼ି ଫାଇଲରେ ଅଭିଯୁକ୍ତ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଆସନ୍ତା ୭ ତାରିଖରେ କୋର୍ଟରେ ହାଜର ହେବ। ତାକୁ ମଧ୍ୟ ରିମାଣ୍ଡରେ ନେଇପାରେ ଇଡ଼ି ।

Leave A Reply

Your email address will not be published.