ବଞ୍ଚି ଥାଉ ଥାଉ ସ୍ତ୍ରୀର ଶୁଦ୍ଧିକ୍ରିୟା କଲେ ସ୍ବାମୀ

0

Get real time updates directly on you device, subscribe now.

ଆପଣ କେବେ ଜୀବିତ ଲୋକର ଶୁଦ୍ଧି-କ୍ରିୟା ହେବା କଥା ଶୁଣିଛନ୍ତି କି ? ଏପରି କିଛି ପରମ୍ପରା ଅଛି କି ? ଆଜ୍ଞା ହଁ, ବଞ୍ଚି ଥାଉ ଥାଉ ସ୍ବାମୀ ନିଜ ସ୍ତ୍ରୀର ଶୁଦ୍ଧି-କ୍ରିୟା କରିଛନ୍ତି ।

ସ୍ବାମୀଙ୍କୁ ଛାଡି ସ୍ତ୍ରୀ ପର ପୁରୁଷର ହାତ ଧରିଲେ । କିନ୍ତୁ ପ୍ରଥମ ସ୍ବାମୀ ଶୁଦ୍ଧି-କ୍ରିୟା ପାଇଁ କାହିଁକି ନିଷ୍ପତ୍ତି ନେଲେ ? ଏହା କୌଣସି କାଳ୍ପନିକ କାହାଣୀ ନୁହେଁ । ଏହା ହେଉଛି ବଲାଙ୍ଗୀର ଉପକଣ୍ଠ କୁରୁଳ ଗାଁର ଘ-ଟଣା ।

ଏଠାରେ ସାଙ୍ଗର ସ୍ତ୍ରୀକୁ ନେଇ ଜଣେ ବ୍ୟକ୍ତି ଫେ-ରାର ହୋଇ ଯାଇଛନ୍ତି । ବର୍ତ୍ତମାନ ଏହି ମାମ-ଲା ଥା-ନାରେ ପହଞ୍ଚିଛି । ତେବେ ବନ୍ଧୁ ସହିତ ସ୍ତ୍ରୀ ଫେ-ରାର ହେବାପରେ ଜୀବିତ ସ୍ତ୍ରୀର ଶୁଦ୍ଧି-କ୍ରିୟା ହେବାକୁ ନେଇ ଚର୍ଚ୍ଚା ଚାଲିଛି ।

କାରଣ ଜଣଙ୍କର ମୃ-ତ୍ୟୁ ପରେ ଯେମିତି ଭୋଜି ଭାତ ଦିଆଯାଏ, ଠିକ୍ ସେମିତି ପରପୁରୁଷ ସହ ଫେ-ରାର ସ୍ତ୍ରୀର ଶୁ-ଦ୍ଧି କରି ଗାଁ ଲୋକଙ୍କୁ ସ୍ବାମୀ ଭୋଜି ଭାତ ଦେଇଛନ୍ତି ।

ସ୍ଵାମୀ ଅକ୍ଷୟ ରାଉତ ଏବଂ ସ୍ତ୍ରୀ ସୁନୀତା ରାଉତ ଦୁଇଟି ସନ୍ତାନର ବାପାମାଆ ଅଟନ୍ତି । ସ୍ତ୍ରୀ ସୁନୀତା କୁଆଡେ ପର-କ୍ରିୟା ପ୍ରେମରେ ବ୍ୟସ୍ତ ରହୁଥିଲେ ଏବଂ ଶେଷରେ ଦୁଇଛୁଆର ମା ନିଜ ସ୍ୱାମୀକୁ ଛାଡି ଅନ୍ୟ ଜଣେ ପୁରୁଷଙ୍କ ସହ ଫେ-ରାର ହୋଇଗଲେ । ଏ କଥା ବି ତାଙ୍କ ସ୍ବାମୀ କହୁଛନ୍ତି । ଏହା ପୂର୍ବରୁ ଥରେ ଫେ-ରାର ହୋଇଯାଇଥିଲେ ଏବଂ ପୁଣି ଫେରି ଆସିଥିଲେ ।

ଏଥର କିନ୍ତୁ ସେ ସ୍ଵାମୀଙ୍କ ସାଙ୍ଗଙ୍କ ସହ ପଳାଇ ଯାଇଛନ୍ତି । ଆଉ ଫେରିବାର ନାଁ ବି ଧରୁନାହାନ୍ତି । ଯେତେବେଳେ ସ୍ତ୍ରୀ ଫେ-ରାର ହୋଇଗଲେ, ସେତେବେଳେ ଜାତିର ନିଷ୍ପତ୍ତି ଅନୁଯାୟୀ କୌଣସି ଆଇ-ନଗତ ଛା-ଡ଼ପ-ତ୍ର ନ ଦେଇ ସ୍ବାମୀ ଶୁ-ଦ୍ଧିକ୍ରି-ୟା କରିଦେଲେ

ଶୁଦ୍ଧିକ୍ରିୟାରେ ହେଉଥିବା ପୂଜାପାଠ ଏବଂ ଭୋଜିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ସ୍ଵାମୀଙ୍କ କହିବା ଅନୁଯାୟୀ, ତାଙ୍କ ସ୍ତ୍ରୀ ଜୀ-ବିତ ଥିଲେ ମଧ୍ୟ ତାଙ୍କ ପରିବାର ପାଇଁ ବର୍ତ୍ତମାନ ତାଙ୍କ ସ୍ତ୍ରୀ ମୃ-ତ ଅଟନ୍ତି ।

Leave A Reply

Your email address will not be published.