ବାହାହେଲା ବହୁତ ଭଲ ପାଇବା ଦେଲା । ହେଲେ ଏବେ ୬ ମାସ ନ ପୂରୁଣୁ କହୁଛି ତୁ ପାଗେଳୀ ଟା…

0

Get real time updates directly on you device, subscribe now.

“ବାହା ହେଲା ବେଳେ ଭଲ ଲାଗୁଥିଲି ହେଲେ ଆଜି ପଗେଳି କହୁଛି । ନୂଆ ନୂଆ କେତେ ଭଲ ପାଉଥିଲା ହେଲେ ଏବେ ଘରୁ ବାହାର କରି ଦେଇଛି । ପରିବାର କଥାରେ ପଡ଼ି ମୋତେ ପାଗେଳି ସଜେଇ ଦେଇଛି । ବାପା ମା ଛେଉଣ୍ଡ ଝିଅକୁ ୫ ଲକ୍ଷ ଡିମାଣ୍ଡ ମାଗୁଛି । ସାତ ଜନ୍ମ ପାଇଁ ହାତ ଧରିଥିଲା । ଆଉ ୭ ମାସ ଭି ହେଇନି ହାତ ଛାଡ଼ି ଦେଇଛି । ମୋ ବାପା ବଉ ମୋତେ ପର କରିଦେଇ ଡକା ଡକି ହୋଇ ମୋ ହାତ ଛାଡ଼ିଦେଇ ଚାଲିଗଲେ ।

ମୋ କଥା ଟିକେ ନଭାବି ମୋତେ ଏତେ ବଡ଼ ଦୁନିଆରେ ଏକା କରି ଚାଲିଗଲେ । ବାପା ବଉ ଗଲାପରେ ତାଙ୍କୁ ଝୁରି ଝୁରି ଏକୁଟିଆ ଦିନ କାଟିଲି । ତାପରେ ମୋ ବଡ଼ ଭଉଣୀ ନିଜ ପାଖରେ ରଖି ମୋ ମାଆ ପରି ମୋର ସବୁ ଯତ୍ନନେଲା ।

ଭଉଣୀ ଭିଣେଇ ମୋ ବାପା ମା ଆଉ ନାହାଁନ୍ତି ବୋଲି କେବେ ଅନୁଭବ କରିବାକୁ ଦେଇ ନାହାନ୍ତି । ଆଉ ଏସବୁ ଭିତରେ ଭଉଣୀ ଭିଣେଇ ମୋ ବାହାଘର ମଧ୍ୟ କରାଇଦେଲେ । କିନ୍ତୁ ଶାଶୁଘର ଲୋକେ ସୈତାନ ବାହାରିଲେ । ସ୍ଵାମୀ ମଧ୍ୟ ଧୋ-କା ଦେଲେ” ।

ଆଜ୍ଞା ହଁ ଦର୍ଷକବନ୍ଧୁ ବାହା ହୋଇକି ଶାଶୁଘରକୁ ଆସିଲା ହେଲେ ସେମାନେ ତାକୁ ପଗେଳୀ ବୋଲି କହି ବାହାର କରିଦେଲେ ବୋଲି ଜଣେ ବାପା ମା ଛେଉଣ୍ଡ ଝିଅ ଅଭି-ଯୋଗ ଆଣିଛି ।

ତେବେ ଏଭଳି ଅଭାବନୀୟ ଘ-ଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥା-ନା ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡ଼ା ମହେଶପୁର ଗାଁରେ । ଡୁମୁକାହାଟ ଗାଁର ସ୍ୱର୍ଗତ ବିଶ୍ଵନାଥ ନାୟକଙ୍କ ଝିଅ ସୋନାଲି ବିନ୍ଦୁ ନାୟକଙ୍କୁ ଚଳିତ ବର୍ଷ ଜୁଲାଇ ମାସରେ ମହେଶପୁର ଗାଁର ସୁବାସ ଚନ୍ଦ୍ର ସାମଲ ବିବାହ କରିଥିଲେ ।

ତେବେ ସୋନାଲି ବିନ୍ଦୁଙ୍କ ବାପା ମା ଉଭୟ କରୋନା ସମୟରେ ମୃ-ତ୍ୟୁବ-ରଣ କରିବା ପରେ ସୋନାଲି ଅତ୍ୟନ୍ତ ମାନସିକ ଚାପରେ ରହୁଥିଲେ । ବାହାଘର ପରେ ସବୁକିଛି ଠିକ୍ ହୋଇଯିବ ଭାବି ସୋନାଲିଙ୍କ ବଡ଼ ଭଉଣୀ ଓ ଭିଣେଇ ତାଙ୍କୁ ବାହା କରେଇ ଦେଇଥିଲେ ।

ବାହାଘରର ମାତ୍ର ମାସକ ପରେ ସୋନାଲିଙ୍କ ମାନସିକତାକୁ ଉପହାସ କରି ତାଙ୍କୁ ପାଗେଳୀ ବୋଲି କହି ଘରୁ ବାହାର କରିଦେଲେ । ଏବେ ବୋହୂର ମାନ୍ୟତା ଦାବିରେ ସୋନାଲି ଡେରାବୀ ଥା-ନାରେ ଅଭି-ଯୋଗ କରିଛନ୍ତି ।

Leave A Reply

Your email address will not be published.