ଆଇପିଏଲ ୨୦୨୩ର ଅକ୍ସନ : ଆଇପିଏଲ ବିଗୁଲ ବାଜିଲା….ଏହି ଦିନ ହେବ ୯୯୧ ଖେଳାଳୀଙ୍କ ନିଲାମ,୧୪ ଦେଶର ଖେଳାଳି ହେବେ ସାମିଲ

0

Get real time updates directly on you device, subscribe now.

ଆଇପିଏଲ ୨୦୨୩ ର ବିଗୁଲ ବାଜିଛି|ଏଥର ମିନି ଅକ୍ସନ ପାଇଁ ୭୧୪ ଭାରତୀୟ ସହ ୯୯୧ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି|ଏହି ନିଲାମ କୋଚିରେ ୨୩ ଡିସେମ୍ବର ଆୟୋଜିତ ହେବ|ଆସନ୍ତା ଆଇପିଏଲ ରେ ଖେଳିବା ପାଇଁ ନିଲାମରେ ଭାରତ ସହ ୧୪ ଦେଶର ଖେଳାଳି ସାମିଲ ହେବେ|

ଏହାର ସୂଚନା ବିସିସିଆଇ ଦେଇଛନ୍ତି|ଏହି ବୟାନରେ ସଚିବ ଜୟ ଶାହା କହିଛନ୍ତି ଯେ ଏଥର ମିନି ଅକ୍ସନରେ ୮୭ ଖେଳାଳୀଙ୍କ ବୋଲି ଲାଗିପାରେ|ଏଥିରେ ୩୦ ବିଦେଶୀ ଖେଳାଳି ରହିଛନ୍ତି|

ଜୟ ଶାହା କହିଛନ୍ତି ,”ଯଦି ଆସନ୍ତା ସିଜନ୍ ରେ ଫ୍ରାଞ୍ଚାଇଜି କୁ ନିଜର ସ୍କ୍ୱାର୍ଡ ରେ ସର୍ବାଧିକ ୨୫ ଖେଳାଳି ରହିବାକୁ ଅନୁମତି ମିଳେ ତେବେ ମିନି ଅକ୍ସନରେ ୮୭ ଖେଳାଳୀଙ୍କ ବୋଲି ଲଗାଯିବ|ଏଥିରେ ୩୦ ବିଦେଶୀ ଖେଳାଳି ରହିବେ|ଏପର୍ଯ୍ୟନ୍ତ ପ୍ରତି ଦଳରେ ସର୍ବାଧିକ ୨୫ ଖେଳାଳି ରହିବାକୁ ଅନୁମତି ରହିଛି|ଏଥିରେ ସର୍ବାଧିକ ୮ ବିଦେଶୀ ରହିପାରିବେ|

ଏହି ମିନି ଅକ୍ସନରେ ୨୭୭ ବିଦେଶୀ ଖେଳାଳି ସାମିଲ ହେବେ|ଏଥିରେ ଅଷ୍ଟ୍ରେଲିଆର ସର୍ବାଧିକ ୫୭ କ୍ରିକେଟର ସାମିଲ ହେବେ|ଦକ୍ଷିଣ ଆଫ୍ରିକାର ୫୨ , ୱଷ୍ଟଇଣ୍ଡିଜ ୩୩, ଇଂଲଣ୍ଡ ୩୧, ନ୍ୟୁଜିଲାଣ୍ଡ ୨୭, ଶ୍ରୀଲଙ୍କା ୨୩, ଆଫଗାନିସ୍ତାନ ୧୪, ଆୟରଲ୍ୟାଣ୍ଡ ୮, ନେଦରଲାଣ୍ଡ ୭, ବାଂଲାଦେଶ ୬,ୟୁଏଇ ୬, ଜିମ୍ବାୱେ ୬,ନାମିବିଆ ୫, ସ୍କଟଲାଣ୍ଡ ୨ ଖେଳାଳି ରହିଛନ୍ତି|

ଏଥିରେ ୧୮୫ (କେପ୍ଡ)ଓ ୭୮୬ ଅନକେପ୍ଡ ଖେଳାଳି ରହିବେ|ଆସେସିଏଟ ଦେଶର ୨୦ ଖେଳାଳି ରହିବେ|ଏଥିରେ ୬୦୪ ଅନକେପ୍ଡ ଭାରତୀୟ ରହିଛନ୍ତି ଯେଉଁଥିରେ ୯୧ ପୂର୍ବରୁ ଆଇପିଏଲ ଅଂଶୀଦାର ହୋଇଛନ୍ତି|

ହାଇଦ୍ରାବାଦ ଅଧିନାୟକ କେନ ଉଇଲିଅମସନ ଓ ନିକୋଲାସ ପୂରନକୁ ଛୁଟି କରିଛି|ଜେସନ ହୋଲ୍ଡରକୁ ଲକ୍ଷ୍ନୌ ଓ ମୟଙ୍କକୁ ପଞ୍ଝାବ କିଙ୍ଗ୍ସ ରିଲିଜ କରିଛି|

ଏହା ପଛରେ ଖରାପ ପ୍ରଦର୍ଶନ ଓ ବହୁ ଦର ମଧ୍ୟ ଥିଲା|ୱଇଲିଅମସନ ଓ ପୂରନକୁ ରିଲିଜ କରିବା ଫଳରେ ସନରାଜର୍ସ ୨୪.୭୫ କୋଟି ଟଙ୍କା ବଞ୍ଚାଇଲା|

Leave A Reply

Your email address will not be published.