ନୁଆଁବର୍ଷ 2023 ରେ ଘଟିବ ଏଭଳି ଅଘଟଣ, ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

ବର୍ତ୍ତମାନ ମନ୍ଦିରମାନଙ୍କରୁ କଳିଯୁଗର ସଙ୍କେତ ମିଳିବାକୁ ଲାଗିଛି । ବଡ ବଡ ମନ୍ଦିରରୁ କଳିଯୁଗ ଧ୍ଵଂସର ଆରମ୍ଭ ହୋଇଗଲାଣି କି ? ଜଗନ୍ନାଥ, କେଦାରନାଥ ଏବଂ ବଦ୍ରିନାଥରୁ ଭୟଙ୍କର ସୂଚନା ଆସୁଛି । ସତରେ କଣ ମନ୍ଦିର ଉଭେଇଯିବ କି ? ଆଜ୍ଞା ହଁ, ପୁରାଣ କହୁଛି କଳିଯୁଗର ଆୟୁଷ ପୁରିଗଲେ ପାପର ଭୟ ବଢିଯିବ ।

ମାଳିକା ଅନୁସାରେ, କେଦାରନାଥ ଏବଂ ବଦ୍ରିନାଥଙ୍କ ଧାମ ଉଭେଇଯିବ । କଳିଯୁଗର ଶେଷ ସମୟ ପାଖେଇ ଆସିବ । ଭାବ, ଭକ୍ତି ତୁଟି ଯିବ ଏବଂ ଭକ୍ତମାନଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ରହିବନି । ଭକ୍ତମାନେ ତାଙ୍କ ଆସ୍ଥା ହରେଇ ବସିବେ ।

ପ୍ରକୃତ ଭକ୍ତମାନେ ବାରମ୍ବାର ଦୁଃଖ ପାଇବେ ଏବଂ ଭଗବାନଙ୍କୁ ଡାକିବାକୁ ଚାହିଁବେ ନାହିଁ । ମାଳିକାରେ ଲେଖାଅଛି ଯେ କଳିଯୁଗରେ ଭଗବାନଙ୍କ ଆଶୀର୍ବାଦ ମିଳିବନାହିଁ ଏବଂ ଚାରିଆଡ଼େ ଭଣ୍ଡବାବାଙ୍କର ଲୀଳା ଦେଖାଯିବ ।

ଭାଗବତରେ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଗଙ୍ଗାମାତା ସ୍ୱର୍ଗକୁ ଫେରିଯିବେ ଏବଂ ମର୍ତ୍ତ୍ୟରୁ ଗଙ୍ଗା ଶୁଖିଯିବ । ମାଳିକାରେ ଯାହା ସବୁ ଲେଖାଯାଇଛି, ସେସବୁ ଆସ୍ତେ ଆସ୍ତେ ସବୁ ଘଟିଚାଲିଛି । ଶ୍ରୀମନ୍ଦିରରୁ ବାରମ୍ବାର ପଥର ଖସୁଛି ଏବଂ ସୁଦର୍ଶନ ଚକ୍ର ବଙ୍କା ହୋଇଯାଇଛି ।

ଏହାସହ ଶ୍ରୀମନ୍ଦିର ବାନାରେ ମଧ୍ୟ ନିଆଁ ଲାଗିଯାଉଛି । ମହାପ୍ରଭୁଙ୍କ ଆଗରେ ବାରମ୍ବାର ରକ୍ତର ଛିଟା ଦେଖିବାକୁ ମିଳୁଛି, କେତେବେଳେ ମନ୍ଦିର ଭିତରେ ତ ଆଉ କେତେବେଳେ ମନ୍ଦିର ବାହାରେ ।

ପୁରାଣ କହୁଛି ଯେ ଶ୍ରୀମନ୍ଦିରରେ ଅଘଟଣ ଘଟିଲେ ଏହା ସାରା ବିଶ୍ଵକୁ ବିପଦ ମାଡି ଆସିବାର ପୂର୍ବ ସଙ୍କେତ ଦେଇଥାଏ । ଆଉ ଏହି ସଙ୍କେତ ଆମକୁ ବାରମ୍ବାର ମହାପ୍ରଭୁ ଦେଖାଇ ଆସୁଛନ୍ତି ।

ଭକ୍ତମାନଙ୍କୁ ସାବଧାନ କରିବାକୁ ମହାପ୍ରଭୁ ଜଗନ୍ନାଥ ପ୍ରୟାସ କରି ଆସୁଛନ୍ତି । କିନ୍ତୁ ସବୁବେଳେ ଅଘଟଣ ଦେଖିବାକୁ ମିଳୁଛି । ସତରେ କଣ କଳିକାଳର ଶେଷ ପର୍ବ ପାଖେଇ ଆସିଲାଣି ?

ମାଳିକାରେ ଲେଖାଅଛି କଳିଯୁଗର ଶେଷ ସମୟରେ ଭୟଙ୍କର କାଣ୍ଡ ଦେଖାଦେବ । କଳିଯୁଗର ଶେଷ ସମୟର ରାଜା ସନାତନ ଧର୍ମର ପ୍ରଚାର ପ୍ରସାର କରିବେ । ଚାରିଆଡ଼େ ସନାତନ ଧର୍ମ ବ୍ୟାପିଯିବ । ମାଳିକା ସତ ହେବ, ବିଶ୍ଵର 90 ପ୍ରତିଶତ ଲୋକ ମୃତ୍ୟୁବରଣ କରିବେ । ସାରା ବିଶ୍ବ ମଶାଣି ଭୂଇଁ ପାଲଟିଯିବ ।

Leave A Reply

Your email address will not be published.