ଶେଷରେ ଇଡି ଜାଲରେ ଫସିଲେ ଡ୍ରାଇଭର ଚନ୍ଦନ ପାତ୍ର । ତେବେ କଣ ଇଡି ପ୍ରଶ୍ନରେ ଚନ୍ଦନ କହୁ କହୁ ସବୁ ସତ କହିଦେବେ କି ?

0

Get real time updates directly on you device, subscribe now.

ଶେଷରେ ଇଡି ଜା-ଲରେ ଫସିଲେ ଡ୍ରାଇଭର ଚନ୍ଦନ ପାତ୍ର । ତେବେ କଣ ଇଡି ପ୍ରଶ୍ନରେ ଚନ୍ଦନ କହୁ କହୁ ସବୁ ସତ କହିଦେବେ କି ?

ଖୁବଶୀଘ୍ର ଖୋଲିବ ଅର୍ଚ୍ଚନା ନାଗର କଳା ସମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମ-ଲାରେ ତ-ଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଇଡିରେ ହାଜର ହୋଇଛନ୍ତି ଖଗେଶ୍ବରଙ୍କ ବ୍ୟବସାୟୀ ସହଯୋଗୀ ଅଭିଳାସ ପ୍ରିୟଦର୍ଶୀ ଓରଫ ଚନ୍ଦନ ପାତ୍ର ।

ଇଡି ହାଜର ହେବା ପାଇଁ ଅଭିଳାସକୁ ସମନ ଜାରି କରିଥିଲା । ଅର୍ଚ୍ଚନା ନାଗ କଳାଧନକୁ ଧଳା କରୁଥିବା ବେଳେ ଏଥିରେ ମିଡିଲମ୍ୟାନ ସାଜି ସହଯୋଗ କରୁଥିଲା ଖଗେଶ୍ବର । ସୁପ୍ରିମ ମୋଟର୍ସ ଥିଲା ଏହାର ମାଧ୍ୟମ । ପୂର୍ବରୁ ଅର୍ଚ୍ଚନା, ଖଗେଶ୍ବର ଏବଂ ଜଗବନ୍ଧୁଙ୍କ ମଧ୍ୟରେ ୩୫ ଲକ୍ଷର କାରବାର ସାମ୍ନାକୁ ଆସିଥିଲା ।

ତେବେ ସୁପ୍ରିମ ମୋଟର୍ସ ସାହାଯ୍ୟରେ ଅର୍ଥ କାରବାର କରୁଥିବା ନେଇ ସ-ନ୍ଦେହ କରିଥିଲା ଇଡି । ଏନେଇ ପ୍ରଥମେ ଖଗେଶ୍ବରକୁ ପଚରାଉଚରା କରିହା ସମୟରେ ସତ ମାନି ନଥିଲା । ତେଣୁ ସହଯୋଗୀ ଚନ୍ଦନକୁ ଏହି ବାବ-ଦରେ ଇଡି ପଚ-ରାଉ-ଚରା କରିବ ବୋଲି ଜଣାପଡିଛି ।

ଇଡି ଏହି ଆର୍ଥିକ କାରବାରର କଳା କହାଣୀ ଖଗେଶ୍ବର ଚିଠା କାଢ଼ିବାକୁ ପ୍ରସ୍ତୁତ ହୋଇଛି ଇଡି । ଏନେଇ କେଉଁମାନେ ଏଠାରେ ଟଙ୍କା ଡିପୋଜିଟ କରୁଥିଲା ? କିଏ କିଏ ଏଠାକୁ ଟଙ୍କା ପକାଉଥିଲା ? କିପରି ଖଗେଶ୍ବର ସମ୍ପର୍କରେ ଆସିଥିଲେ ଅର୍ଚ୍ଚନା ? ଏନେଇ ତ-ଦନ୍ତ କରୁଛି ଇଡି

ତେବେ ବନ୍ଧୁଗଣ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ଚନ୍ଦନ ପାତ୍ର ହେଉଛି ଅର୍ଚନାର ଡ୍ରାଇଭର । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମ-ଲାରେ ତ-ଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମ-ଲାରେ ସମ୍ପୃକ୍ତ ଥିବା ଜଣଙ୍କ ପରେ ଜଣଙ୍କୁ ପଚ-ରାଉ-ଚରା କରୁଛି କେନ୍ଦ୍ରୀୟ ତଦ-ନ୍ତକାରୀ ସଂସ୍ଥା । ତେବେ ସୋମବାର ଚନ୍ଦନଙ୍କୁ ଜେ-ରା କରିଛି ଇଡି ।

ଦ୍ବିତୀୟ ଥର‌ ପାଇଁ ନିଜ ଓକିଲ ସହ ଇଡିରେ ହାଜର ହୋଇଥିଲେ ଚନ୍ଦନ । ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ଓ ଅର୍ଚ୍ଚନାଙ୍କ ଆକାଉଣ୍ଟ ମଧ୍ୟରେ ଅନେକ ଟଙ୍କା କାରବାର ହୋଇଛି‌ । ଯାହାର ସୁରାକ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଟଙ୍କା କେଉଁ ବାବ-ଦରେ କାରବାର ହୋଇଛି ସେନେଇ ରହିଥିବା ତଥ୍ୟ ସହ ଇଡିରେ ପହଞ୍ଚିଛନ୍ତି ଚନ୍ଦନ ।

ତେବେ ଚନ୍ଦନ ହିଁ ଅର୍ଚ୍ଚନାର ଘନିଷ୍ଠ ଥିଲେ । ଯିଏକି ଅର୍ଚ୍ଚନାଙ୍କ ପ୍ରତ୍ୟେକ ଚାଲ ସମ୍ପର୍କରେ ଜାଣିଥିଲେ । ଅର୍ଚ୍ଚନା କୁଆଡେ ଯାଉଥିଲେ, କାହାକୁ ଭେଟୁଥିଲେ, କେଉଁ କେଉଁ ଲୋକଙ୍କୁ ଭେଟି ବ୍ଲା-କମେ-ଲ କରୁଥିଲେ ଓ ଅର୍ଚ୍ଚନାଙ୍କର ଆଉ କେଉଁଠି କେଉଁଠି ସମ୍ପତ୍ତି ରହିଛି ସେନେଇ ତାଙ୍କ ଡ୍ରାଇଭର ସବୁକିଛି ତଥ୍ୟ ଦେଇ ପାରିବେ । ଏସବୁର ଖୋଳତାଡ଼ କରୁଛି ଇଡି । ଏନେଇ ଡ୍ରାଇଭର ଚନ୍ଦନଙ୍କୁ ପଚ-ରାଉ-ଚରା ଜାରି ରଖିଛି ଇଡି । ତେବେ ଚନ୍ଦନ କହୁ କହୁ ସବୁ ସତ ଓଗାଳି ପକାଇବ ବୋଲି ଜଣା ପଡୁଛି ।

Leave A Reply

Your email address will not be published.