ମୋବାଇଲର କ୍ୟାଲେଣ୍ଡର ଯାଇ ଦେଖନ୍ତୁ,ଏହି ମାସର ୧୦ ଦିନ କେଉଁଆଡେ ଗାଏବ ହୋଇଗଲେ ? ଜାଣନ୍ତୁ ରହସ୍ୟ

0

Get real time updates directly on you device, subscribe now.

ଅକ୍ଟୋବର ୧୫୮୨ କ୍ୟାଲେଣ୍ଡର: ହଜାର ହଜାର ବର୍ଷ ପୂର୍ବରୁ ଲୋକଙ୍କୁ ଏହା ଜଣାପଡି ଯାଇଥିଲା ଯେ ବର୍ଷରେ ୩୬୫ ଦିନ,୧୨ ମାସ ଓ ୫୨ ସପ୍ତାହ ହୋଇଥାଏ ଓ ଗୋଟିଏ ସପ୍ତାହରେ ୭ ଦିନ ହୋଇଥାଏ|ସେଥିପାଇଁ ଏହି ହିସାବରେ ଆମେ କ୍ୟାଲେଣ୍ଡର ପ୍ରସ୍ତୁତ କଲୁ|କିନ୍ତୁ ୭୦୦ ବର୍ଷ ପୂର୍ବେ ୧୫୦୦ ଶତାବ୍ଦୀର ୮୨ତମ ବର୍ଷରେ ଅକ୍ଟୋବର ମାସର ୧୦ ଦିନକୁ କ୍ୟାଲେଣ୍ଡରରୁ ଅଚାନକ ଗାଏବ ହୋଇଯିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ|

ଏହା ଏଭଳି ଏକ ରହସ୍ୟମୟ ଥିଲା ଯେ ବହୁ ଲୋକଙ୍କୁ ଭ୍ରମିତ କରୁଥିଲେ ଫଳରେ ଲୋକମାନେ ମାନସିକ ଭାବେ ସ୍ୱୀକାର କରି ପାରୁ ନଥିଲେ|କାରଣ ସେହି ଶତାବ୍ଦୀର ୮୨ ତମ ବର୍ଷ କ୍ୟାଲେଣ୍ଡରରେ ୪ ଅକ୍ଟୋବର ପରେ ଆସନ୍ତା ତାରିଖ ଅଚାନକ ବଦଳାଇ ୧୫ ଅକ୍ଟୋବର କରି ଦିଆଗଲା|ଯଦିଓ ଦୀର୍ଘ ସମୟ ଧରି ଇଣ୍ଟରନେଟରେ ଏହି ପ୍ରଶ୍ନ ବହୁ ଲୋକଙ୍କ ମନରେ ଉଠିଲା କିଛି ଲୋକ ସୋସିଆଲ ମିଡିଆରେ ଭାଇରାଲ କଲେ|

ଟୁଇଟରରେ ଭାଇରାଲ ହେଉଥିବା ଏକ ସେୟାରିଙ୍ଗ ପୋଷ୍ଟରେ ପଚରା ଯାଇଛି ଯାହା ୟୁଜରକୁ ଭାବିବାକୁ ମଜବୁର କରିଛି|ଏଥିରେ ପୋଷ୍ଟ ହୋଇଥିବା ଫଟୋ ତଳେ ଲେଖାଯାଇଅଛି ,”ଆପଣ ମୋବାଇଲରେ କ୍ୟାଲେଣ୍ଡରକୁ ଯାଆନ୍ତୁ ଓ ଅକ୍ଟୋବର ୧୫୮୨ ଦେଖନ୍ତୁ|ଏବେ କେହି କ’ଣ ଅକ୍ଟୋବର ୧୫୮୨ କହିପାରେ?୪ ତାରିଖ ପରେ ୫ ଜାଗାରେ ୧୫ କ’ଣ ପାଇଁ ଲେଖାଯାଏ ?

ଜଣେ ୟୁଜର କହିଲା ଯେ ୧୫୮୨ରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏପରି କ’ଣ ହେଲା ଯେ ସେ ସମୟରେ ଲୋକଙ୍କୁ ସେହି ଦିନର ରେକର୍ଡ ଲିଭାଇବାକୁ ପଡିଲା ? ସୋସିଆଲ ମିଡ଼ିଆ ୟୁଜର୍ସ ସେତେବେଳେ ଭ୍ରମିତ ଥିଲେ ଯେତେବେଳେ ଜଣେ ଆମେରିକୀୟ ଭୈଗଳିକ ଓ ମହାକାଶ ବିଜ୍ଞାନି ନୀଳ ଡିଗ୍ରସେ ଏହି ପୋଷ୍ଟ ସମ୍ପର୍କରେ ବୁଝେଇ ଥିଲେ|

ସେ କହିଲେ ଯେ ୧୫୮୨ ପର୍ଯ୍ୟନ୍ତ ଜୁଲିଅନ କ୍ୟାଲେଣ୍ଡରରେ ପ୍ରତି ୪ ବର୍ଷରେ ଅଧିବର୍ଷ ସହ ପୃଥିବୀର କକ୍ଷରେ ୧୦ ଅତିରିକ୍ତ ଦିନ ଯୋଡି ଥାଏ|ଏଥିପାଇଁ ପୋପ ଗ୍ରୋଗରୀ ସେହି ବର୍ଷର ୧୦ ଦିନକୁ ରଦ୍ଦ କରିଥିଲେ ଓ ନିଜର ନୂଆ ଓ ସୁନ୍ଦର ସଠିକ କ୍ୟାଲେଣ୍ଡର ତିଆରି କରିଥିଲେ ଯେଉଁଥିରେ ୪ ଅକ୍ଟୋବର ପରେ ସିଧା ୧୫ ଅକ୍ଟୋବର ଆସେ|ତାଙ୍କର ଏହି ମତ ବହୁ ୟୁଜରକୁ ଶାନ୍ତ କରିଦେଲା|ଆଶାକରେ ଆପଣଙ୍କୁ ମଧ୍ୟ ସନ୍ତୁଷ୍ଟ କରିଥିବ|

Leave A Reply

Your email address will not be published.