ଗୌତମ ଗମ୍ଭୀରଙ୍କ ଭବିଷ୍ୟବାଣୀ । ଏହି ଖେଳାଳି ହେବେ ଭାରତୀୟ ଦଳର ଭବିଷ୍ୟତରେ ଅଧିନାୟକ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ କ୍ରିକେଟ ସମ୍ବନ୍ଧୀୟ ଏକ ଖବର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ରହିଛି । ତେବେ ଆପଣ ମାନେ ନିହାତି ଜାଣିଥିବେ ଯେ ଭାରତର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ତାଙ୍କ ବିବୃତ୍ତି ପାଇଁ ଅନେକ ସମୟରେ ହେଡଲାଇନରେ ରହିଥାନ୍ତି । ଗମ୍ଭୀର ତାଙ୍କ କଥାରେ ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି । ଏଥର ମଧ୍ୟ ସମାନ ଘଟଣା ଘଟିଛି କାରଣ ଗମ୍ଭୀର ଏପରି ବିବୃତ୍ତି ଦେଇଛନ୍ତି ଯାହା ପ୍ରଶଂସକଙ୍କୁ ଚକିତ କରି ଦେଇଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଗମ୍ଭୀର ମଧ୍ୟ ପୃଥୀ ଶ’ଙ୍କୁ ଭବିଷ୍ୟତର ଟିମ୍ ଇଣ୍ଡିଆର ଅଧିନାୟକ ହୋଇ ପାରନ୍ତି ବୋଲି ବର୍ଣ୍ଣନା କରିଛନ୍ତି । ଗମ୍ଭୀରଙ୍କ ଏହି ବିବୃତ୍ତି ବହୁତ ବଡ ଆଶ୍ଚର୍ଯ୍ୟର କାରଣ । କାହିଁକି କି ନାଁ ପୃଥୀ ଶ’ ବର୍ତ୍ତମାନ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଛନ୍ତି

ସେ ଟିମ୍ ଇଣ୍ଡିଆ ପାଇଁ କେବେ ଖେଳିବେ ତାହା ମଧ୍ୟ ଜଣା ପଡିନାହିଁ । ଏଭଳି ପରିସ୍ଥିତିରେ ପୃଥୀ ଶ’ ଟିମ୍ ଇଣ୍ଡିଆର ଭବିଷ୍ୟତର ଅଧିନାୟକ ହୋଇପାରିବେ ଏବଂ ସେଥିପାଇଁ ପୃଥ୍ବୀ ପୁରାପୁରି ଯୋଗ୍ୟ ବୋଲି ଗମ୍ଭୀର କହିବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ତେବେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗମ୍ଭୀର କହିଛନ୍ତି, “ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ରେ ଅଧିନାୟକତ୍ୱ ପାଇଁ ସ୍ପଷ୍ଟ ଭାବେ ଅଛନ୍ତି । କିନ୍ତୁ ରୋହିତଙ୍କ ପାଇଁ ଏହା ଦୁର୍ଭାଗ୍ୟଜନକ

କାରଣ ମୁଁ ଭାବୁଛି ଯେ ସେ କେବଳ ଗୋଟିଏ ଆଇସିସି ଇଭେଣ୍ଟରେ ଅଧିନାୟକ ହେବେ” । ପୃଥ୍ବୀଙ୍କ ବିଷୟରେ ଅଧିକ ଆଲୋଚନା କରି ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ପୃଥୀଙ୍କୁ ବାଛିବାର କାରଣ ହେଉଛି ମୁଁ ଜାଣେ ଅନେକ ଲୋକ ତାଙ୍କ ଅଫ୍ ଫିଲ୍ଡ କାର୍ଯ୍ୟକଳାପ ବିଷୟରେ କଥାବାର୍ତ୍ତା କରନ୍ତି ।

କିନ୍ତୁ ତାହା କୋଚ୍ ଏବଂ ଚୟନକର୍ତ୍ତାଙ୍କ କାମ । ଖେଳାଳିଙ୍କୁ ସଠିକ୍ ରାସ୍ତାରେ ଆଣିବା ପାଇଁ ମଧ୍ୟ ପୃଥୀ ଶ’ ଜଣେ ଆକ୍ରମଣାତ୍ମକ ଅଧିନାୟକ, ଜଣେ ସଫଳ ଅଧିନାୟକ ହୋଇପାରନ୍ତି କାରଣ ଆପଣ ଦେଖିପାରିବେ ଯେ ସେ ଆକ୍ରୋଶର ସହ ନିଜର ବ୍ୟକ୍ତିଗତ ଖେଳ ଖେଳୁଛନ୍ତି । ଯାହା ବର୍ତମାନ ପାଇଁ ଭରତୀୟ ଟିମ୍ କୁ ଅତ୍ୟନ୍ତ ଜରୁରୀ ।

Leave A Reply

Your email address will not be published.