ଡିସେମ୍ବର 1 ରୁ ଲାଗୁ ହେବାକୁ ଯାଉଛି ଅନେକ ନିୟମ, ଶୀଘ୍ର କରନ୍ତୁ ଯାଞ୍ଚ ନଚେତ….

0

Get real time updates directly on you device, subscribe now.

ସାଧାରଣତଃ ପ୍ରତ୍ୟେକ ମାସ ଆରମ୍ଭରୁ କିଛି ନା କିଛି ନୂଆ ନିୟମ ଲାଗୁ ହୋଇଥାଏ। ସେହିପରି ଡିସେମ୍ବର 1 ତାରିଖରୁ ମଧ୍ୟ ବଦଳିବାକୁ ଯାଉଛି ତଥା ଲାଗୁ ହେବାକୁ ଯାଉଛି ଅନେକ ନିୟମ। ଯାହାଦ୍ୱାରା ଲୋକମାନେ ପ୍ରଭାବିତ ହୋଇପାରନ୍ତି। ସିଏନଜି ଏବଂ ଏଲପିଜି ଦର ଠାରୁ ଆରମ୍ଭ କରି , ଟ୍ରେନର ସମୟ, ପେନସନ ସାର୍ଟିଫିକେଟ, ଏଟିଏମର ନିୟମ ଆଦି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ତେବେ ଆଜି ଆମେ ଆପଣଙ୍କୁ ଲାଗୁ ହୋଇଥିବା ଏପରି 5ଟି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ଆପଣଙ୍କର ନିହାତି ଜରୁରୀ।

ତେବେ ପ୍ରଥମଟି ହେଉଛି ଏଲପିଜି ଗ୍ୟାସ :

ନଭେମ୍ବର ମାସରେ ବ୍ୟବସାୟିକ ଏଲପିଜିରେ ୟୁନିଟ୍ ପିଛା 115 ଟଙ୍କା ମୂଲ୍ୟକୁ ହ୍ରାସ କରାଯାଇଥିଲା। କିନ୍ତୁ ଜୁଲାଇ ମାସଠାରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ। ସେଥିପାଇଁ ଏଥର କମ୍ପାନୀଗୁଡିକ ଘରୋଇ ସିଲିଣ୍ଡର ମୂଲ୍ୟ ହ୍ରାସ କରିପାରନ୍ତି।

-ଟ୍ରେନଗୁଡିକର ଗମନାଗମନ ସମୟ:

କୁହୁଡ଼ି କାରଣରୁ ରେଳବାଇ ପ୍ରତ୍ୟକ ଥର ଟ୍ରେନର ସମୟ ସାରଣୀକୁ ବଦଳାଇଥାଏ। ଯାହାଫଳରେ ନୂଆ ସମୟ ଅନୁଯାୟୀ ଟ୍ରେନକୁ ଚଳାଚଳ କରାଯାଇପାରିବ। ଡିସେମ୍ବର 1ରେ ନୂଆ ସମୟ ଲାଗୁ ହେବ।

-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ କାର୍ଡ:

ଆପଣଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ପଞ୍ଜାବ ବ୍ୟାଙ୍କ ନିଜ ଡେବିଟ୍ କାର୍ଡ ବ୍ୟବହାରୀଙ୍କ ପାଇଁ ଟଙ୍କା ଉଠାଇବା ପ୍ରକ୍ରିୟାରେ ସଂଶୋଧନ କରିଛି। ବର୍ତ୍ତମାନ ମେସିନରେ କାର୍ଡ ଭର୍ତ୍ତି କଲା ପରେ ଆପଣ ନିଜ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଏକ ଓଟିପି ପାଇବେ। ଏହାପରେ ଆପଣ ପିନ ଏବଂ ଓଟିପି ଦେଇ ଟଙ୍କା ଉଠାଇ ପାରିବେ।

-ବ୍ୟାଙ୍କର ଛୁଟି ଦିନ।

ଆରବିଆଇ ର ବ୍ୟାଙ୍କ ଛୁଟି ତାଲିକା ଅନୁସାରେ ଡିସେମ୍ବର ମାସରେ ମୋଟ 13ଟି ଛୁଟି ଦିବସ ରହିବ। ଏହି ଛୁଟି ଦିନରେ ପର୍ବ, ରବିବାର ଏବଂ ଦ୍ବିତୀୟ ବା ଚତୁର୍ଥ ଶନିବାର ମଧ୍ୟ ଅନ୍ତର୍ଭୁକ୍ତ।

-ପେନସନ ଧାରୀଙ୍କର ଲାଇଫ ସାର୍ଟିଫିକେଟ।

ପେନସନଧାରୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ ଜମା କରିବାର ଅନ୍ତିମ ସମୟସୀମା ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ରହିଛି। ତେଣୁ ଯେଉଁମାନେ ଏହି ଅବଧି ମଧ୍ୟରେ ଜମା କରିନଥିବେ ସେମାନଙ୍କର ପେନସନ ଅଟକି ଯାଇପାରେ।

Leave A Reply

Your email address will not be published.