ଜଗନ୍ନାଥ, ବଦ୍ରିନାଥ ଏବଂ କେଦାରନାଥରୁ ମିଳିଲା କଳିଯୁଗ ଅନ୍ତ ହେବାର ସଂକେତ, ମାଳିକା ବଚ୍ଚନ ହେଲା ସତ

0

Get real time updates directly on you device, subscribe now.

ତିନି ନାଥରୁ କଳିଯୁଗ ଶେଷ ହେବାର ମିଳିଛି ସଂକେତ। ଏହି ସଂକେତରୁ ଜଣାପଡୁଛି ଯେ କଳିଯୁଗ ଅନ୍ତ ପାଖେଇଆସିଲାଣି। ବୈଜ୍ଞାନିକଙ୍କ ମତରେ ପୃଥିବୀ ଦିନେ ନା ଦିନେ ଧ୍ଵଂସ ନିଶ୍ଚିତ ହୋଇଯିବ। ତେବେ ସାଧୁସନ୍ଥ ମାନେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ କଳିଯୁଗର ଶେଷରେ ପୃଥିବୀ ବିନାଶ ହୋଇଯିବ।

ତେବେ ତିନି ନାଥରୁ ଯେଉଁସବୁ ସଙ୍କେତ ଏବେ ମିଳିଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ କଳିଯୁଗର ଅନ୍ତ ପାଖେଇ ଆସିଲାଣି । ବୈଜ୍ଞାନିକ ମାନେ ଏହାର ପ୍ରମାଣ ଦେଇ ସାରିଥିବା ବେଳେ ମାଳିକାରେ ମଧ୍ୟ ଏହାକୁ ନେଇ ଉଲ୍ଲେଖ ରହିଛି। ମହାପଣ୍ଡିତ ଅଚ୍ୟୁତାନନ୍ଦ ମଧ୍ୟ ଯାହା ସବୁ ଲେଖିଥିଲେ ତାହା ଏବେ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି।

ଯେପରିକି ଜଗନ୍ନାଥ ମନ୍ଦିରରୁ ପଥର ଖସିବା, ମନ୍ଦିରର ବାନାରେ ନିଆଁ ଲାଗିଯିବା, ମନ୍ଦିର ଚାରିପାଖେ କାଉ ମାନଙ୍କର ବୁଲିବା, ହଠାତ ମହାମାରି ରୋଗ ଆସି ଅନେକ ଲୋକଙ୍କ ଜୀବନ ଚାଲିଯିବା ଆଦି କଳିଯୁଗ ଅନ୍ତର ଗୋଟେ ଗୋଟେ ସଂକେତ ଅଟେ।

କଳିଯୁଗର ଶେଷ ସମୟରେ ଘରେ ଘରେ ଅନେକ ମାରାତ୍ମକ ରୋଗ ଦେଖାଦେବ। ଅନ୍ତ କାଳରେ ଲୋକମାନେ ପରସ୍ପରର ଶତ୍ରୁ ହୋଇଯିବେ। କେହି କାହାକୁ ମାନିବେ ନାହିଁ। ଛୋଟ ଛୋଟ କଥା ହଣାକଟା ଆରମ୍ଭ ହୋଇଯିବ।ଏହାସହ ଭବିଷ୍ୟତକୁ ପରକ୍ରିୟା ପ୍ରୀତିର ସମ୍ପର୍କ ବହୁ ମାତ୍ରାରେ ଦେଖାଯିବ।

ପଵିତ୍ରତାର କୌଣସି ଚିହ୍ନ ଆଉ ଦେଖାଯିବ ନାହିଁ। ଚାରିଆଡେ କେବଳ ଘୃଣା, ହିଂସା, ମରଣାତ୍ମକ ଦୃଶ୍ୟ ଦେଖିବାକୁ ମିଳିବ। କାହାର ମନରେ ଆଉ ଭଗବାନଙ୍କ ପ୍ରତି ଭକ୍ତିଭାବ ରହିବ ନାହିଁ। କେହି ମଧ୍ୟ ମନ୍ଦିର ଯିବାକୁ ଆଉ ପସନ୍ଦ କରିବେ ନାହିଁ। ଏହାସହ ଆହୁରି ଅନେକ ଭବିଷ୍ୟବାଣୀ ରହିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।

ଯେପରିକି ବ୍ରାହ୍ମଣମାନେ ନିଜ ଧର୍ମ ଏବଂ ପଦପୀ ର ସମ୍ମାନ ରଖିବେ ନାହିଁ। ମଦମାଂସ ଖାଇବା ସହ ନିଜର ପୂଜା ଧର୍ମକୁ ଭୁଲିଯିବେ। କଳିଯୁଗର ଅନ୍ତ ସମୟ ବେଳେ ପୃଥିବୀରୁ 90 ପ୍ରତିଶତ ଲୋକ ମୃତ୍ୟୁ ବରଣ କରିବେ। ଆଉ ଯେଉଁ ଲୋକମାନେ ବଂଚିରହିଥିବେ ସେମାନେ ବିଶ୍ୱରେ ସନାତନ ଧର୍ମର ପ୍ରଚାର କରି ଭଗବାନଙ୍କୁ ପୁଜିବା ପାଇଁ ନିର୍ଦେଶ ଦେବେ।

Leave A Reply

Your email address will not be published.