ଜାଣନ୍ତୁ ଭାରତରେ ଶୀତଦିନେ ବିବାହ କରିବାର ଫାଇଦା କଣ ରହିଛି

0

Get real time updates directly on you device, subscribe now.

ଭାରତରେ ଖରାଦିନେ ଏବଂ ଶୀତଦିନେ ଉଭୟ ଋତୁରେ ବିବାହ ହୋଇଥାଏ । କିନ୍ତୁ ଶୀତଦିନେ ଅଧିକ ବିବାହ ପ୍ଲାନ ଥାଏ ଏବଂ ବିଶେଷକରି ନଭେମ୍ବର ମାସରୁ ଫେବୃଆରୀ ମାସ ମଧ୍ୟରେ ଅଧିକ ବିବାହ ପ୍ଲାନ୍ ରହିଥାଏ । ତେବେ ଚାଲନ୍ତୁ ଜାଣିବା ପ୍ରକୃତରେ ଶୀତଦିନେ ବିବାହ କରିବାର ଫାଇଦା ବା ଲାଭ କଣ ରହିଥାଏ ।

ଖରାଦିନ ଏବଂ ବର୍ଷାଦିନ ଅପେକ୍ଷା ଶୀତଦିନେ ବିବାହ କଲେ ଲୋକଙ୍କର ଟିକେ ଚିନ୍ତା କମିଯାଏ । ଲୋକମାନେ ଶୀତଦିନ ଅପେକ୍ଷା ଖରାଦିନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେହିପରି ବର୍ଷାଦିନେ କେତେବେଳେ ଯେ ବର୍ଷା ହେଇଯାଏ ତାର ଠିକଣା ନଥାଏ

ଅଧିକ ଗରମରେ ଅଧିକାଂଶ ଲୋକ ବାହାରକୁ ଯିବାକୁ ଇଚ୍ଛା କରନ୍ତି ନାହିଁ । ତେଣୁ ଖରାଦିନେ ବିବାହ କଲେ ଅନେକ ସମସ୍ୟା ରହିଥାଏ । ଯେହେତୁ ଶୀତଦିନେ ଏସବୁ ସମସ୍ୟା ନଥାଏ, ତେଣୁ ଏହି ସମୟରେ ବିବାହ ପ୍ଲାନ୍ ସହଜରେ କରାଯାଇଥାଏ ।

ଶୀତଦିନେ ବିବାହ କରିବାର ସବୁଠାରୁ ବଡ ଫାଇଦା ଏହା ଯେ ଲୋକଙ୍କୁ ଅଧିକ ଗରମରୁ ଏବଂ ଝାଳରୁ ମୁକ୍ତି ମିଳିଥାଏ । ନଚେତ୍ ଆପଣ ଦେଖିଥିବେ କି ଖରାଦିନେ ବାହାଘର ବେଳେ ବର୍ ସହ ପୁରା ବରଯାତ୍ରୀ ଝାଳରେ ଦେଖାଯାଆନ୍ତି ।

ଅନେକ ଲୋକଙ୍କ ଦେହ ଖରାପ୍ ହୋଇଯାଏ ଏବଂ ସବୁ ମଜା ପାଣିରେ ଭାସିଯାଏ । ଶୀତଦିନେ ମଣିଷକୁ ଫ୍ରେସ ଲାଗିଥାଏ ଏବଂ ଏହି ସମୟରେ ଡାନ୍ସ କଲେ ଦେହ ଗରମ ମଧ୍ୟ ହୁଏ । ତେଣୁ ଶୀତଦିନେ ଲୋକମାନେ ବାହାଘରରେ ଫୁଲ ଏଞ୍ଜୟ୍ କରନ୍ତି ।

ଶୀତଦିନେ ଆପଣଙ୍କୁ ଇଣ୍ଡୋର ଏବଂ ଆଉଡୋର୍ ଉଭୟ ଅପ୍ସନ୍ ମିଳିଯାଏ, ଅର୍ଥାତ୍ ଆପଣ ବିବାହ ପାଇଁ ଏକ ଲନ୍ ବାଲା ଡେଷ୍ଟିନେଶନ ବୁକ୍ କରିପାରିବେ । ଆପଣଙ୍କ ଗେଷ୍ଟ ବାହାରେ ଏବଂ ଭିତରେ ଉଭୟ ଜାଗାରେ ଆରାମରେ ରହିପାରିବେ । ଏହାସହିତ ଶୀତଦିନେ ଖରା ବହୁତ୍ ଭଲ ଲାଗେ ଏବଂ ଏହି ମଜା ଖରାଦିନେ ମିଳେ ନାହିଁ ।

ଏହା ବ୍ୟତୀତ ଖରାଦିନେ ଅତିଥିମାନଙ୍କ ପାଇଁ ଯେପରି ଗରମରୁ ରକ୍ଷା ପାଇବେ, ସେଥିପାଇଁ ଫ୍ୟାନ ଏବଂ ଏସିର ସୁବିଧାକୁ ବିଶେଷ ଧ୍ୟାନ ଦିଆଯାଏ । କିନ୍ତୁ ଶୀତଦିନେ ଏହି ସମସ୍ୟା ନଥାଏ । ଏହି ସମୟରେ ମଣିଷ ଫ୍ୟାନ ଏବଂ ଏସିଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଏହାବ୍ୟତୀତ ଏହି ଜିନିଷକୁ ନେଇ ବରଯାତ୍ରୀଙ୍କ ପାଖରୁ ନିନ୍ଦା ମଧ୍ୟ ଶୁଣିବାକୁ ପଡେନାହିଁ ।

ଗରମ ଦିନେ ପ୍ରଥମତଃ ଝାଳ ବାହାରେ ଏବଂ ତା ଉପରେ ମେକଅପକୁ ବଞ୍ଚାଇବା ପାଇଁ ଚେଷ୍ଟା ଲାଗିରହେ । ସେହିପରି ଅଧିକ୍ ଗରମ ହେଲେ ମେକଅପ୍ ଫିକା ପଡ଼ିଯାଏ ଏବଂ ଫଟୋ ମଧ୍ୟ ଯେତିକି ଭଲ ଆସିବା କଥା ସେତେ ଭଲ ଆସେ ନାହିଁ । କିନ୍ତୁ ଶୀତଦିନେ ଏଥିରୁ ରକ୍ଷା ମିଳେ, ମେକଅପ୍ ଖରାପ ହୁଏନାହିଁ ଏବଂ ଆପଣ ଫ୍ରେସ ଫିଲ କରନ୍ତି । ତେଣୁ ଏହି ସମୟରେ ବିବାହ କଲେ ଆପଣଙ୍କ ଫଟୋ ମଧ୍ୟ ବହୁତ୍ ଭଲ ଆସିଥାଏ ।

Leave A Reply

Your email address will not be published.