ସୈତାନ୍ ବୋହୂକୁ ଗୁଡ଼ାଉଛି ଶାଶୁର ଆତ୍ମା ।

0

Get real time updates directly on you device, subscribe now.

ଜଣେ ବ୍ୟକ୍ତି ସମାଜରେ ନିଜକୁ ଯେତେ ଭଲ ଦେଖାଇ ହେଲେ ମଧ୍ୟ ସମୟ ଆସିଲେ ତାର ଅସଲି ରୂପ ସମସ୍ତଙ୍କ ସାମ୍ନାକୁ ଚାଲି ଆସେ। କାରଣ ମଣିଷ ଏବେ ଧିରେ ଧିରେ ନିଜର ମାନବିକତାକୁ ଭୁଲି ଗଲାଣି।

ଛୋଟ ଛୋଟ କଥାରେ ଝ-ଗଡା କରି ମାମ-ଲା ହ-ତ୍ୟା ଉପରକୁ ମଧ୍ୟ ଚାଲିଯାଉଛି। ନିର୍ଦ-ୟତାର କୌଣସି ସୀମା ଆଉ ରହୁନାହିଁ। ସ୍ୱାର୍ଥପର ମନୋଭାବ ଯୋଗୁଁ ମଣିଷକୁ ମଣିଷ ଘୃଣା କରିବାକୁ ପଛାଉନାହାନ୍ତି । ଏପରି ଅମାନବୀୟ କାର୍ଯ୍ୟ ନିଜର ପରିବାର ସଦସ୍ୟଙ୍କ ସହ ମଧ୍ୟ ଲୋକମାନେ କରୁଛନ୍ତି।

ତେବେ ଏହିପରି ଏକ ଅମା-ନବୀୟ ଘ-ଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥା-ନା ହରିହରପୁର ଗାଁରେ। ଏଠାରେ ଜଣେ ଅସୁସ୍ଥ ଶାଶୁଙ୍କୁ ଘରେ ପୂରାଇ ଦେଲାନି ବୋହୂ। ମେଡିକାଲରୁ ଫେରି ଘର ବାହାରେ ହିଁ ଚାଲିଗଲା ଶାଶୁଙ୍କ ଜୀବନ।

ତେବେ ଶାଶୁଙ୍କ ଜୀବନ ଚାଲିଯିବା ପରେ ମଧ୍ୟ କଠୋର ବୋହୂର ତରଳିଲାନି ହୃଦୟ। ଏପରିକି ପ୍ରାୟ 18 ଘଣ୍ଟା ଧରି ବୃଦ୍ଧାଙ୍କ ମୃ-ତଦେହ ଦାଣ୍ଡ ଦୁଆରେ ପଡ଼ିରହିଲା ତଥାପି ବୋହୁ ଘରର କବାଟ ଖୋଲିଲା ନାହିଁ। ତେବେ ମୃତ-କଙ୍କ ନାମ ମୀନା କୁମାରୀ ନାୟକ।

ତେବେ ସମ୍ପୁର୍ଣ୍ଣ ଘ-ଟଣା ଅନୁସାରେ ଅସୁସ୍ଥତା କାରଣରୁ ମୀନା ନିଜ ପୁଅ ନିରଞ୍ଜନଙ୍କ ସହ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଯାଇଥିଲେ। ଭୁବନେଶ୍ୱରରେ ପ୍ରାୟ ଏକ ସପ୍ତାହ ରହି ଚିକିତ୍ସିତ ହେବା ପରେ ମୀନା ଘରକୁ ଫେରିଥିଲେ। କିନ୍ତୁ ବୋହୁଟି ଘର ବାହାରେ ନିଜ ସ୍ୱାମୀ ଏବଂ ଶାଶୁଙ୍କୁ ଦେଖି ଘରର କବାଟ ଖୋଲିଲେ ନାହିଁ।

ତେବେ ରାତିସାରା ପୁଅ ପାଖରେ ଅସୁସ୍ଥ ମାଆ ଅସହ୍ୟ ଶୀତ ଏବଂ କାକରରେ ପଡିରହିବା କାରଣରୁ ସକାଳୁ ସକାଳୁ ମାଆର ମୃ-ତ୍ୟୁ ହୋଇଯାଇଥିଲା। ଏହାପରେ ମଧ୍ୟ ଘରର କବାଟ ଖୋଲି ନ ଥିଲେ ନି-ର୍ଦ୍ଦୟ ବୋହୂ। ଗାଁ ଲୋକ ବୋହୁଟିକୁ ଯେତେ ବୁଝେଇଲେ ମଧ୍ୟ ବୋହୁଟି ବୁଝିନଥିଲା। ଏହାସହ ଶବଟି ପ୍ରାୟ 18 ଘଣ୍ଟା ଧରି ପଡିରହିଥିବାରୁ ଶ-ବରୁ ଗ-ନ୍ଧ ବାହାରିବା ମଧ୍ୟ ଆରମ୍ଭ ହୋଇଯାଇଥିଲା।

ସେଥିପାଇଁ ଲୋକମାନେ ପୋ-ଲିସ କୁ ଡାକିଥିଲେ। ପୋ-ଲିସ ଆସି ବୋହୂକୁ ବୁଝାଇବା ସହ ଗାଁ ଲୋକଙ୍କ ସହାୟତାରେ ଶ-ବ ଦା-ହ ମଧ୍ୟ କରାଇଥିଲା।

ତେବେ ଗାଁ ଲୋକଙ୍କ କହିବା ଅନୁସାରେ ଏହି ପରିବାରରେ ପୂର୍ବରୁ ଝ-ଗଡା ଲାଗି ରହୁଥିବା ବେଳେ ମାଆ-ପୁଅ ବାହାରେ ଭଡ଼ାଘରେ ରହୁଥିଲେ। ନିଜ ଘରେ ଜୀବନର ଶେଷ ନି-ଶ୍ୱାସ ତ୍ୟା-ଗ କରିବାକୁ ବୃଦ୍ଧାଜଣକ ଇଚ୍ଛା ରଖିଥିଲେ ମଧ୍ୟ ତାହା ପୂରଣ ହୋଇପାରିଲା ନାହିଁ।

Leave A Reply

Your email address will not be published.