ଶ୍ୱଶୁର ବଞ୍ଚି ଥାଉ ଥାଉ ଶାଶୂକୁ ବିଧବା କଲା ବୋହୂ,ଭାଙ୍ଗିଦେଲା ଶଙ୍ଖା, ପୋଛିଦେଲା ସିନ୍ଦୂର

0

Get real time updates directly on you device, subscribe now.

ଶ୍ୱଶୁର ବଞ୍ଚି ଥାଉ ଥାଉ ଶାଶୁକୁ ବିଧବା କଲା ସଇତାନ ବୋହୂ|ଶାଶୁର ମଥାରୁ ପୋଛିଲା ସିନ୍ଦୂର ଓ ଭାଙ୍ଗିଲା ଶଙ୍ଖା|ଆଉ ଏଥିରେ ସାହାଯ୍ୟ କଲା ଜନ୍ମକଲା ପୁଅ|ମାକୁ ବିଧବା ସଜାଇବାରେ ପୁଅର ବି ହାତ ଥିଲା|ବାପ ବଞ୍ଚି ଥାଉ ଥାଉ ମାଆକୁ ବିଧବା କଲା ପୁଅ|ଏବେ ନ୍ୟା-ୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବୃଦ୍ଧା|ମଥାରୁ ସିନ୍ଦୂର ଓ ହାତରୁ ଶଙ୍ଖା ଭାଙ୍ଗି ଘରୁ ତଡିଦେଲେ ସ୍ୱାମୀ ଦୁଇ ପୁଅ ଓ ଦୁଇ ବୋହୂ|

ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଭୁବନ ଥା-ନା ଅନ୍ତର୍ଗତ କୁନିଦା ଗ୍ରାମରେ|କୁନିଦା ଗ୍ରାମର ପୁରଷୋତ୍ତମ ସାହୁ ସ୍ତ୍ରୀ ଗୋଲାପ ସାହୁ ଦୁଇ ପୁଅ ,ବୋହୂକୁ ନେଇ ଚାଲିଥିଲା ହସଖୁସିର ସୁନା ସଂସାର|କୈଣସି କାରଣରୁ ଆଜିକୁ ଆଠମାସ ତଳେ ସ୍ୱାମୀ ସ୍ତ୍ରୀ ଓ ପୁଅ ବୋହୂ ମଧ୍ୟରେ ଝ-ଗଡା ହୋଇଥିଲା|

ସେହିଦିନଠାରୁ ସ୍ୱାମୀ ଓ ପୁଅ ବୋହୂଙ୍କ ଠାରୁ ଅଲଗା ରହୁଥିଲେ ଗୋଲାପ|ବୃଦ୍ଧା ଶାଶୁଙ୍କୁ ବିଭିନ୍ନ ଆଳ ଦେଖାଇ ନିର୍ଯ୍ୟା-ତନା ଦେଉଥିଲେ ବୋହୂମାନେ|ଚଳିତ ମାସରେ ସ୍ୱାମୀ ପୁଅ ବୋହୁଙ୍କ ନିର୍ଯ୍ୟା-ତନା ସହିନପାରି ସେ ଭୁବନ ଥାନାର ଦ୍ୱାରସ୍ଥ ହୋଇଥିଲେ|ଥାନା ପକ୍ଷରୁ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା|

କିନ୍ତୁ ଗତକାଲି ଦିନ ୩ଟା ସମୟରେ ଝ-ଗଡା ଉଗ୍ରରୂପ ନେଇଥିଲା|ସ୍ୱାମୀ ପୁଅ ବୋହୂ ବୃଦ୍ଧାକୁ ମା-ଡ ମା-ରି ଲୁଗାପଟା ଚିରିଦେବା ସହିତ ମା-ଡ ମା-ରି ସିନ୍ଦୁର ପୋଛି ଶଙ୍ଖା ଭାଙ୍ଗି ମା-ଡ ମା-ରି ଘରୁ ତଡ଼ି ଦେଇଥିଲେ|

ଏହାକୁ ନେଇ ଗ୍ରାମର ସରପଞ୍ଚ, ସ୍ଥାନୀୟ ସଭାପତି ଓ ଜାତି ପଞ୍ଚାୟତ ଓ ବିଶିଷ୍ଟ ଲୋକଙ୍କୁ ନେଇ ଏକ ଆଲୋଚନା ହୋଇଥିଲା|ଆଲୋଚନାରେ ସ୍ୱାମୀ ପୁଅ ବୋହୁ ଯୋଗ ଦେଇନଥିବା ଗ୍ରାମବାସୀ କହିଛନ୍ତି|ଏହାପରେ ସେ ଭୁବନ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି|

Leave A Reply

Your email address will not be published.