ଦୀର୍ଘ ୮ ଘଣ୍ଟା ପରେ ଖୋଲିଲା ଅମୀୟଙ୍କ ଗୁମର,ଆଉ ମାନିଲେ ଯେ ୭ ଲକ୍ଷ ଟଙ୍କା ….

0

Get real time updates directly on you device, subscribe now.

ବ୍ଲାକମେଲର ଅର୍ଚ୍ଚନା ନାଗ ଘଟ-ଣାରେ ବ୍ୟବସାୟୀ ଅମୀୟ ଦାସଙ୍କୁ ମଧ୍ୟ ଇଡି ପକ୍ଷରୁ ଜେରା କରାଯାଇଥିଲା। ପ୍ରାୟ 8 ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ଅମୀୟ ଦାସ। ଶୁଣିବାକୁ ମିଳୁଛି ଯେ ଅର୍ଚ୍ଚନା ନାଗଙ୍କୁ ଦେଇଥିଲେ ପ୍ରାୟ 7ଲକ୍ଷ ଟଙ୍କା।

ତେବେ ଏହି ଟଙ୍କା ଜଗବନ୍ଧୁଙ୍କ ଦେହ ଅସୁସ୍ଥ ଥିବା ସମୟରେ ଅର୍ଚ୍ଚନା ଅମୀୟଙ୍କୁ ମାଗିଥିଲେ । 2 ଟି ପର୍ଯ୍ୟାୟରେ ଏହି ଟଙ୍କା ଅମୀୟ ଦେଇଥିଲେ। ସମସ୍ତ ଟଙ୍କା ଚେକ୍ ଆକାରରେ ଦିଆଯାଇଥିଲା। ତେବେ ଅମୀୟଙ୍କ କହିବା ଅନୁସାରେ ସେ ଜଣେ ସ୍ୱେଚ୍ଛାସେବୀ ହୋଇଥିବାରୁ ଦେହ ଅସୁସ୍ଥ କଥା ଶୁଣି ସେ ମାନବିକତା ଦୃଷ୍ଟିକୋଣରୁ ଟଙ୍କା ଦେଇଦେଲେ।

ତେବେ ଅମୀୟଙ୍କ ଏପରି କଥା ଇଡିକୁ ଜମା ହଜମ ହୋଇନାହିଁ। କାରଣ ଫେସବୁକରେ ଜଣେ ଅଜଣା ବ୍ୟକ୍ତି ସହ ପରିଚୟ ହେବା ସଙ୍ଗେ ସଙ୍ଗେ ଏତେଗୁଡିଏ ଟଙ୍କା ଜଣେ ବ୍ୟକ୍ତି କିପରି ଦେଇପାରିବ। ଏହାକୁ ନେଇ ଏବେ ଆହୁରି ଅନେକ ପ୍ରଶ୍ନ ଉଠିଛି।

ତେବେ ଅମୀୟଙ୍କର ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ଲିଙ୍କ ଦେଖି ଇଡି ଅମୀୟଙ୍କୁ ନୋଟିସ ଜା-ରି କରିଥିଲା। ନୋଟିସ ହେବା ପରେ ଅମୀୟ ସିଧାସଳଖ ଇଡି ଅଫିସରେ ହାଜର ହୋଇଥିଲେ। ଏହାପରେ ଟଙ୍କା କାରବାରକୁ ନେଇ ତାଙ୍କୁ ଇଡି ଅନେକ ପ୍ରଶ୍ନ ପଚାରିଥିଲା। ଏହାପରେ ଆମୀୟ ବିନା କୌଣସି ଯୁ-କ୍ତିତ-ର୍କରେ ସିଧାସଳଖ ସବୁ କଥା ସ୍ଵୀକାର କରିଥିଲେ।

ଅମୀୟ ଏହା ମଧ୍ୟ କହିଛନ୍ତି ଯେ ସେ ଅର୍ଚ୍ଚନାଙ୍କୁ ବହୁଦିନ ଧରି ଜାଣିଥିଲେ। ସେଥିପାଇଁ ସେ ଏତେଗୁଡିଏ ଟଙ୍କା ଦେବା ଆଗରୁ ଦ୍ଵିଧା ପ୍ରକାଶ କରିନଥିଲେ।ତେବେ ଅମୀୟଙ୍କୁ ଜେ-ରା କରିବା ସହ ଇଡି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା ଏବଂ ଖଗେଶ୍ୱରଙ୍କୁ ମଧ୍ୟ ଜେ-ରା କରିଥିଲା।

ତେବେ ଜେ-ରା ବେଳେ ଯେଉଁଲୋକମାନଙ୍କର ନାମ ସାମ୍ନାକୁ ଆସିଛି ସେମାନଙ୍କୁ ମଧ୍ୟ ଇଡି ନୋଟିସ ପଠାଇବ ବୋଲି ଶୁଣିବାକୁ ମିଳିଛି। ତେବେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଶ୍ରଦ୍ଧାଞ୍ଜଳୀ ଇଡି କାର୍ଯ୍ୟାଳୟକୁ ଆସିବା ପୂର୍ବରୁ ହାଇକୋର୍ଟରେ ଆଗୁଆ ଜା-ମିନ୍ ଆବେଦନ କରିଦେଇଛନ୍ତି।

Leave A Reply

Your email address will not be published.