କୋର୍ଟ ବାହାରେ ପରିବାର ଲୋକଙ୍କୁ ଦେଖି କାନ୍ଦି ପକାଇଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ ର ଅଭିଯୁକ୍ତ ଖଗେଶ୍ବର।

0

Get real time updates directly on you device, subscribe now.

ସମାଜ ମନୁଷ୍ୟ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ଲୋକଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।

ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ଭୁବନେଶ୍ୱର ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ିଆ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କମାଇଥିଲେ କୋଟି କୋଟି ଟଙ୍କା।ତାଙ୍କୁ ଏହି କାମ ରେ ସହଯୋଗ କରିଥିଲେ ଅର୍ଚ୍ଚନା ଙ୍କ ପୁରୁଣା ପ୍ରେମିକ ଖଗେଶ୍ବର ପାତ୍ର।କିନ୍ତୁ ଜଣେ ଯୁବତୀ ଙ୍କ ଅଭିଯୋଗ କ୍ରମେ ଏହି ତିନି ଜଣ ଙ୍କୁ ଗିରଫ କରିଥିଲା ପୋଲିସ।

ଏହା ପରେ ଏହି କେସ ଟି ଇଡି ହାତକୁ ଯାଇଥିଲା ଓ ଇଡି ଏହାକୁ ଜେରା କରୁଛି।ଇଡି ଖଗା ବା ଖଗେଶ୍ବର ପାତ୍ର ଙ୍କୁ ଜେରା କରି କିଛି ନେତା, ବ୍ୟବସାୟୀ, ବିଲଡର ଓ ପ୍ରୋଜଯୋକ ଏକା ସାଙ୍ଗରେ ବାର ଜଣଙ୍କୁ ନୋଟିସ କରିଛି।ଯେଉଁମାନେ ଖୁବ୍ ଶୀଘ୍ର ଇଡି ରେ ହାଜର ହେବେ।ତେବେ ଖଗା ପାଖରେ ଆଉ କିଛି ତଥ୍ୟ ଅଛି ଯାହା ପାଇଁ ତାକୁ ଆଉ କିଛି ଦିନ ରିମାଣ୍ଡ ରେ ନିଆଯିବାର ଆବଶ୍ୟକତା ଥିଲା।

ସେଥିପାଇଁ ଇଡି ଆଉ ତିନି ଦିନ ପାଇଁ ଖଗେଶ୍ବର ଙ୍କୁ ରିମାଣ୍ଡ ନେଇଛି ଯେଉଁଥିରୁ ଆଉ କିଛି ତଥ୍ୟ ମିଳିବାର ଆଶା କରାଯାଉଛି।ତେବେ ଖଗା କୁ ଯେତେବେଳ କୋର୍ଟ ପରିସର ରେ ସୁରକ୍ଷା ବଳୟ ମଧ୍ୟରେ ଗାଡ଼ି ଭିତରକୁ ନିଆଯାଉଥିଲା ସେତେବେଳେ କୋର୍ଟ ବାହାରେ ସେ ତାର ପରିବାର କୁ ଦେଖିଥିଲା।ଦେଖିବା ମାତ୍ରେ ସେ କାନ୍ଦି ପକାଇଥିଲା।ତାକୁ ଦେଖି ପରିବାର ଲୋକ ମଧ୍ୟ କାନ୍ଦି ପକାଇଥିଲେ।ଆପଣଙ୍କୁ କହି ରଖୁଛୁ ଯେ ଖଗା ର ସ୍ବାସ୍ଥ୍ୟ ଅବସ୍ଥା କାଳେ ଟିକେ ଖରାପ ଥିଲା ।

କୋର୍ଟ କୁ ଆଣିବ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ରୁ ଜଣେ ମହିଳା ଡାକ୍ତର ଇଡି କାର୍ଯ୍ୟାଳୟ କୁ ଆସି ଖଗାକୁ ଯାଞ୍ଚ କରିଥିଲେ।ଏହାପରେ ତାକୁ କୋର୍ଟ ରେ ହାଜର କରାଯାଇଥିଲା।ତେବେ ଇଡି ର ଅଧିକାରୀ ମାନେ ପାଞ୍ଚ ଦିନ ରିମାଣ୍ଡ ର ଆବେଦନ କରିଥିବା ବେଳେ କୋର୍ଟ ତିନିଦିନ ପାଇଁ ମଞ୍ଜୁର କରିଛି।

କୋର୍ଟ ରୁ ବାହାରି ଆସିବା ବେଳେ ଖଗା ତାର ପରିବାର କୁ ଦେଖି କାନ୍ଦିଥିଲା ଓ ପରିବାର ଲୋକେ ମଧ୍ୟ କାନ୍ଦିଥିଲେ।ତେବେ ଖଗା ଆଉ ତିନି ଦିନ ଭିତରେ ଆଉ କ’ଣ କ’ଣ ତଥ୍ୟ ଦେଉଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.