ବଡ ବଡିଆଙ୍କ ଠାରୁ ନେଇଛି , ଓଡିଆ ହିରୋଇନକୁ ଦେଇଛି |

0

Get real time updates directly on you device, subscribe now.

ଆରେ ଏ ଓଡିଆ ହିରୋଇନ୍ କିଏ ରେ ?ଯିଏ ନିଇତି ପଶୁଥିଲା ଅର୍ଚ୍ଚନା ଘରେ|କିଏ ସେ ସୁନ୍ଦରୀ ଯିଏ ଅର୍ଚ୍ଚନା କଥାରେ ନିଇତି ତାରକା ହୋଟେଲରେ ରାତି କାଟୁଥିଲା|କିଏ ସେ ଯିଏ ଅର୍ଚ୍ଚନା ଠାରୁ ଖାଇଛି ମହୁ , ନେଇଛି ପୁଳାପୁଳା ଟଙ୍କା|

ସୁନ୍ଦରୀ ଅର୍ଚ୍ଚନା ର କାହାଣୀ କାହାକୁ ବି ଅଜଣା ନାହିଁ|ସେ ବଡ଼ବଡ଼ିଆ କୁ ମୋହରା ବନାଉଥିଲା|ବଡବଡିଆଙ୍କ ଠାରୁ ଟଙ୍କା ନେଉଥିଲା|ଏବେ କୁଆଡେ଼ ଶୁଣିବାକୁ ମିଳୁଛି ବଡ଼ବଡ଼ିଆ ଙ୍କ ଠାରୁ ନେଇଛି,ଓଡିଆ ହିରୋଇନକୁ ଦେଇଛି|ସେ ଓଡିଆ ହିରୋଇନ୍ କିଏ ଏବେ ଚର୍ଚ୍ଚା ଚାଲିଛି|ଏଭଳି କିଛି ଚର୍ଚ୍ଚା ସେତେବେଳେ ହୋଇଛି ଯେତେବେଳେ ଇଡିର ସ୍କାନରରେ ଓଡିଆର ମହିଳା କଳାକାରଙ୍କ ନାମ ସାମ୍ନାକୁ ଆସିଛି|

ଠିକ ସେତିକିବେଳେ ସେହି ଓଡିଆ ହିରୋଇନ୍ ଚର୍ଚ୍ଚା ସବୁଠି ହେଉଛି|ଚର୍ଚ୍ଚା ହେଉଛି କିଏ ସେ ସୁନ୍ଦରୀ ହିରୋଇନ୍ ଯିଏ ସୁନ୍ଦରୀ ଅର୍ଚ୍ଚନା ଠାରୁ ମହୁ ପାଇଛି|ଅର୍ଚ୍ଚନା ମାମଲାରେ ଇଡି ଏକାସାଙ୍ଗରେ ବାର ଜଣଙ୍କୁ ନୋଟିସ ଜାରି କରିଛନ୍ତି|ଖୁବ ଶିଘ୍ର ଏହି ୧୨ ବଡ ମୁଣ୍ଡ ଜେରା ହେବେ|ଯାହା ଭିତରେ ନେତା ଓ ବ୍ୟବସାୟୀ ଅଛନ୍ତି|ଏହାଙ୍କ ଭିତରେ ଯେତେବେଳେ ଓଡିଆ ହିରୋଇନ୍ ଅଛନ୍ତି ସେତେବେଳେ ଚର୍ଚ୍ଚା ଜୋରଦାର ଧରିଛି|

ଓଲିଉଡ଼ ର କିଛି ହିରୋଇନକୁ ଅର୍ଚ୍ଚନା ବିଭିନ୍ନ ସମୟରେ ଅନଲାଇନରେ କିଛି ଟଙ୍କା ପଠେଇଛନ୍ତି|ଏମାନଙ୍କ ମଧ୍ୟରେ ରହିଛି ଅନେକ ଓଡ଼ିଆ ହିରୋଇନ୍|ସେମାନଙ୍କୁ ଅର୍ଚ୍ଚନା କାହିଁକି ଟଙ୍କା ପଠେଉଥିଲା ଏହା ଜାଣିବା ପାଇଁ ଖୁବ ଶୀଘ୍ର ନୋଟିସ ଜାରି କରିବ|

ସବୁ ଚର୍ଚ୍ଚା ଭିତରେ ସିଏ ହିରୋଇନ୍ କିଏ ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି|

Leave A Reply

Your email address will not be published.